ନୂଆଦିଲ୍ଲୀ:ଜେଡି(ୟୁ)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଲଲନ ସିଂ । ଆରସିପି ସିଂ ଇସ୍ତଫା ଦେବା ପରେ ଲାଲ ସିଂଙ୍କୁ ଶନିବାର ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯାଇଛି ।
ଆରସିପି ସିଂ ଦଳର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇ ଆସୁଥିବାବେଳେ ମୋଦି ସରକାର ସମ୍ପ୍ରସାରଣରେ ସେ କେନ୍ଦ୍ରମନ୍ତ୍ରୀ ଭାବେ ସୁଯୋଗ । ପରେ ସେ ସାଙ୍ଗଠନିକ ସଭାପତିତ୍ବରୁ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଶନିବାର ସେ ତାଙ୍କ ଦାୟିତ୍ବରୁ ଇସ୍ତଫା ଦେଇଥିବାବେଳେ ନୂତନ ଅଧ୍ଯକ୍ଷ ଚୟନ ଆରମ୍ଭ ହୋଇଥିଲା । ଅନ୍ୟପଟେ ବିହାରର ମୁଙ୍ଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ତଥା ଦଳର ବରିଷ୍ଠ ନେତା ଲଲନ ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବେଶ ଘନିଷ୍ଠ ବୋଲି ମଧ୍ୟ ଚର୍ଚ୍ଚା ହୁଏ ।