ଓଡିଶା

odisha

ETV Bharat / bharat

INDIA Alliance Covenor Race: 'ନୀତିଶ କୁମାରଙ୍କ କିଛି ହେବନାହିଁ, କୌଣସି ଅଯୋଗ୍ୟ ମେଣ୍ଟର ହେବେ ଆବାହକ' - ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ

ବିରୋଧୀ ମହାମେଣ୍ଟର ଆବାହକକୁ ନେଇ ଛକାପଞ୍ଝା ଲାଗି ରହିଛି । ଏଭଳି ସ୍ଥିତିରେ ବିହାର ବିଜେପି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

INDIA Alliance Covenor Race
INDIA Alliance Covenor Race

By ETV Bharat Odisha Team

Published : Sep 1, 2023, 4:58 PM IST

ପାଟନା: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ବିରୋଧୀ ମହାମେଣ୍ଟ 'ଇଣ୍ଡିଆ'ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି । ମେଣ୍ଟର ଆବାହକ କିଏ ହେବ ତାହାକୁ ନେଇ ଚର୍ଚ୍ଚା ହେଉଛି । ଏପରି ସ୍ଥିତିରେ ଏହାକୁ ନେଇ ବିହାର ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଏହି ମେଣ୍ଟର ୧୭ ଜଣ ମେଣ୍ଟର ଆବାହକ ହେବାକୁ ଚାହୁଁଛନ୍ତି । ନୀତିଶ କୁମାରଙ୍କ କିଛି ହେବ ନାହିଁ, ସେ କୌଣସି ଅଯୋଗ୍ୟ ମେଣ୍ଟର ହିଁ ଆବାହକ ହୋଇପାରିବେ ।

ଏନେଇ ବିଜେପି ନେତା ସମ୍ରାଟ ଚୌଧୁରୀ କହିଛନ୍ତି, "ନୀତିଶ କୁମାରଙ୍କ କିଛି ହେବ ନାହିଁ । ଘମଣ୍ଡି ମହାମେଣ୍ଟର ୨୨ ଜଣ ପ୍ରଧାନମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଛନ୍ତି । ସେପଟେ ପ୍ରାୟ ୧୭ ଜଣ ମେଣ୍ଟର ଆବାହକ ହେବାକୁ ଚାହୁଁଛନ୍ତି । ଏବେ କିଏ ମେଣ୍ଟର ଆବାହକ ହେବ ତାହା ତ ସମୟ କହିବ । ମାତ୍ର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କିଛି ହେବ ନାହିଁ । ଏହି ବିରୋଧୀ ମେଣ୍ଟ ଦେଶକୁ ଖଣ୍ଡ ଖଣ୍ଡ କରିବା ଲାଗି କାମ କରୁଛି । ନୀତିଶ କୁମାର କୌଣସି ଅଯୋଗ୍ୟ ଦଳର ଆବାହକ ପାଇଁ ଯୋଗ୍ୟ ।"

ଏହା ବି ପଢନ୍ତୁ- India Alliance: କି’ଏ ହେବ ଆବାହକ ? ପୁଣି ଇଚ୍ଛା ନଥିବା ମନ୍ତବ୍ୟ ଦୋହରାଇଲେ ନୀତିଶ

ମୁମ୍ବାଇରେ ବିରୋଧୀ ମହାମେଣ୍ଟ 'ଇଣ୍ଡିଆ'ର ୩ୟ ବୈଠକ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଏହାର ଦ୍ବିତୀୟ ଦିନ । ଏହି ବୈଠକରେ ମେଣ୍ଟର ଆବାହକ କିଏ ହେବ ତାହା ଘୋଷଣା କରାଯିବ । ବୈଠକର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତେଜସ୍ବୀ ଯାଦବ ସାମିଲ ହୋଇଥିଲେ । ହେଲେ ବୈଠକର ପ୍ରଥମ ଦିନର ଗୋଟିଏ ଦିନ ପୂର୍ବରୁ ଲାଲୁ ଓ ତେଜସ୍ବୀ ମୁମ୍ବାଇରେ ପହଞ୍ଚି ଯାଇଥିଲେ । ଯାହାକୁ ନେଇ ବିଜେପି ନେତାମାନେ ନୀତିଶ କୁମାରଙ୍କୁ କଟାକ୍ଷ କରିଥିଲେ ।

ସୂଚନା ଥାଉ କି ବିରୋଧୀ ମହାମେଣ୍ଟର ପ୍ରଥମ ବୈଠକରେ ହିଁ ମେଣ୍ଟର ଆବାହକ କିଏ ହେବ ତାକୁ ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ପ୍ରଥମ ଓ ଦ୍ବିତୀୟ ବୈଠକରେ ଏ ନେଇ ଘୋଷଣା କରାଯାଇଥିଲା । ମେଣ୍ଟର ଆବାହକ ହେବା ଲାଗି ଅନେକ ନେତା ରହିଛନ୍ତି । ଏହି ମହାମେଣ୍ଟର ଅନେକ ନେତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ରହିଛନ୍ତି । ତେବେ ନୀତିଶ କୁମାରଙ୍କ ରାସ୍ତାରେ ଅନେକ ଯୋଗ୍ୟ ନେତା ମଧ୍ୟ ରହିଛନ୍ତି । ଏଭଳି ସ୍ଥିତିରେ ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିଛି । ହେଲେ ପୂର୍ବରୁ ଆବାହକ ହେବା ଲାଗି ଇଚ୍ଛୁକ ନଥିବା ନୀତିଶ ସ୍ପଷ୍ଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details