ଓଡିଶା

odisha

By ETV Bharat Odisha Team

Published : Dec 30, 2023, 5:33 PM IST

ETV Bharat / bharat

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସରକାର ନ୍ୟାୟପାଳିକା ଉପରେ ଦ୍ବେଷ ରଖୁଛନ୍ତି: ଜଷ୍ଟିସ ସଂଜୟ କୌଲ

Justice S K Kaul on delay in appointment of judges: କୌଣସି ବ୍ୟବସ୍ଥା ପରଫେକ୍ଟ ବା ସିଦ୍ଧ ନୁହେଁ । କୋର୍ଟରେ ବିଚାରପତି ନିଯୁକ୍ତିରେ ବିଳମ୍ବ ପ୍ରସଙ୍ଗରେ ଏଭଳି ମତ ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସଂଜୟ କିଶାନ କୌଲ । ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଜଷ୍ଟିସ କୌଲ । ଅଧିକ ପଢ଼ନ୍ତୁ,

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସରକାର ନ୍ୟାୟପାଳିକା ଉପରେ ଦ୍ବେଷ ରଖୁଛନ୍ତି: ଜଷ୍ଟିସ ସଂଜୟ କୌଲ
ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସରକାର ନ୍ୟାୟପାଳିକା ଉପରେ ଦ୍ବେଷ ରଖୁଛନ୍ତି: ଜଷ୍ଟିସ ସଂଜୟ କୌଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସଂଜୟ କିଶାନ ଶୁକ୍ରବାର (ଗତକାଲି) ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି । ଜଷ୍ଟିସ କୌଲ କହିଛନ୍ତି ଯେ, ବିଚାରପତି ନିଯୁକ୍ତିରେ ବିଳମ୍ବ ନେଇ ସରକାର ନ୍ୟାୟପାଳିକା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। କୋର୍ଟରେ ବିଚାରପତି ନିଯୁକ୍ତିରେ ବିଳମ୍ବ ପ୍ରସଙ୍ଗରେ ଏଭଳି ମତ ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସଂଜୟ କିଶାନ କୌଲ ।

ପ୍ରଶ୍ନ:କଲେଜିୟମ ବ୍ୟବସ୍ଥାରେ ବିଚାରପତିମାନେ ବିଚାରପତି ନିଯୁକ୍ତ କରନ୍ତି । ଏଥିରେ ସରକାରଙ୍କର ପ୍ରମୁଖ ଭୂମିକା ନାହିଁ। ବର୍ତ୍ତମାନର ବିଚାରପତି ନିଯୁକ୍ତି ପ୍ରକ୍ରିୟା ନିରପେକ୍ଷ ଅଛି ବୋଲି ଆପଣ ଭାବୁଛନ୍ତି କି ? କିମ୍ବା, ଏନେଇ ଆଉ କିଛି ପଦକ୍ଷେପ ନିଆଯାଇପାରେ କି ?

