ଓଡିଶା

odisha

ETV Bharat / bharat

No Confidence Motion: ପ୍ରଧାନମନ୍ତ୍ରୀ ଜାଣିଥିଲେ 2023ରେ ଆସିବ ଅବିଶ୍ୱାସ ପ୍ରସ୍ତାବ ! - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭାଇରାଲ ହେଉଥିବା ଭିଡିଓ ଫେବୃୟାରୀ 2018 ସମୟର। । ଭିଡିଓରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଅବିଶ୍ବାସ ପ୍ରସ୍ତାବ ଉପରେ ଜବାବ ଦେଉଛନ୍ତି । ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି, ‘‘ଆପଣ ମାନେ (ବିରୋଧୀ ଦଳ) 2023 ରେ ମଧ୍ୟ ଏମିତି ଅବିଶ୍ବାସ ପ୍ରସ୍ତାବ ଆଣନ୍ତୁ । ଏଥିପାଇଁ ଆପଣ ମାନେ ବହୁତ ପ୍ରୟାସ କରନ୍ତୁ । ମୁଁ ଆପଣ ମାନଙ୍କୁ ଶୁଭକାମନା ଦେଉଛି ।’’ ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ଜାଣିଥିଲେ 2023 ରେ ଆସିବ ଅବିଶ୍ବାସ ପ୍ରସ୍ତାବ !
ପ୍ରଧାନମନ୍ତ୍ରୀ ଜାଣିଥିଲେ 2023 ରେ ଆସିବ ଅବିଶ୍ବାସ ପ୍ରସ୍ତାବ !

By

Published : Jul 26, 2023, 9:49 PM IST

ପ୍ରଧାନମନ୍ତ୍ରୀ ଜାଣିଥିଲେ 2023 ରେ ଆସିବ ଅବିଶ୍ବାସ ପ୍ରସ୍ତାବ !

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଓ ଭାରତ ରାଷ୍ଟ୍ର ସମିତି ସାଂସଦ ଏନ ନାଗେଶ୍ବର ରାଓ ଆଜି ଲୋକସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଗତ କରିଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରସ୍ତାବ ଗ୍ରହଣ କରି ଏହାର ବିଚାର କରି ବିତର୍କ ପାଇଁ ସମୟ ନିର୍ଦ୍ଧାରିତ କରିବେ ବୋଲି କହିଛନ୍ତି । କଂଗ୍ରେର ଏହି ଅବିଶ୍ବାସ ପ୍ରସ୍ତାବ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରୁ ଏହା ସ୍ପଷ୍ଟ ଯେ ଭବିଷ୍ୟତରେ ମଧ୍ୟ ଅବିଶ୍ବାସ ପ୍ରସ୍ତାବ ଆସିବ ବୋଲି ପ୍ରଧାନମନ୍ତ୍ରୀ ମୋଦି 2018ରୁ ଜାଣିସାରିଥିଲେ ।

ଏହାବି ପଢନ୍ତୁ-Monsoon Session 2023: ଅଚଳାବସ୍ଥା ଜାରି, କାଲି ଯାଏଁ ଉଭୟ ସଦନ ମୁଲତବୀ

ଭାଇରାଲ ହେଉଛି ମୋଦିଙ୍କ ଭାଷଣ: ଭାଇରାଲ ହେଉଥିବା ଭିଡିଓ ଫେବୃୟାରୀ 2018 ସମୟର। । ଭିଡିଓରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଅବିଶ୍ବାସ ପ୍ରସ୍ତାବ ଉପରେ ଜବାବ ଦେଉଛନ୍ତି । ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି, ‘‘ଆପଣ ମାନେ (ବିରୋଧୀ ଦଳ) 2023 ରେ ମଧ୍ୟ ଏମିତି ଅବିଶ୍ବାସ ପ୍ରସ୍ତାବ ଆଣନ୍ତୁ । ଏଥିପାଇଁ ଆପଣ ମାନେ ବହୁତ ପ୍ରୟାସ କରନ୍ତୁ । ମୁଁ ଆପଣ ମାନଙ୍କୁ ଶୁଭକାମନା ଦେଉଛି ।’’

ଦୃରଦୃଷ୍ଟି ସମ୍ପନ୍ନ ମୋଦି:ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏହି ଭାଷଣର ଏକ ପୁରୁଣା ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦି ଭାଇରାଲ ହେଉଥିବା ଭିଡିଓରେ କହୁଛନ୍ତି ଆପଣଙ୍କ (କଂଗ୍ରେସ) ଅହଙ୍କାର ପାଇଁ ଆଜି ଆପଣଙ୍କ ସଦସ୍ୟ ସଂଖ୍ୟା 400 ରୁ 40 ରେ ପହଞ୍ଚିଛି । ଆମର ସେବା ଭାବନା ପାଇଁ ଆଜି ବିଜେପିର ସଦସ୍ୟ ସଂଖ୍ୟା 2ରୁ ଏହି ସ୍ଥାନରେ ପହଞ୍ଚିଛି ।

ଭିଡିଓକୁ ନେଇ ଆଜି ସାରା ଦେଶରେ ବେଶ ଚର୍ଚ୍ଚା ହେଉଛି । ବହୁ ଲୋକ ଭିଡିଓକୁ ସେୟାର କରିବା ସହିତ ଏହା ପ୍ରଧାନମନ୍ତ୍ରୀଙ୍କ ଦୃରଦୃଷ୍ଟି ବୋଲି କହୁଛନ୍ତି । ଆଉ କେହି କେହି ମୋଦି ଜଣେ ମହାପୁରୁଷ ବୋଲି କହୁଛନ୍ତି । ଆଉ କେହି କେହି ଏହା କଂଗ୍ରେର ଦୁର୍ବଳ ରଣନୀତି ବୋଲି କହୁଛନ୍ତି ।

