ନୂଆଦିଲ୍ଲୀ:ଦିଲ୍ଲୀରେ ତିନି ଦିନ ପାଇଁ ମଦ ବ୍ୟାନ । ଡିସେମ୍ବର 4ରେ ହେବାକୁ ଯାଉଛି ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (MCD) ନିର୍ବାଚନ ପାଇଁ ମତଦାନ । ଏହାର 3ଦିନ ପୂର୍ବରୁ ସହରରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି (alcohol sale ban in delhi for MCD polls)। ଆସନ୍ତାକାଲି (ଶୁକ୍ରବାର) ସଧ୍ୟାରୁ ସହରର ସମସ୍ତ ମଦ ଦୋକାନ ଓ ବାର ବନ୍ଦ ରଖିବାକୁ ନିର୍ଦ୍ଦେଶରେ କହିଛି ଅବକାରୀ ବିଭାଗ । ମତଦାନ ଶେଷ ହେବା ଯାଏ ଏହି ନିୟମ ବଳବତ୍ତର ରହିବ ।
ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଡିସେମ୍ବର 2 ରୁ ଡିସେମ୍ବର 4 ତାରିଖ ଅପରାହ୍ନ 5.30 ପର୍ଯ୍ୟନ୍ତ ଡ୍ରାଏ-ଡେ ଘୋଷଣା କରିଛନ୍ତି । ଏହି ଅବଧି ମଧ୍ୟରେ ସମସ୍ତ ମଦ ଦୋକାନ, ବାର ଓ ଆଉଟଲେଟ ବନ୍ଦ ରହିବ (alcohol sale ban in delhi for MCD polls)। ସେହିପରି ଡିସେମ୍ବର 7ତାରିଖରେ ଭୋଟ ଗଣତି ହେବାକୁ ଯାଉଥିବା ବେଳେ ଉକ୍ତ ଦିନକୁ ମଧ୍ୟ ଡ୍ରାଏ-ଡେ ଘୋଷଣା କରାଯାଇଛି ।