ଓଡିଶା

odisha

ETV Bharat / bharat

ରାଜସ୍ଥାନ କଂଗ୍ରେସରେ ନାହିଁ କୌଣସି ମତଭେଦ: ଅଜୟ ମାକନ - ରାଜସ୍ତାନ କଂଗ୍ରସେରେ ବିବାଦ

ରାଜସ୍ଥାନରେ କ୍ୟାବିନେଟ ବିସ୍ତାରକୁ ନେଇ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ । ଏହା କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ । ଅଧିକ ପଢ଼ନ୍ତୁ...

ରାଜସ୍ତାନ କଂଗ୍ରେସ ଦଳରେ କୌଣସି ମତଭେଦ ନାହିଁ:ଅଜୟ ମାକନ
ରାଜସ୍ତାନ କଂଗ୍ରେସ ଦଳରେ କୌଣସି ମତଭେଦ ନାହିଁ:ଅଜୟ ମାକନ

By

Published : Jul 25, 2021, 8:10 PM IST

ଜୟପୁର: "ରାଜସ୍ଥାନରେ କ୍ୟାବିନେଟ ବିସ୍ତାରକୁ ନେଇ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ ।" ଏହା କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ । ଏହାସହ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ ସମସ୍ତ ବରିଷ୍ଠ ନେତା ମିଶି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ବୋଲି ସେ କହିଛନ୍ତି ।

ଗତ କିଛି ଦିନ ହେଲା ରାଜସ୍ଥାନ କ୍ୟାବିନେଟ ବିସ୍ତାର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ନେଇ କେତେକ ତୁଙ୍ଗ ନେତା ଓ ବରିଷ୍ଠ ବିଧାୟକ ଅସନ୍ତୋଷ ରହିଥିବା ଖବର ଆସିଥିଲା । ଏହାକୁ ନେଇ ରାଜସ୍ତାନର କଂଗ୍ରେସ ପ୍ରଭାରୀ ଅଜୟ ମାକନ ଓ କଂଗ୍ରେସର ମହାସଚିବ କେସି ଭେନୁ ଗୋପାଳ ରାଜସ୍ତାନର ନେତା ଓ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ବୈଠକ ପରେ ଜୁଲାଇ ମାସରେ କ୍ୟାବିନେଟ ବିସ୍ତାର ପାଇଁ କୌଣସ ଯୋଜନା ନଥିବା କଥା କହିଛନ୍ତି ଅଜୟ ମାକନ ।

ରାଜସ୍ତାନ କଂଗ୍ରେସ ବିଧାୟକ ଓ ନେତା ହାଇକମାଣ୍ଡଙ୍କ କଥାକୁ ଅବମାନନା କରିବେ ନାହିଁ । ଏହା ବୈଠକରେ ସୁନିଶ୍ଚିତ କରିଛନ୍ତି ଅଜୟ ମାକନ । ବିଧାୟକଙ୍କ ସମସ୍ତ କଥାକୁ ଶୁଣିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ସେପଟେ କ୍ୟାବିନେଟ ବିସ୍ତାର ପାଇଁ ସମସ୍ତ ପ୍ରକାର ଏକ୍ସରସାଇଜ ଶେଷ ହୋଇଛି ବୋଲି କହିଛନ୍ତି ରାଜସ୍ତାନ କଂଗ୍ରେସ ମହାସଚିବ କେସି ଭେନୁଗୋପାଳ । କ୍ୟାବିନେଟ ବିସ୍ତାର କେଉଁ ଦିନ ହେବ ତାହାର କୌଣସି ତାରିଖ ଘୋଷଣା କରାଯାଇନାହିଁ । ଏଭଳି ନିଷ୍ପତ୍ତି ଦିନ ତାରିଖ ନଥାଏ ବୋଲି କହିଛନ୍ତି ଅଜୟ ମାକନ । ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଏହି ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details