ଉତ୍ତର: କୌଣସି ସିଷ୍ଟମ ପରଫେକ୍ଟ ବା କୌଣସି ବ୍ୟବସ୍ଥା ସଂପୂର୍ଣ୍ଣ ସଠିକ୍ ନୁହେଁ । ଏକ ବ୍ୟବସ୍ଥା 1950ରୁ 1990 ଦଶକ ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା | ଏହା ସଠିକ ଭାବେ କାମ କଲା । କିନ୍ତୁ କିଛି ପର୍ଯ୍ୟାୟରେ ଏହା ଅନୁଭବ ହେଲା ଯେ ବ୍ୟବସ୍ଥା ବଦଳାଇବାର ଆବଶ୍ୟକତା ରହିଛି । ଏଥିପାଇଁ କଲେଜିୟମ ବ୍ୟବସ୍ଥା ଆରମ୍ଭ ହେଲା ଏବଂ ଏହା ବହୁ ବର୍ଷ ଧରି ଚାଲିଲା । କିନ୍ତୁ ରାଜନୈତିକ ବ୍ୟବସ୍ଥାର ଆକ୍ରୋଶ ଯୋଗୁଁ ଭୂମିକା ହ୍ରାସ ପାଇଛି | କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ସହ ସରକାର କ୍ଷମତାକୁ ଆସିବା ସହ ସମସ୍ୟା ବଢ଼ିଛି । ଯେତେବେଳେ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (NJAC) ଅଧିନିୟମ ପାରିତ ହେଲା । ସେତେବେଳେ ସମସ୍ତଙ୍କ ସହମତି ପ୍ରକାଶ ପାଇଥିଲା | ଏହା ଏପରି ଏକ ବ୍ୟବସ୍ଥା, ଯାହା ଉପରେ ରାଜନୈତିକ ବର୍ଗ ନିୟନ୍ତ୍ରଣ କରିପାରିନାହିଁ । ଏହାର ପରିଣାମ ସ୍ବରୂପ NJAC ପରବର୍ତ୍ତୀ ସମୟରେ କଲେଜିୟମ ବ୍ୟବସ୍ଥାରେ କାର୍ଯ୍ୟକାରିତାରେ ଅନେକ ସମସ୍ୟା ସମ୍ମୁଖୀନ ହୋଇଛି | ଏହାକୁ ଅଧିକ ସ୍ବଚ୍ଛ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ତେବେ ସ୍ବଚ୍ଛତା କହିଲେ କାଚ ଘରେ ବସି ବିଚାରପତି ନିଯୁକ୍ତି ଦିଆଯିବା କଥା ଭଳି ନୁହେଁ । କଲେଜିୟମ ବ୍ୟବସ୍ଥା କିପରି କାର୍ଯ୍ୟ କରେ, ତାହା ଲୋକମାନେ ଜାଣିନଥାନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବିଚାରପତି ମଣ୍ଡଳୀ ହାଇକୋର୍ଟ ବିଚାରପତିଙ୍କ ନାଁ ସୁପାରିଶ କରନ୍ତି । ଏହି ପ୍ରକ୍ରିୟା ପରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଗୁଇନ୍ଦା ବିଭାଗ (ଆଇବି)ରୁ ମତାମତ ଆସେ । ଯେତେବେଳେ କୌଣସି ଅଭିଯୋଗ ଆସେ, କଲେଜିୟମ ସେଗୁଡିକୁ ଗ୍ରହଣ କରି ଯାଞ୍ଚ କରେ ଏବଂ ଅନ୍ୟ ବିଚାରପତି ଏବଂ ବରିଷ୍ଠ ଆଡଭୋକେଟମାନଙ୍କ ସହ ଆଲୋଚନା କରାଯାଏ । ତେଣୁ ମୁଁ ବୁଝି ପାରୁନାହିଁ ଯେ, ଆଉ ଅଧିକ କେତେ ସ୍ବଚ୍ଛତା ଏହି ବ୍ୟବସ୍ଥାରେ ଆବଶ୍ୟକ ?

ପ୍ରଶ୍ନ: ବିଚାରପତିଙ୍କ ନିଯୁକ୍ତିରେ ବିଳମ୍ବ ପ୍ରସଙ୍ଗ ଉଠାଇ ଆପଣ ଏକ ମାମଲା ପରିଚାଳନା କରିଛନ୍ତି, ଯେ କୌଣସି ସମୟରେ ଆପଣ ଅନୁଭବ କରିଛନ୍ତି କି, ସରକାର ନ୍ୟାୟପାଳିକା ଉପରେ କ୍ରୋଧ ପ୍ରଦର୍ଶନ କରୁଛନ୍ତି । NJAC କୁ ରଦ୍ଦ କରାଯିବା ଏହାର କାରଣ କି ? ବିଚାରପତି ସ୍ଥାନାନ୍ତରଣ ଏବଂ ନିଯୁକ୍ତିରେ ବିଳମ୍ବ ଘଟେ କି ?

