ଓଡିଶା

odisha

By

Published : Jan 24, 2021, 9:08 PM IST

ETV Bharat / bharat

ପାକିସ୍ତାନ ଗୁଳିରେ ଭାରତୀୟ ଯବାନ ଏନକେ ନିଶାନ୍ତ ଶର୍ମା ଶହୀଦ

ଗତ ସପ୍ତାହରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଗୁରୁତର ଆହତ ହୋଇଥିବା 10 ଜମ୍ମୁ କାଶ୍ମୀର ରାଇଫଲର ଯବାନ ଏନକେ ଶର୍ମା ଶହୀଦ । ଅଧିକ ପଢନ୍ତୁ...

ପାକିସ୍ତାନ ଗୁଳିରେ ଭାରତୀୟ ଯବାନ ଏନକେ ନିଶାନ୍ତ ଶର୍ମା ଶହୀଦ ସିଂହ ଶହୀଦ
ପାକିସ୍ତାନ ଗୁଳିରେ ଭାରତୀୟ ଯବାନ ଏନକେ ନିଶାନ୍ତ ଶର୍ମା ଶହୀଦ ସିଂହ ଶହୀଦ

ଶ୍ରୀନଗର: ଶତ୍ରୁ ପକ୍ଷଙ୍କ ଗୁଳିରେ ଆହତ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଛନ୍ତି । ଗତ ସପ୍ତାହରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଗୁରୁତର ଆହତ ହୋଇଥିଲେ ସେନାର ଏହି ଜବାନ ।

ଜାନୁଆରୀ 18ରେ ଜମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା । ତେବେ ଭାରତୀୟ ସେନା ଏହି ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଇଛି ।

ଘଟଣାରେ 10 ଜମ୍ମୁକାଶ୍ମୀର ରାଇଫଲର ଯବାନ ଏନକେ ନିଶାନ୍ତ ଶର୍ମା ଆହତ ହୋଇ କମାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏନକେ ଶର୍ମା ଜଣ କର୍ତ୍ତବ୍ୟପରାୟଣ ସୈନିକ ଥିଲେ । ତେବେ ତାଙ୍କ ସର୍ବୋଚ୍ଚ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେନା ପକ୍ଷରୁ ବୟାନ ଦିଆଯାଇଛି ।

ଏହା ପୂର୍ବରୁ ଜାନୁଆରୀ 21ରେ ଜମ୍ମୁ କାଶ୍ମୀର ପୁଞ୍ଛ ଜିଲ୍ଲା କ୍ରିଷ୍ଣା ଘାଟିରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ 10 ଜମ୍ମୁକାଶ୍ମୀର ରାଇଫଲର ହାବିଲଦାର ନିର୍ମଳ ସିଂହ ଶହୀଦ ହୋଇଯାଇଥିଲେ ।

ABOUT THE AUTHOR

...view details