ବର୍ଷିଲେ ଯୋଶୀ: ବିରୋଧୀ ଦଳର ଅବିଶ୍ବାସ ପ୍ରସ୍ତାବକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ବିରୋଧୀ ହୀନ ରାଜନୀତି କରୁଛନ୍ତି । ବିରୋଧୀଙ୍କ କୌଣସି ଯୋଜନା କାମ ଦେବ ନାହିଁ । କାରଣ ଦେଶବାସୀ ବିରୋଧୀଙ୍କ ଉଦ୍ଦେଶ୍ୟ ଭଲଭାବେ ଜାଣିସାରିଛନ୍ତି । ଗତକାଲି ବିଜେପି ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ନା ପରିବର୍ତ୍ତନ କରିଦେଲେ ଚରିତ୍ର ପରିବର୍ତ୍ତନ ହୁଏ ନାହିଁ । ‘ଇଣ୍ଡିଆ’ ନାମିତ ଆତଙ୍କବାଦୀ ସଂଗଠନ ଇଣ୍ଡିଆ ମୁଜାହିଦ୍ଦିନ ଓ ଇଷ୍ଟ ଇଣ୍ଡିଆ କମ୍ପାନୀରେ ସାମିଲ ଥିଲା । ଏହାର ଜବାବ ମଧ୍ୟ ରାହୁଲ ଗାନ୍ଧୀ ଦେଇ କହିଥିଲେ ମୋଦି ଯାହା କହିଲେ ମଧ୍ୟ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରୟାସ ସଫଳ ହେବ ।

ଏକତ୍ର ବିରୋଧୀ:ମଣିପୁର ପ୍ରସଙ୍ଗରେ ବିରୋଧୀ ସଂସଦରେ ଖୁବ ହଲଚଲ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରିବା ସହିତ ସ୍ବତନ୍ତ୍ର ଆଲୋଚନା ଦାବି କରୁଛନ୍ତି । ସରାକରୀ ଦଳ କହୁଛି ସରକାର ପକ୍ଷରୁ କିଏ ଜବାବ ଦେବ ତାହା ଲୋକସଭା ବାଚସ୍ପତି କିମ୍ବା ସରକାର ନିଷ୍ପତି ନେବେ । ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମଣିପୁର ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହ ଜବାବ ଦେବେ ।

ଏହାବି ପଢନ୍ତୁ- Manipur violence: ବିରୋଧୀଙ୍କ ଅନାସ୍ତା ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି

ଅବିଶ୍ବାସ ପ୍ରସ୍ତାବ ନିୟମ: ଅବିଶ୍ବାସ ପ୍ରସ୍ତାବ ଆଗତ ପାଇଁ ଅତିକମରେ 50 ଜଣ ସାଂସଦଙ୍କ ସମର୍ଥନ ଜରୁରୀ । 50 ଜଣ ସାଂସଦଙ୍କ ସମର୍ଥନ ଥିଲେ ଯାଇ ବାଚସ୍ପତି ପ୍ରସ୍ତାବକୁ ଗ୍ରହଣ କରିବେ । ବର୍ତ୍ତମାନ ଲୋକସଭାର ମୋଟ 543 ଆସନରୁ ବିଜେପିର ଏକାକି 301 ସାଂସଦ ଥିବା ବେଳେ, ସହଯୋଗୀ ମେଣ୍ଟ ତଥା ଏନଡିଏର ସାଂସଦ ସଂଖ୍ୟା 332 ରହିଛି । ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରେ 141 ସାଂସଦ ଥିବାବେଳେ ଏକାକି କଂଗ୍ରେସ ସାଂସଦ ସଂଖ୍ୟା ହେଉଛି 49 । ଏତତ ବ୍ୟତୀତ 6 ଟି ଆସନ ବର୍ତ୍ତମାନ ଖାଲି ରହିଛି । ଅବଶିଷ୍ଟ 64 ଟି ଆସନ ଅନ୍ୟାନ୍ୟ ଦଳ ପାଖରେ ରହିଛି । ଯେଉଁ ଦଳ ଗୁଡିକ କୌଣସି ମେଣ୍ଟରେ ନାହାଁନ୍ତି ।

ଅବିଶ୍ବାସ ପ୍ରସ୍ତାବ ପ୍ରକ୍ରିୟା: କୌଣସି ସରକାର ବିରୋଧରେ କୌଣସି ବି ଲୋକସଭା ସାଂସଦ ଅବିଶ୍ବାସ ପ୍ରସ୍ତାବ ଆଣିପାରିବେ । ଏଥିପାଇଁ ଉକ୍ତ ସାଂସଦଙ୍କ ସମର୍ଥନରେ 50 ଜଣ ସାଂସଦଙ୍କ ସମର୍ଥନ ଥିବା ଜରୁରୀ । 50 ଜଣ ସାଂସଦଙ୍କ ସମର୍ଥନ ଥିଲେ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ବିତର୍କ ପାଇଁ ଗ୍ରହଣ କରିବେ । ନିୟମର ଅନୁଧ୍ୟାନ କରି 10 ଦିନ ମଧ୍ୟରେ କେବେ ବିତର୍କ ହେବ ନିଷ୍ପତି ନେବେ । ଅବିଶ୍ବାସ ପ୍ରସ୍ତାବ ଉପରେ ବିରୋଧୀଙ୍କ ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ଜବାବ ଦିଆଯିବ । ଏହାପରେ ସରକାର ଲୋକସଭାରେ ବହୁମତ ତଥା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଯଦି ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିପାରିବେ ତ ସରକାର ରହିବ । ନଚେତ ସରକାର ଭାଙ୍ଗିଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details