ଓଡିଶା

odisha

ETV Bharat / bharat

ଲ୍ୟାଣ୍ଡିଂ ଜୋନକୁ ‘ଶିବଶକ୍ତି ପଏଣ୍ଟ’ ନାମକରଣରେ କୌଣସି ବିବାଦ ନାହିଁ : ISRO ମୁଖ୍ୟ - ଚନ୍ଦ୍ରଯାନ 3

ଚନ୍ଦ୍ରର ଲ୍ୟାଣ୍ଡିଂ ଜୋନକୁ ‘ଶିବଶକ୍ତି ପଏଣ୍ଟ’ ଭାବେ ନାମିତ କରିବାରେ କୌଣସି ବିବାଦ ନଥିବା କହିଲେ ଇସ୍ରୋ ମୁଖ୍ୟ ସୋମନାଥ । କହିଲେ ବିଜ୍ଞାନ ଓ ଆଧ୍ୟାତ୍ମିକତା ତାଙ୍କ ଜୀବନର ଗୋଟିଏ ଯାତ୍ରାର ଅଂଶ । ଅଧିକ ପଢନ୍ତୁ

ଲ୍ୟାଣ୍ଡିଂ ଜୋନକୁ ‘ଶିବଶକ୍ତି ପଏଣ୍ଟ’ ନାମକରଣରେ ନାହିଁ କୌଣସି ବିବାଦ : ISRO ମୁଖ୍ୟ
ଲ୍ୟାଣ୍ଡିଂ ଜୋନକୁ ‘ଶିବଶକ୍ତି ପଏଣ୍ଟ’ ନାମକରଣରେ ନାହିଁ କୌଣସି ବିବାଦ : ISRO ମୁଖ୍ୟ

By ETV Bharat Odisha Team

Published : Aug 27, 2023, 10:31 PM IST

ଥିରୁଅନନ୍ତପୁରମ୍: ବହୁପ୍ରତୀକ୍ଷିତ ‘ଚନ୍ଦ୍ରଯାନ-3’ ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିବା ସ୍ଥାନର ନାମ ରଖାଯାଇଛି ‘ଶିବଶକ୍ତି ପଏଣ୍ଟ’ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଏହି ସ୍ଥାନର ନାମକରଣ କରିଥିଲେ । ତେବେ ଏହି ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ଭାବେ ନାମକରଣ କରିବାରେ କୌଣସି ବିବାଦ ନାହିଁ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ । ଆଜି ନିଜ ଗୃହରାଜ୍ୟ କେରଳ ଗସ୍ତ କରି ମା’ ଭଦ୍ରକାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସୋମନାଥ । ଏହି ସମୟରେ ସେ ଗଣମାଧ୍ୟମ ସହ ମହାକାଶ ମିଶନ ଓ ତାଙ୍କର ବ୍ୟକ୍ତିଗତ ଆସ୍ଥା ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ନାମକରଣ ପ୍ରସଙ୍ଗରେ ସୋମନାଥ କହିଥିଲେ, ପୂର୍ବରୁ ମଧ୍ୟ କିଛି ଦେଶ ଏପରି ନାମକରଣ କରିଛନ୍ତି । ଏହା ସମ୍ପୃକ୍ତ ଦେଶର ବିଶେଷାଧିକାର । ତେଣୁ ଏହି ନାମକରଣ ଉପରେ ଆଦୌ କୌଣସି ବିବାଦ ନାହିଁ । ଭାରତ ଶିବଶକ୍ତି ନାମକରଣ କରିବାରେ କିଛି ପ୍ରଶ୍ନ ମଧ୍ୟ ନାହିଁ ବୋଲି ସୋମନାଥ କହିଛନ୍ତି । ସେହିପରି ନିଜ ଆଧ୍ୟାତ୍ମିକ ଆସ୍ଥା ପାଇଁ ଚର୍ଚ୍ଚାରେ ଥିବା ଏହି ବିଶିଷ୍ଟ ବିଜ୍ଞାନୀ ଆଜି ମଧ୍ୟ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ।

କହିଛନ୍ତି, "ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଅନୁସନ୍ଧାନ କରିବା ମୋ ଜୀବନର ଯାତ୍ରାର ଏକ ଅଂଶ । ସେଥିପାଇଁ ମୁଁ ବହୁ ମନ୍ଦିରକୁ ମଧ୍ୟ ଯାଏ ଏବଂ ମୁଁ ଅନେକ ଶାସ୍ତ୍ର ମଧ୍ୟ ଅଧ୍ୟୟନ କରେ । ବ୍ରହ୍ମାଣ୍ଡରେ ମୋର ଅସ୍ତିତ୍ୱ ଏବଂ ତୁମର ଯାତ୍ରାର ଉଦ୍ଦେଶ୍ୟ ଖୋଜିବାରେ ଏହା ମତେ ସାହାଯ୍ୟ କରେ ।" ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚନ୍ଦ୍ରଯାନ-3 ଉତକ୍ଷେପଣ ହେବା ପୂର୍ବରୁ ମଧ୍ୟ ସୋମନାଥ ତିରୁପତିର ଚେଙ୍ଗଲମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ଆଶ୍ଚର୍ଯ୍ୟ ଦାବି: ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଘୋଷଣା କରିବାକୁ ଦାବି କଲେ ହିନ୍ଦୁ ସଂଗଠକ

23 ତାରିଖରେ ଲ୍ୟାଣ୍ଡିଂ ସଫଳ ହେବା ପରେ 26 ତାରିଖରେ ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବଶକ୍ତି ପଏଣ୍ଟ’ ଭାବେ ନାମିତ ମଧ୍ୟ କରିଥିଲେ । ସେହିପରି 23 ଅଗଷ୍ଟକୁ ଜାତୀୟ ମହାକାଶ ଦିବସ ଭାବେ ମଧ୍ୟ ପାଳନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ତେବେ ଏପରି ନାମକରଣ କରିବା ସମ୍ପୃକ୍ତ ଦେଶର ଅଧିକାର ପରିସର ଅନ୍ତର୍ଭୁକ୍ତ ବୋଲି ସ୍ପଷ୍ଟ କରିଛନ୍ତି ଇସ୍ରୋ ମୁଖ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details