ଉତ୍ତର:ମୁଁ ଭାବୁନାହିଁ ଯେ ଏଥିରେ କୌଣସି ସନ୍ଦେହ ଅଛି । ଏହା ଏକ ପ୍ରକାର ସ୍ପଷ୍ଟ | ବିଭିନ୍ନ ରାଜନୈତିକ ଶକ୍ତି ଅଭିଯୋଗ କରୁଛନ୍ତି ଯେ, ସେମାନେ ଯେତବେଳେ କୌଣସି ନୂଆ ନିୟମ ପ୍ରଣୟନ କରୁଛନ୍ତି, ନ୍ୟାୟପାଳିକା ତା ଉପରେ ରୋକ୍ ଲଗାଇ ଦେଉଛନ୍ତି । କୌଣସି ଆଇନ ପ୍ରଣୟନ ପୂର୍ବରୁ ପ୍ରାକ୍ ଆଲୋଚନା ହୋଇଥାଏ । ପୂର୍ବରୁ ପାଞ୍ଚ ଜଣିଆ କମିଟିର ଗଠନ କରାଯାଇଥିଲା । ପରେ ଏହାକୁ ଜଣିଆ କରାଗଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଯଦି ତିନିଜଣ ବିଚାରପତି ସମାନ ଦୃଷ୍ଟିକୋଣ ରଖନ୍ତି, ତେବେ ଅନ୍ୟ ତିନିଜଣ ସେମାନଙ୍କୁ ପ୍ରତିରୋଧ କରିପାରିବେ । ନ୍ୟାୟିକ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ନିରପେକ୍ଷତା ପ୍ରଭାବିତ ନହେବା ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ମଧ୍ୟ କୌଣସି ସ୍ବତନ୍ତ୍ର ଅଧିକାର ଦିଆଯାଇନାହିଁ । (NJAC)କୁ ରଖାଯାଇ, ଏହା କେମିତି କାମ କରୁଛି ଏବଂ ଏଥିରେ ସଠିକ ପରିବର୍ତ୍ତନ କରାଯାଇ ପାରିଥାନ୍ତା । ମୋ ବିଚାରରେ ଏଥିରେ ପରିବର୍ତ୍ତନ କରାଯାଇ ପାରିଥାନ୍ତା । ତେବେ ଏଭଳି କରାଗଲା ନାହିଁ । ରାଜନୈତିକ ବ୍ୟବସ୍ଥା ଏବେବି ଏହି ମାନସିକତାରୁ ବାହାରି ପାରୁନାହାନ୍ତି ଯେ, ସେମାନେ ଯାହା ଚାହୁଁଥିଲେ, ତାହା ହୋଇପାରୁନାହିଁ ।

ପ୍ରଶ୍ନ:ଚଳିତ ବର୍ଷ ମାର୍ଚ୍ଚରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଏବଂ CJIଙ୍କୁ ନେଇ ଗଠିତ ଏକ ପ୍ୟାନେଲ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର ଚୟନ କରିବେ। କିନ୍ତୁ କେନ୍ଦ୍ର ସରକାର ଏହାକୁ ହଟାଇ ନୂଆ ଆଇନ ଆଣିଛନ୍ତି । ଏହା ଦ୍ବାରା ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ପାର୍ଥକ୍ୟ ଜାରି ରହିବ ଏବଂ କୌଣସି ଜଜମେଣ୍ଟ ବିରୋଧରେ ଯିବା ପାଇଁ ସରକାରଙ୍କୁ କେହି ରୋକି ପାରିବେ ନାହିଁ ?

