ଓଡିଶା

odisha

ETV Bharat / bharat

ନଥିଲା ନାଗରିକତା ପ୍ରମାଣ, କୋରୋନାରେ ପ୍ରାଣ ହାରିଲେ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ - ନାଗରିକତା ପ୍ରମାଣ

କୋରୋନାରେ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ ବସେର ମଲଙ୍କ ମୃତ୍ୟୁ । ନାଗରିକତା ପରିଚୟ ନଥିବା କାରଣରୁ ବସେରଙ୍କୁ ମିଳିପାରିନଥିଲା ଚିକିତ୍ସା ସୁବିଧା । ଅଧିକ ପଢନ୍ତୁ...

ନଥିଲା ନାଗରିକତା ପ୍ରମାଣ, କୋରୋନାରେ ପ୍ରାଣ ହାରିଲେ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ
ନଥିଲା ନାଗରିକତା ପ୍ରମାଣ, କୋରୋନାରେ ପ୍ରାଣ ହାରିଲେ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ

By

Published : May 12, 2021, 3:27 PM IST

ଜୟପୁର: ମହାମାରୀ କୋରୋନାରେ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ ବସେର ମଲଙ୍କ ମୃତ୍ୟୁ । ମେ 2 ଯୋଧପୁର ସହର ଉପକଣ୍ଠରେ ଥିବା ନିଜ ମାଟି ଘରେ ଜୀବନ ହାରିଦେଇଛନ୍ତି ମଲ ।

ହିନ୍ଦୁ ଶରଣାର୍ଥୀ ବସେର ମଲଙ୍କର କୋରୋନାରେ ମୃତ୍ୟୁ ହେବା ପୂର୍ବରୁ ତାଙ୍କୁ ଯୋଧପୁରର 2ଟି ବେସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ନାଗରିକତା ପରିଚୟ ନଥିବା କାରଣରୁ ବସେରଙ୍କୁ ମିଳିପାରିନଥିଲା ଚିକିତ୍ସା ସୁବିଧା ।

ମହାମାରୀ କୋରୋନା ସଙ୍କଟ କାରଣରୁ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜସ୍ଥାନର 8ଟି ଜିଲ୍ଲାରେ ରହୁଥିବା ହିନ୍ଦୁ ଶରଣାର୍ଥୀଙ୍କ ଜୀବନ ଅନ୍ୟନ୍ତ କଷ୍ଟରେ ବିତୁଛି । ଏମାନେ ହସ୍ପିଟାଲ ବେଡ୍‌, ଭ୍ୟାକ୍ସିନ, ବୀମା ଆଉ ମାଗଣା ରାସନ ପାଇଁ କରୁଛନ୍ତି ସଂଘର୍ଷ ।

ମାର୍ଚ୍ଚ 20ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଧପୁର ସହରର 7 ଜଣ ହିନ୍ଦୁ ଶରଣାର୍ଥୀ ପ୍ରାଣ ହରାଇସାରିଲେଣି । 25 ଶହରୁ ଊର୍ଦ୍ଧ୍ବ ପରିବାର ଦୀର୍ଘ 15 ବର୍ଷରୁ ଭାରତୀୟ ନାଗରିକତା ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।

ABOUT THE AUTHOR

...view details