ନୂଆଦିଲ୍ଲୀ:ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତବ ଆଜି ଲୋକସଭାରେ କାଟ ଖାଇଛି । ଦୀର୍ଘ 3 ଦିନର ଚର୍ଚ୍ଚା ପରେ ଆଜି ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ବକ୍ତବ୍ୟ ପରେ ମୌଖୀକ ଭୋଟିଂ ମାଧ୍ୟମରେ ଏହି ପ୍ରସ୍ତାବ କାଟ ଖାଇଛି । 3 ଦିନ ଧରି ଜାରି ରହିଥିବା ଏହି ଅନାସ୍ଥା ପ୍ରସ୍ତାବକୁ କଂଗ୍ରେସର ଉତ୍ତର-ପୂର୍ବ ସଂସାଦ ଗୌରବ ଗୋଗୋଇ ଗୃହରେ ଆଗତ କରିଥିଲେ । ଏକାଧିକ ବିରୋଧୀଙ୍କ ସମେତ ସରକାରଙ୍କ ପକ୍ଷରୁ ଏକାଧିକ ମନ୍ତ୍ରୀ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗତକାଲି ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ସହ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୀର୍ଘ 2 ଘଣ୍ଟାର ବ୍ୟକ୍ତବ ରଖିଥିଲେ ।
ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତବ୍ୟ ରଖିବା ସହ ବିରୋଧୀ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶେଷ ହେବା ପରେ ଏହି ପ୍ରସ୍ତାବ ଉପରେ ମୌଖୀକ ଭୋଟ ଆହ୍ବାନ କରିଥିଲେ ବାଚସ୍ପତି ଓମ୍ ବିର୍ଲା । ସଦସ୍ୟମାନେମାନେ ହଁ କିମ୍ବା ନାଁରେ ସେମାନଙ୍କ ମତ ରଖିଥିଲେ । ସଂଖ୍ୟା ବହୁମତ ଆଧାରରେ ଏହି ପ୍ରସ୍ତାବ ଲୋକସଭାରେ କାଟ ଖାଇଛି । ଏହା ଥିଲା ମୋଦି ସରକାରଙ୍କ ବିରୋଧରେ ଦ୍ବିତୀୟ ଅନାସ୍ଥା ପ୍ରସ୍ତାବ । ଏହା ପୂର୍ବରୁ ମୋଦି ନେତୃତ୍ବାଧୀନ ଏନ୍ଡିଏ ସରକାର ବିରୋଧରେ 2018ରେ ପ୍ରଥମ ଅନାସ୍ଥା ଆଣିଥିଲେ ବିରୋଧୀ ।
ଏହା ମଧ୍ୟ ପଢନ୍ତୁ:-No Confidence Motion: ‘2024 ରେ ସବୁ ରେକର୍ଡ ଭାଙ୍ଗି କ୍ଷମତା ବଜାୟ ରଖିବ BJP’