ଉତ୍ତର: ଏହା ସେହି ଜଜମେଣ୍ଟ ବିରୋଧରେ ଯାଉନାହିଁ କି, ଯେଉଁ ନିର୍ଣ୍ଣୟ ସ୍ବୟଂ ବିଚାରପତିମାନେ କରିଥିଲେ । ଏହା ଏକ ଭେକ୍ୟୁମ ସୃଷ୍ଟି କରୁଛି । ସରକାର କହୁଛନ୍ତି, ଆପଣ ଭେକ୍ୟୁମ ପୂରଣ କରନ୍ତୁ । ଏବେ ନ୍ୟାୟପାଳିକା ଏହି ନିୟମକୁ କାର୍ଯ୍ୟକ୍ଷମ କରୁଛନ୍ତି । ମହିଳାଙ୍କ ସୁରକ୍ଷା ଉପରେ ଭେକ୍ୟୁମ ପୂରଣ କରାଗଲା ଏବଂ ଆଇନ ଅଣାଗଲା । ସେହିପରି ବିଚାରପତିମାନଙ୍କ ନିଯୁକ୍ତି ପ୍ରକ୍ରିୟା ଅଟକି ରହିଛି । କିଛି ବରିଷ୍ଠ ବିଚାରପତିଙ୍କୁ ସୁଯୋଗ ମିଳୁନଥିବା ବେଳେ, ଅନ୍ୟମାନଙ୍କୁ ନିଆଯାଉଛି । କଲେଜିୟମ ଦ୍ବାରା ସାନି ପଠାଯାଇଥିବା ୪ ନାମ ଏବଂ ପୂର୍ବରୁ ପଠାଯାଇଥିବା ୧୩ ନାମ ଏପର୍ଯ୍ୟନ୍ତ ସରକାରଙ୍କ ନିକଟରେ ପଡ଼ି ରହିଛି । ତେବେ କାହିଁକି ବିଳମ୍ବ ହେଉଛି, ସେ ନେଇ କୌଣସି ଉତ୍ତର ଆସୁନାହିଁ ।

ପ୍ରଶ୍ନ:ବିଚାରପତି ନିଯୁକ୍ତିରେ ବିଳମ୍ବ ସହ ଜଡ଼ିତ ମାମଲା ପରିଚାଳନା କରୁଥିବାବେଳେ ଆପଣ, ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ଏକ ମାଧ୍ୟମ ହେବାକୁ ଚେଷ୍ଟା କରିଥିଲେ। ଆପଣ ଭାବୁଛନ୍ତି କି, ନୂଆ ବିଚାରପତିମାନେ ଗ୍ରହଣ କରୁଥିବା ମାମଲାରେ ବନି ରହିବେ ନା, ଏହାକୁ ସାନି ଆରମ୍ଭ କରିବାକୁ ପଡ଼ିବ?

ଉତ୍ତର: ପିଟିସନରକାରୀ କଣ୍ଟେମ୍ପଟ ନୋଟିସ ଜାରି ରଖିଥିବା ବେଳେ, ଏସବୁ କୁଆଡ଼େ ଯିବ ବୁଝିବାକୁ ପଡ଼ିବ । ଯଦି ରାଷ୍ଟ୍ରପତି, ନିଯୁକ୍ତି ବିଜ୍ଞପ୍ତି (warrant of appointment) ଜାରି ନ କରନ୍ତି ତେବେ କଣ କରାଯିବ ? ଏଥିରେ ଅନେକ ଆଇନଗତ ଦୃଷ୍ଟି କୋଣ ଏବଂ ଜଟିଳତା ରହିଛି। ନ୍ୟାୟପାଳିକାର ହାତରେ ବାଡ଼ି ନାହିଁ (stick in its hand) । ଏହା ନ୍ୟାୟିକ ଦୃଷ୍ଟିକୋଣ ଏବଂ ଏହାର କାର୍ଯ୍ୟକାରିତା ପାଇଁ ସମ୍ମାନର କଥା । ଆଟର୍ଣ୍ଣି ଜେନେରାଲ ହାଜର ହେଉଥିଲେ, କିଛି ଅଗ୍ରଗତି ହୋଇଥିଲା । ମୋ ମତରେ, ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ତାହା ବଳିଷ୍ଠ ଉପାୟ ଥିଲା । ଏହା ହେଉଛି ସର୍ବୋତ୍ତମ ପଦ୍ଧତି |

ପ୍ରଶ୍ନ: ବିଚାରପତି ଭାବେ ଭଲ ଲୋକଙ୍କୁ ନିଯୁକ୍ତି ମିଳିବା ନ୍ୟାୟପାଳିକାର ଅନ୍ୟତମ କାର୍ଯ୍ୟ । ଯେତେବେଳେ ଜଣେ ବିଚାରପତି, ଅନ୍ୟ ଜଣେ ବିଚାରପତିଙ୍କ ନାମ ସୁପାରିଶ କରନ୍ତି, ଏଥିରେ କୌଣସି ଭୁଲ୍ ଥାଏ କି ? । ଏହା ସ୍ବାଭାବିକ ନୁହେଁ କି?

