ଓଡିଶା

odisha

'ଚଳିତ ବର୍ଷ ପବିତ୍ର ହଜ୍‌ ଯାତ୍ରା ଲାଗି କୌଣସି ନିଷ୍ପତ୍ତି ହୋଇନାହିଁ'

ପ୍ରତିବର୍ଷ ସାଉଦି ଆରବରେ ପାଳନ କରାଯାଉଥିବା ହଜ୍‌ ଯାତ୍ରାରେ ଭାରତୀୟଙ୍କ ସାମିଲକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତର ଅବ୍ବାସ ନକଭି କହିଛନ୍ତି ।

By

Published : Jun 6, 2021, 11:13 AM IST

Published : Jun 6, 2021, 11:13 AM IST

'ଚଳିତ ବର୍ଷ ପବିତ୍ର ହଜ୍‌ ଯାତ୍ରା ଲାଗି କୌଣସି ନିଷ୍ପତ୍ତି ହୋଇନାହିଁ'
'ଚଳିତ ବର୍ଷ ପବିତ୍ର ହଜ୍‌ ଯାତ୍ରା ଲାଗି କୌଣସି ନିଷ୍ପତ୍ତି ହୋଇନାହିଁ'

ନୂଆଦିଲ୍ଲୀ: ଇସଲାମ ଧର୍ମର ପବିତ୍ର ଧାର୍ମିକସ୍ଥଳୀ ସାଉଦି ଆରବର ମକ୍କାରେ ଚଳିତ ବର୍ଷର ହଜ୍ ତୀର୍ଥ ଯାତ୍ରାକୁ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି । ସାଉଦି ଆରବ ସରକାରଙ୍କ ନିଷ୍ପତ୍ତିକୁ ଭାରତ ସମର୍ଥନ କରିବ ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତର ଅବ୍ବାସ ନକଭି ଶନିବାର କହିଛନ୍ତି ।

'ଚଳିତ ବର୍ଷ ପବିତ୍ର ହଜ୍‌ ଯାତ୍ରା ଲାଗି କୌଣସି ନିଷ୍ପତ୍ତି ହୋଇନାହିଁ'

ପ୍ରତିବର୍ଷ ସାଉଦି ଆରବର ମକ୍କାରେ ହଜ୍‌ ତୀର୍ଥଯାତ୍ରା ଅନୁଷ୍ଠିତ ହୋଇଥାଏ । 2020 ମସିହାରେ କୋରୋନା ମହମାରୀ ପାଇଁ ଏହି ଯାତ୍ରା ବାତିଲ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ହଜ୍‌ ଯାତ୍ରା ସାଉଦି ଆରବ ସରକାରଙ୍କ ଉପରେ ନିର୍ଭର କରୁଛି । ସାଉଦି ଆରବ ସରକାରଙ୍କ ନିଷ୍ପତ୍ତିକୁ ଭାରତ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । କିନ୍ତୁ ଚଳିତ ବର୍ଷ ହଜ ଯାତ୍ରା ଲାଗି କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ନକଭି କହିଛନ୍ତି ।

ଗତବର୍ଷ ସାଉଦି ଆରବରେ ରହୁଥିବା ଲୋକଙ୍କୁ ହଜ୍‌ରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଥିଲା । ଅନ୍ୟ ଦେଶର ଲୋକଙ୍କ ପାଇଁ ଏହାକୁ ବାତିଲ କରାଯାଇଥିଲା । ଅନ୍ୟ ଦେଶର ଶ୍ରଦ୍ଧାଳୁମାନେ ଏଥିରେ ସାମିଲ ହୋଇପାରିନଥିଲେ । ଗତବର୍ଷ ସାଉଦି ଆରବ ସରକାର ହଜ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ବିମାନ ଯାତ୍ରାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଜୁଲାଇ ମାସ ଶେଷ ବେଳକୁ ଗତବର୍ଷ ହଜ୍‌ କିଛି ଶ୍ରଦ୍ଧାଳୁଙ୍କୁ ନେଇ ଆରମ୍ଭ ହୋଇଥିଲା ।

ମହାମାରୀ ସମୟରେ ସାଉଦି ଆରବ ସହିତ ଭାରତ ଦ୍ବିପାକ୍ଷିକ ସହଯୋଗ ରହିଛି । ଏଣୁ ସାଉଦି ଆରବ ସରକାରଙ୍କ ନିଷ୍ପତ୍ତିକୁ ଭାରତ ସମ୍ମାନ ଜଣାଇବ ବୋଲି ନକଭି କହିଛନ୍ତି । ଏହି ପବିତ୍ର ଯାତ୍ରାରେ 20 ଲକ୍ଷର ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦାନ କରିଥାନ୍ତି । ଗତ 2019 ମସିହାରେ କେବଳ ଭାରତରୁ 2 ଲକ୍ଷ ମୁସଲିମ ଧର୍ମାବଲମ୍ବୀ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details