ଚଣ୍ଡିଗଡ:ଦିନକୁ ଦିନ ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ବିନା କୋଭିଡ-19 ନେଗେଟିଭ ରିପୋର୍ଟ ଓ ଭ୍ୟାକ୍ସିନ ସାର୍ଟିଫିକେଟରେ ପଞ୍ଜାବକୁ ପ୍ରବେଶ ବାରଣ କରଯାଇଛି । ଏପଟେ ଆଜି(ସୋମବାର)ଠାରୁ ଲକଡାଉନ ଲାଗୁ ହୋଇଛି ।
ରେଳରେ ହେଉ କି ବିମାନରେ କି ରାସ୍ତା ଦେଇ, ବିନା କୋଭିଡ-19 ନେଗେଟିଭ ରିପୋର୍ଟ ଓ ଭ୍ୟାକ୍ସିନ ସାର୍ଟିଫିକେଟରେ କେହି ବି ପଞ୍ଜାବ ଭିତରେ ପଶି ପାରିବେ ନାହିଁ । କୋରୋନା ସଂକ୍ରମଣ ରୋକିବା ପାଇଁ ଏହି ନୂଆ ଗାଇଡଲାଇନ ଜାରି ହୋଇଛି । ଏହା ସହିତ ମେ’ 15 ଯାଏଁ ଆବଶ୍ୟକ ନଥିବା ସମସ୍ତ ଦୋକାନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।