ଉତ୍ତର: ଏଥିରେ ଆଦୌ ଭୁଲ୍ ନାହିଁ, ତାହା ଯୁକ୍ତିଯୁକ୍ତ | ଏହା ଏକ ପରାମର୍ଶଦାତା ପ୍ରକ୍ରିୟା | ଏହା ନୁହେଁ ଯେ CJI କେବଳ ଏହା କରନ୍ତି | ମୁଁ ଏକ ହାଇକୋର୍ଟର ମୁଖ୍ୟ ହୋଇସାରିଛି । ଅନ୍ୟ ବିଚାରପତିମାନେ ଯେଉଁ ପରାମର୍ଶ ଦିଅନ୍ତି, ଆମେ ତାକୁ ନେଇ ବିତର୍କ କରୁ | ତେଣୁ, ପରାମର୍ଶ ଦେବାରେ କିଛି ଭୁଲ୍ ନାହିଁ ଏବଂ ନାମ ପ୍ରକ୍ରିୟାକୁ ପାସ୍ କରିବାକୁ ପଡ଼ିବ ଏବଂ ଏହା ଯୋଗ୍ୟତା ଉପରେ ପଡ଼ିବ । ଯେତେବେଳେ ମୁଁ କଲେଜିୟମକୁ ଆସିଲି, ମୁଁ ପରାମର୍ଶ ଦେଲି ଯେ ବିଚାରଗୁଡିକର ପ୍ରଚାର ପ୍ରସାର କରାଯିବା ଆବଶ୍ୟକ । ଏହା ଏକ ଅବଜେକ୍ଟିଭ୍ ମାନଦଣ୍ଡ ଯାହା ଅନୁସରଣ କରାଯାଉଛି । କିଛି ସମୟରେ ଏକ ଧାରଣା ଅଛି ଯେ ଏହି ନାମ ସରକାରଙ୍କ ମାଧ୍ୟମରେ ହୋଇନପାରେ । କିମ୍ବା ନାମକୁ ବିରୋଧ କରାଯାଏ | ମୋର ବିଶ୍ବାର, ବେଳେବେଳେ ଭଲ ପ୍ରାର୍ଥୀମାନେ ଏହି ପ୍ରକ୍ରିୟାରେ ବଳି ପଡ଼ିଯାଆନ୍ତି । ତତକାଳୀନ CJI ରଂଜନ ଗୋଗୋଇଙ୍କ କାର୍ଯ୍ୟକାଳ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ମାମଲା ହୋଇଥିଲା | ସେ କହିଛନ୍ତି ଯଦି ତୁମେ ତାଙ୍କ ସମ୍ମତି ପାଇବ, ମୁଁ ନିଶ୍ଚିତ କରିବି ଯେ ସେ 45 ବର୍ଷରୁ କମ୍ ଅଛନ୍ତି କି ନାହିଁ ଏବଂ ଆମେ ତାଙ୍କୁ ଦିଲ୍ଲୀ ପଠାଇବୁ। ମୁଁ ତାଙ୍କୁ (ବିଚାରପତି ପ୍ରାର୍ଥୀ) ପ୍ରବର୍ତ୍ତାଇ ପାରିଲି ନାହିଁ | ନାମ ସୁପାରିଶ କରିବାରେ କିଛି ଭୁଲ୍ ନାହିଁ । କିନ୍ତୁ କଲେଜିୟମ୍ ଉପରେ ଚାପ ପକାଇବାର କୌଣସି କାରଣ ନାହିଁ |

ପ୍ରଶ୍ନ: ଆପଣ କହିଥିଲେ ଯେ, ରାଜନୈତିକ ଚିତ୍ର ଥିବା ବିବାଦର ଅଦାଲତକୁ ଆସିବା ଉଚିତ ନୁହେଁ । ଏହା କୋର୍ଟ ବାହାରେ ବିତର୍କ ହେବା ଆବଶ୍ୟକ । ସେମାନେ ନ୍ୟାୟପାଳିକାକୁ ଭାରାକ୍ରାନ୍ତ କରି ଦେଉଛନ୍ତି । ଏଭଳି ମାମଲା କୋର୍ଟକୁ ଆସିବା ଜାରି ରହିବ । ଏ କ୍ଷେତ୍ରରେ ଆପଣ ବିଚାରପତିମାନଙ୍କୁ କି ପରାମର୍ଶ ଦେବେ?

