ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ସଂସଦରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ । ଆଜି (ସୋମବାର) ବିରୋଧୀ ଦଳ ତଥା PML-N ନେତା ସହବାଜ ସରିଫ ଏହି ପ୍ରସ୍ତାବ ନିମ୍ନ ସଦନରେ ଆଗତ କରିଛନ୍ତି । ତେବେ ଲାଗିରହିଥିବା ସଙ୍କଟ ମଧ୍ୟରେ ଝୁଲୁଥିବା ଇମ୍ରାନଙ୍କ କ୍ଷମତା ବଜାୟ ରଖିବା ନେଇ ଚିତ୍ର କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ଆଜି ଗୃହରେ ପ୍ରସ୍ତାବ ଆଗତ ହେବା ପରେ National Assembly ମୁଲତବୀ ହୋଇଯାଇଛି । ୩୧ ତାରିଖରେ ଏହି ଅନାସ୍ଥା ଉପରେ ଚର୍ଚ୍ଚା ଓ ଭୋଟିଂ ଆରମ୍ଭ ହେବ ।
ବାଚସ୍ପତି ଅସାର କୈସର କହିଛନ୍ତି, ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ସହ ଅନାସ୍ଥା ଉପରେ ଚାର୍ଚ୍ଚା ହେବ । ସଦସ୍ୟମାନେ ମଧ୍ୟ ଏହି ନିଷ୍ପତ୍ତିରେ ଏକମତ ହୋଇଥିଲେ । ତେବେ ଗୃହ ମୁଲତବୀ ହୋଇସାରିଥିବା ବେଳେ ଇମ୍ରାନଙ୍କ ଭାଗ୍ୟ ମଧ୍ୟ ଝୁଲୁଛି । ତେବେ ଏହା ଗୃହରେ ଆଗତ, ଚର୍ଚ୍ଚା ଓ ପାରିତ ହେବା ପରେ କାର୍ଯ୍ୟକରୀ ହେବାକୁ ଥିବାବେଳେ, ତାହା ପୂର୍ବରୁ ଇମ୍ରାନଙ୍କ ଇସ୍ତାଫା ଚର୍ଚ୍ଚା ଜୋର ଧରିଥିଲା ।