ଓଡିଶା

odisha

By

Published : Dec 22, 2022, 6:11 PM IST

ETV Bharat / bharat

ପୁଣି ଚିନ୍ତା ବଢାଇଲା କୋରୋନା, ଟେଷ୍ଟିଂ ବିନା ତାଜମହଲକୁ ମନା

ଚୀନରେ କୋରୋନା ମହାମାରୀ ଆତଙ୍କ ଖେଳାଇଥିବ ବେଳେ ଏହାକୁ ନେଇ ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତାଜମହଲରେ ଜାରି ହେଲା ଆଲର୍ଟ (Taj Mahal on Covid Alert) । ଟେଷ୍ଟିଂ ବିନା ତାଜମହଲକୁ ପ୍ରବେଶକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ

Taj  Mahal
Taj Mahal

ଲକ୍ଷ୍ନୌ: ଗତ କିଛି ଦିନ ଧରି ଚୀନରେ ବଢିଚାଲିଛି କୋରୋନା ମାମଲା । ଏହି ଘାତକ ଭାଇରସ ଧୀରେଧୀରେ ପୁଣି ଅନ୍ୟ ଦେଶକୁ ବ୍ୟାପୁଥିବା ବେଳେ ସତର୍କତା ଅବଲମ୍ବନ କରିଛି ଭାରତ । ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତାଜମହଲକୁ ଜାରି ହୋଇଛି ଆଲର୍ଟ (Taj Mahal on Covid Alert) । ତେବେ କୋରୋନା ଯାଞ୍ଚ ବିନା ତାଜମହଲକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଛି (No entry to Taj without Corona testing) । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ସୂଚନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଗୋଟିଏ ତାଜ ମହଲ । ଏଠାକୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ପ୍ରତିଦିନ ଭ୍ରମଣ ପାଇଁ ଆସିଥାନ୍ତି । ଚୀନରେ କୋରୋନା ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ତାଜ ମହଲକୁ ମଧ୍ୟ ଆଲର୍ଟ କରାଯାଇଛି । ଯେଉଁ ପର୍ଯ୍ୟଟକ ତାଜମହଲକୁ ଆସିବା ପୂର୍ବରୁ କୋରୋନା ଟେଷ୍ଟ କରିନଥିବେ ସେମାନଙ୍କୁ ତାଜମହଲ ମଧ୍ୟକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ସୂଚନା ଅଧିକାରୀ ଅନୀଲ ସତସଙ୍ଗି କହିଛନ୍ତି, " କୋରୋନା ନୂଆ ଭାରିଏଣ୍ଟ ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲାରେ ଟେଷ୍ଟିଂ ଆରମ୍ଭ ହୋଇସାରିଛି । ଏବେ ଆଲର୍ଟ ଜାରି କରିବା ପରେ ଟେଷ୍ଟିଂକୁ ବାଧ୍ୟତାମୂଳକ କରାଯିବ ।"

ଏହା ବି ପଢନ୍ତୁ- କୋରୋନା ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା, ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ମୋଦି

ସୂଚନା ଥାଉ କି ଗତ ୬ ମାସ ମଧ୍ୟରେ ଦେଶରେ BF.7 ଓମିକ୍ରନର ୪ଟି ମାମଲା ଦେଖିବାକୁ ମିଳିଥିଲା । ଏହି ଭାରିଏଣ୍ଟ ଏବେ ଚୀନରେ ଆତଙ୍କ ଖେଳାଇବା ସହ ଅନେକଙ୍କ ଜୀବନ ବି ନେଲାଣି । ସୂତ୍ର ଅନୁସାରେ ଦେଶରେ କୋଭିଡ଼-୧୯ର ୧୦ ଭାରିଏଣ୍ଟ ଦେଖିବାକୁ ମିଳୁଥିବା ବେଳେ ତନ୍ମଧ୍ୟରୁ ଅଧିକ ଘାତକ BF.7 ଓମିକ୍ରନ ଭାରିଏଣ୍ଟ । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚସ୍ତରୀୟ ବୈଠକରେ କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କୋରୋନା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଡାକିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକ ଡାକିଥିଲେ ।

ସେପଟେ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପୀୟୁଷ ଗୋୟେଲ କହିଛନ୍ତି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ବିମାନବନ୍ଦରରେ RT-PCR ଟେଷ୍ଟ କରାଯାଉଛି । ମହାମାରୀ ଦେଶରେ କିପରି ନ ବ୍ୟାପେ ସେଥିଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ନେଇ ସେ କହିଛନ୍ତି । ଏହାସହିତ ସଂସଦରେ ସମସ୍ତ ସଦସ୍ୟଙ୍କୁ ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ କରିବା ଭଳି କୋରୋନା ନିୟମ ମାନିବାକୁ ଅନୁରୋଧ କରାଯାଇଥିବା ବେଳେ ଆଜି ସଂସଦରେ ଏହି ନିୟମ ପାଳନ ହୋଇଛି । ସେପଟେ କଂଗ୍ରେସ ଭାରତଯୋଡ ଯାତ୍ରା ଜାରି ରଖିଥିବା ବେଳେ ଏଥିରେ ଅନେକ କର୍ମୀ ସାମିଲ ହେଉଛନ୍ତି । ଏହି ଯାତ୍ରାରେ କୋଭିଡ଼ ନିୟମ ପାଳନ କରାଯାଉ ନଚେତ ଯାତ୍ରାକୁ ବନ୍ଦ କରିବା ଲାଗି ମଧ୍ୟ ଚିଠି ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details