ଉତ୍ତର: ଏପରି କିଛି ସମସ୍ୟା ଅଛି ଯାହାର ଆଇନଗତ ପ୍ରଭାବ ରହିଛି । ଅନେକ ମାମଲାର ରାଜନୈତିକ ଚରିତ୍ର ଥାଇପାରେ | ସେସବୁ ମାମଲା କୋର୍ଟରେ ବିତର୍କ ହୋଇପାରନ୍ତି | ଆଇନ ଅନୁଯାୟୀ ଏକ ମାମଲା ସ୍ଥିର କରିବାକୁ ଜଣେ ବିଚାରପତିଙ୍କ ମନକୁ ତାଲିମ ଦିଆଯାଇଛି।

ପ୍ରଶ୍ନ: ଆପଣ ବିଦାୟକାଳୀନ ସମାରେହରେ କହିଲେ, ବିଚାରପତିମାନେ ସାହସୀ ହେବା ଉଚିତ ?

ଉତ୍ତର: ହଁ, ମୁଁ ଅନୁଭବ କରୁଛି ଯେ ଆମେ ବେଳେବେଳେ ଅମଲାତନ୍ତ୍ରକୁ ସମାଲୋଚନା କରୁ । କାରଣ ଅନାବଶ୍ୟକ ମୋକଦ୍ଦମା ସୃଷ୍ଟି ହୁଏ କିମ୍ବା ସେମାନେ କୌଣସି ନିଷ୍ପତ୍ତି ନେଇ ପାରନ୍ତି ନାହିଁ । ସେମାନଙ୍କ ପ୍ରବୃତ୍ତି ହେଉଛି କୋର୍ଟଙ୍କ ଆଡ଼କୁ ଠେଲି ଦେବା । ସେତେବେଳେ କଣ କରିବାକୁ ପଡିବ, ଆମକୁ ନିଷ୍ପତ୍ତି ନେବାକୁ ପଡ଼େ । ମୁଁ ଅନେକ ରାୟ ଦେଇଛି, ଯାହାକୁ ସମାଜର ତଥା କଥିତ ଉଦାରବାଦୀ ସମର୍ଥନ କରିଥାନ୍ତି । ବେଳେବେଳେ ସେମାନେ ରାୟକୁ ନେଇ ଖୁସି ହୋଇନଥାନ୍ତି । ମୁଁ ସର୍ବଦା ସ୍ଥିରତା ଉପରେ ଗୁରୁତ୍ବ ଦିଏ । କାରଣ ସରକାର ଏଥିରେ ଜଡିତ ଥାନ୍ତି । ଏହା ସତ୍ତ୍ବେ ମୋକଦମାକାରୀ କୋର୍ଟକୁ ଆସନ୍ତି । ଯଦି ସେମାନଙ୍କର ବିଶ୍ବାସ ନଥାନ୍ତା ସେମାନେ ଆସି ନଥାନ୍ତେ | ଯଦି ସେମାନେ ଆସୁଛନ୍ତି, ସେମାନଙ୍କୁ ନ୍ୟାୟ ମିଳିବା ଉଚିତ ।

ପ୍ରଶ୍ନ:ସଠିକ ବିତର୍କ ବିନା ଆଇନ ପ୍ରଣୟନ କରାଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। CAA , NRC, ଧାରା 370, ସବୁ ପ୍ରସଙ୍ଗ କୋର୍ଟରେ ପହଞ୍ଚିଥିଲା ।

