ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୋଧରେ ଆଲୋଚନା କରିବା ପାଇଁ କୃଷକ ନେତା ରାକେଶ ଟିକାୟତଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗତ 5 ମାସ ହେବ କୃଷି ଆଇନକୁ ନେଇ ଲାଗି ରହିଥିବା ବିବାଦକୁ ନେଇ କୈଣସି ଆଲୋଚନା ହୋଇନି ବୋଲି କହିଛନ୍ତି କୃଷକ ନେତା ଟିକାୟତ । ପୂର୍ବରୁ ଏନେଇ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୈଣସି ନିଷ୍କର୍ସ ବାହାରି ପାରିନାହିଁ ।
କୃଷକ ନେତା କହିଛନ୍ତି ଯେ ଆସନ୍ତା ସଂସଦ ଅଧିବେଶନରେ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରାଯିବା ଉଚିତ। ଏଥିସହ ଆଗାମୀ ଦିନରେ ବସିବାକୁ ଥିବା ସଂସଦରେ ଅଧିବେଶନ ଅନୁଷ୍ଠିତ ହେବ । ସଂସଦ ଘେରାଉ କରିବାର କୌଣସି ଯୋଜନା କୃଷକଙ୍କର ନାହିଁ । କୃଷକମାନେ ସରକାରଙ୍କ ଉପରେ ବିଶ୍ବାସ କରୁଛନ୍ତି। ତଥାପି, ଆମେ ଚାହୁଁ ଯେ ଯିଏ ଆମ ସହ କଥା ହେବା ପାଇଁ ନିଯୁକ୍ତି ପାଇଛନ୍ତି । ସେ ମଧ୍ୟ ନିଷ୍ପତ୍ତି ନେବାକୁ ଯଥେଷ୍ଟ ପରିମାଣରେ ସାମର୍ଥ୍ୟ ଥିବା ଦରକାର ।