ଓଡିଶା

odisha

ETV Bharat / bharat

BiharPolitics: 24ରେ ଗୃହରେ ବହୁମତ ପ୍ରମାଣ ଦେବ ନୀତିଶ ସରକାର - ନୀତିଶ ସରକାରଙ୍କ ବହୁମତ ପ୍ରମାଣ

୨୪ରେ ବିଧାନସଭାରେ ଫ୍ଲୋର ଟେଷ୍ଟରେ ସଂଖ୍ୟା ବହୁମତର ପ୍ରମାଣ ଦେବେ ନୀତିଶ କୁମାର । ତେବେ ଏହା ପୂର୍ବରୁ ୧୬ ତାରିଖରେ ନୀତିଶ କ୍ୟାବିନେଟ ସମ୍ପ୍ରସାରଣ କରିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

24ରେ ନୀତିଶ ସରକାର ବହୁମତ ପରୀକ୍ଷା
24ରେ ନୀତିଶ ସରକାର ବହୁମତ ପରୀକ୍ଷା

By

Published : Aug 11, 2022, 5:38 PM IST

ପାଟନା:ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ଓହରି ଯାଇ ମହାମେଣ୍ଟ ସହଯୋଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ସରକାର ଗଠନ କରିଥିବା ନୀତିଶ କୁମାର ୨୪ ତାରିଖରେ ବିହାର ବିଧାନସଭାରେ ଫ୍ଲୋରଟେଷ୍ଟର ସାମ୍ନା କରିବେ । ଗତକାଲି ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଓ ତେଜସ୍ବୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ତାଙ୍କ ପାଖରେ ୭ଦଳକୁ ମିଶାଇ ଗଠିତ ହୋଇଥିବା ମହାମେଣ୍ଟର ୧୬୪ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ନୀତିଶ ।

୨୪ ତାରିଖରେ ସେ ବିହାର ବିଧାନସଭାରେ ଫ୍ଲୋରଟେଷ୍ଟରେ ବହୁମତର ପ୍ରମାଣ ଦେବେ । ତେବେ ବର୍ତ୍ତମାନ ପରିସ୍ଥିତିରେ ସଂଖ୍ୟା ଦୃଷ୍ଟିରୁ କୌଣସି ସମସ୍ୟା ନହେବା ପରି ଦୃଶ୍ୟମାନ ହେଉଥିବା ବେଳେ ସାମ୍ପ୍ରତିକ ସ୍ଥିିତିରେ ଭିନ୍ନ ଚର୍ଚ୍ଚା ମଧ୍ୟ ପ୍ରକାଶ ପାଇଛି । ନୀତିଶଙ୍କ ସମର୍ଥନରେ ମୋଟ କେତେ ବିଧାୟକ ରହିଛନ୍ତି, ତାହା ୨୪ରେ ସ୍ପଷ୍ଟ ହେବ ।

ଅନ୍ୟ ଏକ ସୂଚନା ଅନୁସାରେ, କେବଳ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଶପଥ ପାଠ କରିଥିବା ବେଳେ ଚଳିତ ମାସ ୧୬ ତାରିଖରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ଶପଥ ପାଠ କରିବେ । ମହାମେଣ୍ଟର ସର୍ବାଧିକ ବିଧାୟକ ଥିବା ଦଳ ହେଉଛି RJD । ତେବେ କେଉଁ ଦଳକୁ କେତେ ମନ୍ତ୍ରୀପଦ ମିଳୁଛି ତାଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details