ଉତ୍ତର: ଏହା ନିଶ୍ଚିତ ଯେ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଅଛି, ଯେଉଁଠାରେ ବିଭାଜିତ ମତ ଅଛି । ସମାଜ ଆଜି ବହୁ ବିଭାଜିତ ହୋଇଛି । ଏହା ସମଗ୍ର ବିଶ୍ବରେ ରହିଛି। ସବୁ ସମସ୍ୟା କୋର୍ଟକୁ ଯାଏ । ଆଇନ ପ୍ରଣୟନ କରିବା ସରକାରଙ୍କ ଦାୟିତ୍ବ । ଯେତେବେଳେ ଏକ ସରକାର ଅଧିକ ଦିନ କ୍ଷମତାରେ ରହେ, ସଂସଦକୁ ନିୟନ୍ତ୍ରଣ କରି ଶାସନ କରନ୍ତି । ମୋ ମତରେ, ଆମେ ଏହାକୁ ଆଇନଗତ ଭାବରେ ପରୀକ୍ଷା କରିପାରିବା । କିନ୍ତୁ ଆପଣ କହିପାରିବେ ନାହିଁ ଯେ ମୁଁ ମୋର ଭୂମିକା ତୁଲାଇବାରେ ସକ୍ଷମ ନୁହେଁ । ସରକାର ଯେତେ ଶକ୍ତିଶାଳୀ ହେବେ, ନାୟାୟପାଳିକାର ଭୂମିକା ସେତେ ବଢ଼ିଯିବ । କାରଣ ଆମ ସମ୍ବିଧାନରେ ଚେକ୍ ଏବଂ ବାଲାନ୍ସ ରୋଲ୍ ରହିଛି ।

ପ୍ରଶ୍ନ: ଯେଉଁ ବ୍ୟକ୍ତି ଏକୁ ସଂଖ୍ୟାଲଘୁ ସରକାରଙ୍କୁ ସମର୍ଥନ କରନ୍ତି ଏବଂ କୋର୍ଟକୁ ଆସନ୍ତି । ସେମାନେ ସର୍ବଦା କୁହନ୍ତି ଯେ, ଗଣତନ୍ତ୍ର ବିପଦରେ ଅଛି ?

ଉତ୍ତର: ଯିଏ କ୍ଷମତାରେ ଥାଆନ୍ତୁନା କାହିଁକି, ସେମାନେ ଅନୁଭବ କରନ୍ତି ଯେ ସେମାନେ ନିର୍ବାଚିତ ପ୍ରତିନିଧୀ । ସେମାନଙ୍କ ନିକଟରେ ଜନମତ ରହିଛି । ସେ ସମୟରେ ଆମକୁ ଆମ କର୍ତ୍ତବୟ୍ କରିବାକୁ ପଡ଼ିବ । ନ୍ୟାୟପାଳିକାର କାର୍ଯ୍ୟରେ ବାଧା ନଦେବା ହେଉଛି ଚେକ୍ ଆଣ୍ଡ ବାଲାନ୍ସ । ଜଷ୍ଟିସ ସାବରୱାଲଙ୍କ (CJI Y. K. Sabharwal)ଙ୍କ ଏହି ମନ୍ତ୍ରକୁ ମୁଁ ମନେ ରଖିଛି । ତାଙ୍କର କହିବା କଥା ଥିଲା ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ସାମାନ୍ୟ ତିକ୍ତତା ସ୍ବାଗତଯୋଗ୍ୟ ଏବଂ ବ୍ୟବସ୍ଥା ପାଇଁ ଶୁଭଙ୍କର । ମାତ୍ର ଯଦି ଏହା ଅଧିକ ହୁଏ, ତେବେ ଅସୁବିଧା ।

ପ୍ରଶ୍ନ:ବେଳେବେଳେ କୋର୍ଟଙ୍କ ମତ ବିରୋଧୀଙ୍କ ସପକ୍ଷରେ ଯାଇପାରେ । ଅଦାଲତ ଏଭଳି ପ୍ରସଙ୍ଗଗୁଡ଼ିକୁ କିପରି ପରୀକ୍ଷା କରିବେ?

