ଓଡିଶା

odisha

ETV Bharat / bharat

Jahangirpuri Demolition: ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଉଚ୍ଛେଦ ଉପରେ ରୋକ, 2 ସପ୍ତାହ ପରେ ଶୁଣାଣି - ସୁପ୍ରିମକୋର୍ଟରେ ଜାହାଙ୍ଗୀରପୁରୀ ଉଚ୍ଛେଦ ଘଟଣା ଶୁଣାଣି

ରାଜଧାନୀ ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳରେ ବୁଲଡୋଜର ବୁଲିବା ଘଟଣାରେ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବୁଲଡୋଜରରେ ବ୍ରେକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଉଚ୍ଛେଦ ଉପରେ ରୋକ
ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଉଚ୍ଛେଦ ଉପରେ ରୋକ

By

Published : Apr 21, 2022, 12:51 PM IST

Updated : Apr 21, 2022, 1:19 PM IST

ନୂଆଦିଲ୍ଲୀ:ରାଜଧାନୀଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳରେ ବୁଲଡୋଜର ବୁଲିବା ଘଟଣାରେ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବୁଲଡୋଜରରେ ବ୍ରେକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମସ୍ତ ତଥ୍ୟ ଓ ପ୍ରମାଣ ଓ ବିତର୍କ ଶୁଣିବା ପରେ ବର୍ତ୍ତମାନ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । 2 ସପ୍ତାହ ପରେ ପର ପୁନଃ ଶୁଣାଣି ହେବ । ବିଚାରପତି ନାଗେଶ୍ୱର ରାଓ ଏବଂ ବିଚାରପତି ବି ଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଜମୀୟତ-ଉଲେମା-ଏ-ହିନ୍ଦ ଏନଡିଏମସିର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ୨ଟି ଆବେଦନ ଦାଖଲ କରିଥିଲେ ।

ସମସ୍ତ ପକ୍ଷଙ୍କୁ ରିପୋର୍ଟ ମାଗିବା ସହିତ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ, ମହାନଗର ନିଗମ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରି ଏପରି କରୁଛି । ଅନ୍ୟପକ୍ଷରେ ସେଲିସିଟର ଜେନେରାଲ କହିଥିଲେ ଯେ, ପ୍ରଶାସନ ଏହା କେବଳ ଜବରଦଖଲକାରୀଙ୍କ ବିରୋଧରେ କରୁଛି । ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରସଙ୍ଗ କିନ୍ତୁ ପ୍ରସଙ୍ଗ ହେଉଛି ସଂଖ୍ୟାଲଘୁ ଏହା ସହିତ ଜଡିତ ଅଛନ୍ତି ।

ଏତତ୍ ବ୍ୟତୀତ ଜମିୟତ-ଉଲ-ଏ-ହିନ୍ଦ ପକ୍ଷରୁ କପିଲ ଶିବଲ କହିଥିଲେ ଯେ, ସାରା ଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାର ଆବଶ୍ୟକତା ରହିଛି । ବିନା ବୁଲଡୋଜରରେ ବେଆଇନ ଅବରୋଧ ହଟାଇ ଯାଇପାରିବନି ବୋଲି କୋର୍ଟ କହିଥିଲେ । ଏହାସହ କୋର୍ଟ ସମସ୍ତ ପକ୍ଷରୁ ଧୈର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଇଥିଲେ ।

Last Updated : Apr 21, 2022, 1:19 PM IST

ABOUT THE AUTHOR

...view details