ଓଡିଶା

odisha

ETV Bharat / bharat

ବିକଳ୍ପ ନାହିଁ, ଏୟାର ଇଣ୍ଡିଆର ଘରୋଇକରଣ ନଚେତ ତାଲା ପଡିବ: ମନ୍ତ୍ରୀ - Air India Privatise

ଦେଶର ଏକମାତ୍ର ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ନେଇ ହାତ ଟେକିଦେଲେ ସରକାର । ବିଭାଗୀୟ ମନ୍ତ୍ରୀ କହିଲେ ଏୟାର ଇଣ୍ଡିଆ ପାଇଁ ରହିଛି ମାତ୍ର 2 ଟି ବିକଳ୍ପ..

ବିକଳ୍ପ ନାହିଁ : ଏୟାର ଇଣ୍ଡିଆର ଘରୋଇକରଣ , ନଚେତ ତାଲା ପଡିବ
ବିକଳ୍ପ ନାହିଁ : ଏୟାର ଇଣ୍ଡିଆର ଘରୋଇକରଣ , ନଚେତ ତାଲା ପଡିବ

By

Published : Mar 26, 2021, 8:25 PM IST

ନୂଆଦିଲ୍ଲୀ: ସାର୍ବଜନୀକ କ୍ଷେତ୍ରର ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିନିବେଶ ପାଇଁ ଏକ ନୂଆ ସମୟସୀମା ଉପରେ କାମ କରୁଛନ୍ତି ସରକାର । ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏୟାରଇଣ୍ଡିଆର ବିନିବେଶ ପାଇଁ ଫାଇନାନ୍ସିଆଲ ବିଡ୍‌ କୁ ଆଗାମୀ ଦିନରେ ଆମନ୍ତ୍ରିତ କରାଯିବ ।

ପୁରୀ କହିଛନ୍ତି କି ସରକାରଙ୍କ ସାମ୍ନାରେ ଏୟାର ଇଣ୍ଡିଆର ଘରୋଇକରଣ କରିବା ଆଉ ତାକୁ ବନ୍ଦ କରିବା ଛଡା କିଛି ବିକଳ୍ପ ନାହିଁ । ତେବେ ଘରୋଇରଣ ହେବା ଯାଏଁ ଏହାକୁ ଚାଲୁ ରଖିବାକୁ ହେବ । ଟାଇମ୍ସ ନେଟୱର୍କ ଇଣ୍ଡିଆ ଇକୋନୋମିକ କନକ୍ଲେଭ ସେସନରେ ଏ ସମ୍ବନ୍ଧରେ ମତ ରଖିଛନ୍ତି ।

ଏହା ବାଦ ସେ ବିମାନବନ୍ଦରର ଘରୋଇକରଣର ବିରୋଧ କରିବା ସହ କଂଗ୍ରେସ ପାର୍ଟିର ନେତାଙ୍କୁ ଭ୍ରମିତ ପାର୍ଟି ଦର୍ଶାଇଛନ୍ତି ।

ତେବେ ବର୍ତ୍ତମାନ ‘‘ ଆମେ ନୂଆ ସମୟସୀମା ଉପରେ ବିଚାର କରୁଛୁ । ବିଲ ଲଗାଇବାକୁ ଇଚ୍ଛୁକ ପକ୍ଷ ପାଇଁ ଏବେ ଡାଟା ରୁମ (ସୂଚନା ସଂଗ୍ରହ) ଖୋଲିଦିଆଯାଇଛି । ଫାଇନାନ୍ସିଆଲ ବିଡ ପାଇଁ 64 ଦିନର ସମୟ ରହିବ । ଏହା ପରେ କେବଳ ନିଷ୍ପତ୍ତି ନେବା ଓ ଏୟାରଲାଇନ ହସ୍ତାନ୍ତରିତ କରିବା ନିର୍ଣ୍ଣୟ ହିଁ ଚୁଡାନ୍ତ ହେବ ।

ଏୟାର ଇଣ୍ଡିଆରେ ରହିଛି କେବଳ ସରକାରଙ୍କ ମାଲିକାନା । ସେ ଏଥିରେ ନିଜର ଶତପ୍ରତିଶତ ଅଂଶଧନ ପାଇଁ କ୍ରେତା ଖୋଜିବାରେ ଲାଗି ପଡିଛନ୍ତି । 2007 ମସିହାରେ ଇଣ୍ଡିଆନ ଏୟାରଲାଇନ୍ସରେ ଏୟାର ଇଣ୍ଡିଆର ମିଶ୍ରଣ କରିବା ପରେ କ୍ଷତିର ପରିମାଣ ବଢିବାରେ ଲାଗିଲା ।

ଏ ନେଇ ପୁରୀ କହିଛନ୍ତି କି, ‘‘ ଆମ ପାଖରେ କୌଣସି ବିକଳ୍ପ ନାହିଁ । ଏହାକୁ ଆମେ ଘରୋଇକରଣ କରିବୁ ଅଥବା ଏହାକୁ ବନ୍ଦ କରିବୁ । ଏୟାର ଇଣ୍ଡିଆ ଏବେ ଦୈନିକ 20 କୋଟି କ୍ଷତି ସହୁଛି । ଭୁଲ ପରିଚାଳନା ଯୋଗୁଁ ଏୟାର ଇଣ୍ଡିଆର ମୋଟ ଋଣ 60,000 କୋଟି ଟଙ୍କାରେ ପହଞ୍ଚିସାରିଛି ।’’

ଏୟାର ଇଣ୍ଡିଆ ପାଇଁ ଅର୍ଥମନ୍ତ୍ରୀଙ୍କୁ ପାଣ୍ଠି ମାଗିବାର ଉଲ୍ଲେଖ କରି ପୁରୀ ଜଣାଇଛନ୍ତି କି, ‘‘ ମୋର ଏତେ ବି କ୍ଷମତା ନାହିଁ ମୁଁ ବାରମ୍ବାର ନିର୍ମଳା ଜୀଙ୍କ ପାଖକୁ ଯିବି , ଆଉ କହିବି ମୋତେ ଆହୁରି ଟଙ୍କା ଦିଅନ୍ତୁ । ’’

ABOUT THE AUTHOR

...view details