ପାଟନା: କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ । କାହା ନାଁରେ ବାଜିବ ମୋହର । ଏହାକୁ ନେଇ ଆଜି ପାଟନାରେ ବସିବାକୁ ଯାଉଛି ଏନଡିଏର ବିଧାୟକ ଦଳ ବୈଠକ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଭାବେ ଦଳ ନୀତିଶ କୁମାରଙ୍କୁ ଚୟନ କରିଥିବାବେଳେ ଆଜି ଔପଚାରିକ ଭାବେ ଲଗାଇବ ମୋହର । ପୂର୍ବରୁ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ସମସ୍ତେ ରାଜି ହୋଇଛନ୍ତି ।
ଏହି ବୈଠକରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଯୋଗ ଦେବେ । ଗୋଟେପଟେ ମୁଖ୍ୟମନ୍ତ୍ରୀ ରୂପେ ଦଳ ନୀତିଶ କୁମାରଙ୍କୁ ଚୟନ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ସସପେନ୍ସ । କେଉଁ ଚେହେରାକୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବ ତାକୁ ନେଇ ଚାଲିଛି ବହୁ କଳ୍ପନାଜଳ୍ପନା । ଶୁଣିବାକୁ ମିଳୁଛି ଦଳ ନୂଆ ଚେହେରା ଭାବେ ସୁଶୀଲ ମୋଦିଙ୍କୁ ଚୟନ କରିପାରେ । ହେଲେ ଏନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଆଲୋଚନା ଜାରି ରହିଛି ।