ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ବର୍ଷ ଜାନୁଆରୀ ଓ ଫେବୃଆରୀରେ ସିବିଏସଇ ବୋର୍ଡ ପରୀକ୍ଷା ନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡାକ୍ତର ରମେଶ ପୋଖରିୟାଲ । ପରୀକ୍ଷା ପରବର୍ତ୍ତୀ ତାରିଖର ଘୋଷଣା ପରେ କରାଯିବ ।
ଆସନ୍ତା ଜାନୁଆରୀ-ଫେବୃଆରୀରେ ହେବନି CBSE ବୋର୍ଡ ପରୀକ୍ଷା - ସିବିଏସଇ ବୋର୍ଡ ପରୀକ୍ଷା
ଆସନ୍ତା ବର୍ଷ ଜାନୁଆରୀ ଓ ଫେବୃଆରୀରେ ସିବିଏସଇ ବୋର୍ଡ ପରୀକ୍ଷା ନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...
ଆସନ୍ତା ଜାନୁଆରୀ-ଫେବୃଆରୀରେ ହେବନି CBSE ବୋର୍ଡ ପରୀକ୍ଷା
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡାକ୍ତର ରମେଶ ପୋଖରିୟାଲ କହିଛନ୍ତି, ଫେବୃଆରୀ ପରେ ଆମେ କେବେ ପରୀକ୍ଷା କରାଇବୁ ଏହା ଉପରେ ବିଚାର ବିମର୍ଶ କରିବାକୁ ପଡିବ । କୌଣସି ଅପଡେଟ ଥିଲେ ଜଣାଇବା ପାଇଁ କହିଛନ୍ତି ଶିକ୍ଷାମନ୍ତ୍ରୀ ।
ସେପଟେ ଏହାପୂର୍ବରୁ ସିବିଏସଇର ନୂଆ ସ୍ପଷ୍ଟୀକରଣ ଜାରି କରି କହିଥିଲା ଯେ ଦଶମ ଓ ଦ୍ବାଦଶ ବୋର୍ଡର ପରୀକ୍ଷା ଏଯାଏଁ ବାକି ରହିଛି ।
Last Updated : Dec 22, 2020, 7:19 PM IST