ବଂଶବାଦ ନୁହେଁ ଯୋଗ୍ୟତାକୁ ବିଶ୍ବାସ କରେ ଦେଶ : ସ୍ମୃତି ଇରାନୀ ନୂଆଦିଲ୍ଲୀ: "ମଣିପୁର ଭାରତ ମାତାର ଅବିଚ୍ଛେଦ୍ୟ ଅଙ୍ଗ । ମଣିପୁର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି, ରହିବ । ଆଜି ପ୍ରଥମ ଥର କୌଣସି ସାଂସଦ ସଂସଦରେ ଭାରତ ମାତାର ମୃତ୍ୟୁ କଥା କହିଲେ । ଏହା ତାଙ୍କ ସାଂସଦ ମାନେ ତାଳି ମାରି ସମର୍ଥନ କଲେ ।" କିଛି ଏଭଳି ଢଙ୍ଗରେ ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।
ଲୋକସଭାରେ ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କର ଆଜି ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ । ରାହୁଲଙ୍କ ଆକ୍ରମଣ ପରେ ପରେ ସରକାରଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସରକାରଙ୍କ ପକ୍ଷରୁ ପ୍ରତିଆକ୍ରମଣ କରିଥିଲେ । ସ୍ମୃତି ଇରାନୀ କହିଥିଲେ, "ମଣିପୁର ଭାରତ ମାତାର ଅବିଚ୍ଛେଦ୍ୟ ଅଙ୍ଗ । ମଣିପୁର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି, ରହିବ । ଆଜି ପ୍ରଥମ ଥର କୌଣସି ସାଂସଦ ସଂସଦରେ ଭାରତ ମାତାର ମୃତ୍ୟୁ କଥା କହିଲେ । ଏହା ତାଙ୍କ ସାଂସଦ ମାନେ ତାଳି ମାରି ସମର୍ଥନ କଲେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ବିରୋଧୀ ଦଳ ଇଣ୍ଡିଆ ନୁହନ୍ତି । କାରଣ ଭାରତ ଭ୍ରଷ୍ଟ ନୁହେଁ । ଭାରତ ବଂଶବାଦରେ ନୁହେଁ ଯୋଗ୍ୟତାରେ ବିଶ୍ବାସ କରେ । ଆପଣ ମାନଙ୍କୁ ମନେ ରଖିବାକୁ ହେବ । କାରଣ ଇଂରେଜଙ୍କୁ କୁହାଯାଇଥିଲା... ଇଂରେଜ ଭାରତ ଛଡୋ... ଏବେ ସମୟ ଆସିଛି ଭ୍ରଷ୍ଟାଚାର ଭାରତ ଛାଡ, ବଶଂବାଦ ଭାରତ ଛାଡ ।"
ଏହାବି ପଢନ୍ତୁ- ସଂସଦ ବାହାରେ ଫ୍ଲାଇଂ କିସ୍ କଲେ ରାହୁଲ ! ଇରାନୀ କହିଲେ ମହିଳା ବିରୋଧୀ ପୁରୁଷ
ବିରୋଧୀଙ୍କୁ କଡ଼ା ପ୍ରହାର କରି ସ୍ମୃତି ଇରାନୀ କହିଛନ୍ତି ଯେ, ବିରୋଧୀ ମହିଳାଙ୍କ ସମ୍ପର୍କରେ ଆଲୋଚନା କରୁଛନ୍ତି । ବିରୋଧୀଙ୍କ କାର୍ଯ୍ୟକାଳଠାରୁ ଅଧିକ ବଜେଟ୍ ଆମର ପ୍ରଧାନମନ୍ତ୍ରୀ ମହିଳାଙ୍କୁ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶରେ ଗରିବଙ୍କ ପାଇଁ 3 କୋଟି 84 ଲକ୍ଷ ଘର ନିର୍ମାଣ କରିଛନ୍ତି । ୟେଉଁଥିରେ 2 କୋଟି 86 ଲକ୍ଷ ଘର ମହିଳାଙ୍କୁ ମିଳିଛି । 8 କୋଟି ମହିଙ୍କୁ ଶିକ୍ଷା ମିଳିଛି । 5 ଲକ୍ଷ ଦିବ୍ୟାଙ୍ଗ ମହିଳାଙ୍କୁ ଷ୍ଟାଇପେଣ୍ଡ୍ ମିଳିଛି । ଗତ 9 ବର୍ଷରେ ପିଏଚ୍ଡି କରୁଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆପଣ ମହିଳାଙ୍କୁ ନେଇ ନୀତ ରାଜନୀତି କରୁଥାଆନ୍ତୁ । ଆମେ ମହିଳାଙ୍କୁ ତ୍ବରିତ ବିକାଶ କରୁଥିବୁ । ଆଜି ମହିଳାଙ୍କୁ ମାସିକ ଋତୁସ୍ରାବ ଛୁଟି ମିଳୁଛି । ଆଜି ଭାରତର ଝିଅ ସୈନିକ ସ୍କୁଲରେ ପାଠ ପଢୁଛି । ଆଜି ଭାରତର ଝିଅ ଆର୍ମିରେ ସାମିଲ ହୋଇ ଦେଶସେବା କରୁଛି ।
ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ସ୍ମୃତି କହିଛନ୍ତି ଭାତ ବିରୋଧୀ ମିନାଜ ଖାନ ସହ ରାହୁଲ ଗାନ୍ଧୀଙ୍କ କାହିଁକି ବୈଠକ ହୋଇଥିଲା ? ଗୌତମ ଆଦାନୀ ପ୍ରସଙ୍ଗ ଉଠାଇ ସ୍ମୃତି କହିଛନ୍ତି ଯଦି ଗୌତମ ଆଦାନୀ ଏତେ ଖରାପ ? ଜିଜା ଜୀ(ରବଟ ଭଦ୍ରା) କଣ କରୁଛନ୍ତି ? ୟୁପିଏ ସରକାରଙ୍କ କାର୍ଯ୍ୟକାଳରେ ଆଦାନୀ ଗ୍ରୁପକୁ କଂଗ୍ରେସ ସରକାର 72 ହଜାର କୋଟି ଋଣ ଦେଇଛି । କେରଳରେ କଂଗ୍ରେସ ସମର୍ଥିତ ୟୁଡିଏ ସରକାର 7ଟି ପୋର୍ଟ ଆଦାନୀକୁ ଦେଇଦେଲେ । ପଶ୍ଚିମବଙ୍ଗର ହଳଦିଆ ପୋର୍ଟ କାମ ଆଦାନୀଙ୍କୁ କାହିଁକି ଦେଲେ ? ଏଥିରୁ ବେଟାକୁ କେତେ ଭେଟ ହେବ ଜ୍ବାଇଁକୁ କେତେ ସେଟ୍ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ଇରାନୀ ।