ଓଡିଶା

odisha

By

Published : Feb 8, 2022, 2:13 PM IST

ETV Bharat / bharat

ଗଙ୍ଗାନଦୀରେ ମୃତଦେହ ଭାସିବା ଘଟଣା, କେନ୍ଦ୍ର କହିଲା ତଥ୍ୟ ନାହିଁ

ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣା । ସେ ନେଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନଥିବା ରାଜ୍ୟସଭାରେ କହିଛନ୍ତି ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଅଧିକ ପଢନ୍ତୁ

ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣା
ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣା

ନୂଆଦିଲ୍ଲୀ: କୋରାନାର ଦ୍ବିତୀୟ ଲହରରେ ଅନେକ ଜୀବନ ଦୀପ ଲିଭି ଯାଇଥିଲା । ସେହି ସମୟରେ ଗଙ୍ଗା ନଦୀରେ ବହୁ ସଂଖ୍ୟକ ମୃତଦେହ ଭାସିବା ଘଟଣା ସାମ୍ନାକୁ ଆସିଥିଲା । ସେ ସମୟରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ନଦୀରେ କେତେ ମୃତଦେହ ଭାସୁଥିଲା ସେ ନେଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନଥିବା ରାଜ୍ୟସଭାରେ କହିଛନ୍ତି ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

ତୃଣମୂଳ କଂଗ୍ରେସ ଏମପି ଡେରେକ ଓ' ବ୍ରଏନଙ୍କ ପ୍ରଶ୍ନରେ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଏହି ଉତ୍ତର ଦେଇଛନ୍ତି। ଭାସୁଥିବା ମୃତଦେହଗୁଡିକୁ କୋଭିଡ ପ୍ରୋଟୋକଲ ସହ ସତ୍କାର ହୋଇଥିଲା କି ନାହିଁ ସେ ବାବଦରେ ଜାଣିବାକୁ ଚାହିଁ ଥିଲେ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କହିଥିଲେ କେତେକ ମୃତଦେହର କେହି ଦାବିଦାର ନଥିଲେ । ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରି ନଥିବା କହିଛନ୍ତି ବିଶେଶ୍ବର ଟୁଡୁ ।

ଉତ୍ତରପ୍ରଦେଶ ଓ ବିହାରର କେତେକ ଜିଲ୍ଲାରୁ ଏହି ରିପୋର୍ଟ ଆସିଥିଲା । ମିଳିଥିବା ମୃତଦେହର ସବିଶେଷ ତଥ୍ୟ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ମଗାଯାଇଥିଲା । ଉତ୍ତରାଖଣ୍ଡ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ଆଡଭାଇଜରି ଜାରି କରାଯାଇଥିବା କହିଛନ୍ତି ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

ମନ୍ତ୍ରୀଙ୍କ ଉତ୍ତରକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା କେ.ସି ବେଣୁଗୋପାଳ । ଅକ୍ସିଜେନ ଅଭାବଜନିତ ମୃତ୍ୟୁ ସମ୍ପର୍କରେ ପୂର୍ବରୁ ସରକାର ଏହିପରି ଉତ୍ତର ଦେଇ ସଂସଦକୁ ବିଭ୍ରାନ୍ତ କରିଥିବା କହିଛନ୍ତି କେ.ସି ବେଣୁଗୋପାଳ ।

@ANI

ABOUT THE AUTHOR

...view details