ଓଡିଶା

odisha

By

Published : Nov 19, 2022, 8:04 PM IST

Updated : Nov 21, 2022, 2:48 PM IST

ETV Bharat / bharat

କାର ଧକ୍କାରେ ଇଟିଭି ଭାରତ ସାମ୍ବାଦିକା ମୃତ, ଜଣେ ଗୁରୁତର

କାର ଧକ୍କାରେ ଇଟିଭି ଭାରତ ସାମ୍ବାଦିକା ନିବେଦିତା ସୁରଜଙ୍କ ମୃତ(ETV Bharat journalist death) । ଅନ୍ୟ ଜଣେ ସାଥୀ ସାମ୍ବାଦିକା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

କାର ଧକ୍କାରେ ଇଟିଭି ଭାରତ ସାମ୍ବାଦିକା ମୃତ, ଅନ୍ୟ ଜଣେ ଗୁରୁତର
କାର ଧକ୍କାରେ ଇଟିଭି ଭାରତ ସାମ୍ବାଦିକା ମୃତ, ଅନ୍ୟ ଜଣେ ଗୁରୁତର

ହାଇଦ୍ରାବାଦ: କାର ଧକ୍କାରେ ସାମ୍ବାଦିକାଙ୍କ ମୃତ୍ୟୁ । ଇଟିଭି ଭାରତ ସାମ୍ବାଦିକା ନିବେଦିତା ସୁରଜଙ୍କର(Nivedita Sooraj) କାର ଧକ୍କାରେ ମୃତ୍ୟୁ ହୋଇଛି । ସେହିପରି ତାଙ୍କ ସହ ଥିବା ଅନ୍ୟ ଜଣେ ସହଯୋଗୀ ସାମ୍ବାଦିକା ସୋନାଲି ଚାଓ୍ବରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହାଇଦ୍ରାବାଦ-ବିଜୟଓ୍ବାଡା ଜାତୀୟ ରାଜପଥର ହାୟତନଗର ଭାଗ୍ୟଲତାରେ ଆଜି(ଶନିବାର) ସକାଳେ ଏହି ଦୁର୍ଘଟଣା ଘଟିଛି (ETV Bharat journalist death)। ଉଭୟଙ୍କୁ ଏକ କାର ଧକ୍କା ଦେବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ନିବେଦିତାଙ୍କ ମୃତ୍ୟୁ ହୋଇଥିବା ବେଳେ ସୋନାଲିଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କାର ଧକ୍କାରେ ସାମ୍ବାଦିକା ମୃତ, ଅନ୍ୟ ଜଣେ ଗୁରୁତର

26 ବର୍ଷୀୟା ନିବେଦିତା କେରଳର ଥ୍ରୀସୁରର ବାସିନ୍ଦା ହୋଇଥିବା ବେଳେ ଇଟିଭି ଭାରତ କେରଳ ଡେସ୍କରେ କଣ୍ଟେଣ୍ଟ ଏଡିଟର ଭାବେ କାର୍ଯ୍ୟରତ ଥିଲେ । ସେ 2021ରେ ଇଟିଭି ଭାରତରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ଥ୍ରୀସୁର ବ୍ୟୁରରୋ ମଧ୍ୟ କାର୍ଯ୍ୟ କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ କେରଳର ପୈତୃକ ଗ୍ରାମ ଅଭିମୁଖେ ପଠାଯାଇଛି । ଆସନ୍ତାକାଲି (ରବିବାର) ପୂର୍ବାହ୍ନରେ ଶେଷକୃତ୍ୟ ସମ୍ପନ୍ନ ହେବ ।

ସେହିପରି ଗୁରୁତର ହୋଇଥିବା ସୋନାଲି ଚାଓ୍ବରେ ମହାରାଷ୍ଟ୍ରର ବାସିନ୍ଦା ହୋଇଥିବା ବେଳେ ଇଟିଭି ଭାରତ ଉତ୍ତର ପ୍ରଦେଶ ଡେସ୍କରେ କାର୍ଯ୍ୟରତ ଅଛନ୍ତି । ଉଭୟ ଆଜି ରାସ୍ତା ଅତିକ୍ରମ କରୁଥିବା ବେଳେ ଏଲ୍‌ବି ନଗର ପଟରୁ ଦୃତଗତିରେ ଆସୁଥିବା କାରଟି ସେମାନଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ହାୟତନଗର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ମଧ୍ୟ ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 21, 2022, 2:48 PM IST

ABOUT THE AUTHOR

...view details