ଉତ୍ତର:କାହାକୁ ସମର୍ଥନ କରିବା କିମ୍ବା ବିରୋଧ କରିବା ବିଚାରପତିଙ୍କ କାମ ନୁହେଁ। ବେଳେବେଳେ ଅଦାଲତ ନେଇଥିବା ଦୃଷ୍ଟିକୋଣଗୁଡିକ ଶାସକ ପକ୍ଷଙ୍କ ସପକ୍ଷରେ ଯାଇପାରେ, ବେଳେବେଳେ ବିପକ୍ଷରେ ।

ପ୍ରଶ୍ନ: ଭବିଷ୍ୟତରେ ଯଦି NJAC 2.0 ଆସେ, ତେବେ ଆପଣ କ’ଣ କହିବେ?

ଉତ୍ତର: ସରକାରଙ୍କୁ NJAC ର ଅନ୍ୟ ଏକ ସଂସ୍କରଣ ଆଣିବାକୁ କୌଣସି ପ୍ରତିବନ୍ଧକ ନାହିଁ | କିନ୍ତୁ, ଯଦି ପୂର୍ବ ନିୟମକୁ ଖଣ୍ଡନ କରାଯାଇଥିଲା, ତେବେ ସେହି ଆଇନର କାରଣ ହେତୁ ସେମାନଙ୍କୁ ଧ୍ୟାନ ଦେବାକୁ ପଡିବ । ତେଣୁ ଏହାର ଯେପରି ପୁନରାବୃତ୍ତି ନଘଟେ, ସେଭଳି ସମସ୍ୟାର ସମାଧାନ କରିବାକୁ ପଡିବ | ଏହା ପୂର୍ବରୁ ଆଇନ ଉପରେ ବିତର୍କ ହୋଇଥିଲା । ତଥାପି ଏହାକୁ ବନ୍ଦ କରିଦିଆ ଯାଇଥିଲା। କାର୍ଯ୍ୟକାରୀ ହୋଇଥିବା ଆଇନ (NJAC) ପୂର୍ବ ବିତର୍କଠାରୁ ସାମାନ୍ୟ ଭିନ୍ନ ଥିଲା | ବର୍ତ୍ତମାନ, ଯଦି ସେହି ସ୍ଥିତି ଆମକୁ ଫେରିବାକୁ ପଡିବ । ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ । ଯଦି ଆପଣ ଏହି ସମସ୍ୟାକୁ ଧରିପାରୁ ନାହାନ୍ତି, ତେବେ ସମାଧାନ ହେବ ନାହିଁ | ମୁଁ ଆଇନ ଅନୁଯାୟୀ କାର୍ଯ୍ୟ କରିବି ଏବଂ ମୁଁ ଏହାକୁ କାର୍ଯ୍ୟକାରୀ କରିବି। ମୁଁ ଏହାର କାର୍ଯ୍ୟକାରିତାକୁ ଦେଖିବି ଯେ, ଦେଶର ନିୟମ ଅନୁସାରେ କୋର୍ଟଙ୍କୁ କର୍ତ୍ତବ୍ୟ କରିବାକୁ ପଡ଼ିବ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, କୌଣସି ଆଇନରେ ପରିବର୍ତ୍ତନ ହୋଇପାରିବ ନାହିଁ । ଯାହାର ଅର୍ଥ ହେଉଛି, ନ୍ୟାୟପାଳିକାର ଅନୁମୋଦନ ଏବଂ ପୂର୍ବ ଅବସ୍ଥାରେ ଏହାର ଅବନତି ଘଟାଇଥିବା ସମସ୍ୟାର ସମାଧାନ।

ଏହା ମଧ୍ୟ ପଢ଼ନ୍ତୁ: ଘଟିଯାଇଥିବା ଘଟଣାକୁ ସ୍ବୀକାର କଲେ, ଆଶ୍ବସ୍ତି ମିଳେ: ଜଷ୍ଟିସ୍ ସଂଜୟ କୌଲ

ଇଟିଭି ଭାରତ, ନୂଆଦିଲ୍ଲୀ

ABOUT THE AUTHOR

...view details