ଓଡିଶା

odisha

ETV Bharat / bharat

Nitish Kumar Controversy: ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ କହୁ କହୁ ସଞ୍ଜମତା ଭୁଲିଗଲେ ନୀତିଶ, ଆପତ୍ତିଜନକ ଶବ୍ଦକୁ ନେଇ ବିବାଦ - ଜନସଂଖ୍ୟା ପ୍ରସଙ୍ଗରେ ନୀତିଶଙ୍କ ଅଶ୍ଳୀଳ ବୟାନ

ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ବିଧାନସଭା ମନ୍ତବ୍ୟ ରଖିବା ବେଳେ ସଞ୍ଜମତା ଭୁଲିଗଲେ ନୀତିଶ । ଅଶାଳୀନ ଭାଷାକୁ ନେଇ ବିବାଦ । କ୍ଷମା ପ୍ରାର୍ଥନା ଦାବି କଲା ଜାତୀୟ ମହିଳା କମିଶନ । ଅଧିକ ପଢନ୍ତୁ

Nitish Kumar controversy: ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ କହୁ କହୁ ସଞ୍ଜମତା ଭୁଲିଗଲେ ନୀତିଶ
Nitish Kumar controversy: ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ କହୁ କହୁ ସଞ୍ଜମତା ଭୁଲିଗଲେ ନୀତିଶ

By ETV Bharat Odisha Team

Published : Nov 7, 2023, 10:29 PM IST

ପାଟନା: ବିଧାନସଭା ମନ୍ତବ୍ୟ ରଖିବା ବେଳେ ଆପତ୍ତିଜନକ ଶବ୍ଦ ବ୍ୟବହାର ପାଇଁ ବିବାଦରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ସଦନରେ କହୁ କହୁ ସଞ୍ଜମତା ଭୁଲିଗଲେ ନୀତିଶ । ଅତି ବେପରୁଆର ଢଙ୍ଗରେ ମହିଳାଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କଲେ । ଯାହା ମହିଳାଙ୍କ ଗରିମାକୁ କ୍ଷୂର୍ଣ୍ଣ କଲା ପରି । ଅନ୍ୟ ସଦସ୍ୟମାନେ ମଧ୍ୟ ନୀତିଶଙ୍କ ଏହି ମନ୍ତବ୍ୟରେ ଗୃହରେ ଲଜ୍ଜା ଅନୁଭବ କରିଥିଲେ । ନୀତିଶଙ୍କ ଏପରି କିଛି ମନ୍ତବ୍ୟ ଆଜି ବିହାର ବିଧାନସଭାରେ ଦେଖିବାକୁ ମିଳିଛି ।

ବିବାହ ପରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ନୀତିଶ ଏହି ମନ୍ତବ୍ୟ ଦେଇଛନ୍ତି । ଅତି ବେପରୁଆ ତଥା ଅଶାଳୀନ ଭାବେ ନୀତିଶ ଏହି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ବିରୋଧୀ ବିଜେପି ସମେତ ଅନ୍ୟମାନେ ମଧ୍ୟ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶଙ୍କ ବିରୋଧରେ ଜାତୀୟ ମହିଳା କମିଶନ ମଧ୍ୟ ଉଦବେଗ ପ୍ରକାଶ କରିଛି । ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ)ର ଅଧ୍ୟକ୍ଷା କହିଛନ୍ତି, ‘‘ଦେଶର ପ୍ରତ୍ୟେକ ମହିଳାଙ୍କ ତରଫରୁ ଆୟୋଗ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତରଫରୁ ତୁରନ୍ତ କ୍ଷମା ମାଗିବାକୁ ଦାବି କରୁଛି । ବିଧାନସଭାରେ ତାଙ୍କର ଏହି ମନ୍ତବ୍ୟ ଅତି ଲଜ୍ଜାଜନକ । ଏହା ପ୍ରତ୍ୟେକ ମହିଳାଙ୍କର ସମ୍ମାନକୁ ହାନୀ କରିବା ପରି । ତାଙ୍କ ଭାଷଣ ସମୟରେ ବ୍ୟବହାର କରାଯାଇଥିବା ଏପରି ଅପମାନଜନକ ଏବଂ ଶସ୍ତା ଭାଷା ଆମ ସମାଜ ପାଇଁ ଏକ କଳା ଦାଗ ।"


ଏହା ମଧ୍ୟ ପଢନ୍ତୁ:- Chhattisgarh Poll: ଅତିସମ୍ବେଦନଶୀଳ 10 ସିଟ୍‌ରେ ଭୋଟିଂ ଶେଷ, ଅବଶିଷ୍ଟ ଆସନରେ ଜାରି

ଅନ୍ଯପଟେ ଏପରି ମନ୍ତବ୍ୟକୁ ନେଇ ନୀତିଶଙ୍କ ସ୍ପଷ୍ଟୀକରଣ ସାମ୍ନାକୁ ଆସିନଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ନୀତିଶଙ୍କ ସମର୍ଥନରେ ସଫେଇ ରଖିଛନ୍ତି । ପ୍ରତିକ୍ରିୟାରେ ନୀତିଶଙ୍କ ସମର୍ଥନରେ ବାହାରିଛନ୍ତି ତେଜସ୍ବୀ । କହିଛନ୍ତି, ସେକ୍ସ ଏଜୁକେସନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନୀତିଶ ଏହି ମନ୍ତବ୍ୟ ଦେଇଛନ୍ତି । ତାକୁ ଭୁଲ ବ୍ୟାଖ୍ୟା କରିବା ଉଚିତ ନୁହେଁ । ସମସ୍ତେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସାଧାରଣରେ ଲଜ୍ଜା ଅନୁଭବ କରନ୍ତି । ତେଣୁ ସେ ଏହାକୁ ବାଖ୍ୟା କରିବାକୁ ଯାଇ ଏପରି ଢଙ୍ଗରେ କହିଥିଲେ । ଏହାକୁ ଭିନ୍ନ ଅର୍ଥରେ ଆଲୋଚନା କରାନଯିବା ଉଚିତ । ଏବେ ଏହି ଘଟଣା ନୀତିଶଙ୍କ ପ୍ରତି ଅଡୁଆ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details