ପାଟନା: ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୫୦ ଆସନ ଅତିକ୍ରମ କରିପାରିବ ନାହିଁ(BJP Will Not Cross 50 Seat In 2024) । ଯଦି ସମସ୍ତ ବିରୋଧୀ ଦଳ ଏକଠି ହୋଇ ବିଜେପି ବିରୋଧରେ ନିର୍ବାଚନ ଲଢନ୍ତି, ତେବେ ଏପରି ହୋଇପାରିବ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ଆଜି ପାଟନାରେ ଆୟୋଜିତ ଦଳର ପ୍ରଦେଶ କାର୍ଯ୍ୟକାରିଣୀରେ (JDU State Executive meeting) କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ନୀତିଶ ଏପରି ଆକଳନ କରିବା ସହ ବିଜେପିକୁ ସାମ୍ପ୍ରଦାୟିକ ଦର୍ଶାଇ ବର୍ଷିଛନ୍ତି ।
ନୀତିଶ କହିଛନ୍ତି, ‘‘ବିଜେପି ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିରତା ନଷ୍ଟ କରିବା ପାଇଁ ପ୍ରାୟାସ କରିବ । ବିଜେପି କାର୍ଯ୍ୟକର୍ତ୍ତାମାନେ ଏପରି କରି ଅସ୍ଥିରତା ସୃଷ୍ଟି କରି ସାମାଜିକ ସୈହାର୍ଦ୍ଧ୍ୟ ନଷ୍ଟ କରିବା ପାଇଁ ଲାଗି ପଡିବେ । ଏପରି ସ୍ଥଳେ ଆମକୁ ସ୍ବତନ୍ତ୍ର ପ୍ରସ୍ତତି କରିବାକୁ ହେବ । ଆମକୁ ପଞ୍ଚାୟତସ୍ତରୀୟ ପର୍ଯ୍ୟନ୍ତ ମଧ୍ୟ ମୁକାବିଲା ରଣନୀତି କରିବାକୁ ପଡିବଷ ।’’ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିହାର ଗସ୍ତକୁ ମଧ୍ୟ ନୀତିଶ ସମାଲୋଚନା କରିଛନ୍ତି । ଶାହ, ରାଜ୍ୟରେ ମାହୋଲ ବିଗାଡିବା ପାଇଁ ବିହାର ଗସ୍ତ କରୁଥିବା ନୀତିଶ କହିଛନ୍ତି ।
୨୦୨୪ ରେ ବିରୋଧୀଙ୍କୁ ଏକଜୁଟ କରିବାର ପ୍ରୟାସ:
ଆଜିର ଦଳୀୟ ବୈଠକରେ ମଧ୍ୟ ନୀତିଶ (CM Nitish Kumar) ରାଜ୍ୟରେ ବିଜେପିରୁ ଅଲଗା ହେବା ଏବଂ ମହାମେଣ୍ଚ ସହଯୋଗରେ ସରକାର ଗଠନ ଉପରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ‘‘2 ଦିନ ପରେ ଆମେ ଦିଲ୍ଲୀ ଯାଇ ବିରୋଧୀ ଦଳର ଏକତ୍ରୀକରଣ ଉପରେ ପ୍ରାୟାସ ଆରମ୍ଭ କରିବୁ ।’’ ମଣିପୁରରେ ୫ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହେବା ଘଟଣାରେ ମଧ୍ୟ ନୀତିଶ ବିଜେପିକୁ ପରୋକ୍ଷ ଟାର୍ଗେଟ କରିଛନ୍ତି । ବିଜେପି ନିଜେ ନୀତି ନୈତିକତାର କଥା କହୁଥିବା ବେଳେ ସେମାନେ କଣ କରୁଛନ୍ତି ବୋଲି ନୀତିଶ ପ୍ରଶ୍ନ କରିଥିଲେ । ୨୦୨୪ ରେ ସମସ୍ତ ବିରେୋଧୀଙ୍କୁ ଏକାଠି କରି ଗୋଟିଏ ମଞ୍ଚକୁ ଆଣି ପାରିଲେ ସଫଳତା ମିଳିବ ଓ ସେ ଏଥିପାଇଁ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସେ ମତ ରଖିଥିଲେ ।
ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚର୍ଚ୍ଚାକୁ ଅସ୍ୱୀକାର: