ଓଡିଶା

odisha

Kailash Vijayvargiya Comments, ବିଦେଶୀ ଝିଅ ବୟଫେଣ୍ଡ ବଦଳାଇବା ପରି ସହଯୋଗୀ ବଦଳାଉଛନ୍ତି ନୀତିଶ

By

Published : Aug 19, 2022, 1:42 PM IST

ପୁଣି ଥରେ ବିଜେପି ନେତାଙ୍କ ଟାର୍ଗେଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପଢନ୍ତୁ କଣ କହିଲେ ବିଜେପି ନେତା କୈଳାସ ବିଜୟବର୍ଗୀୟ । ଅଧିକ ପଢନ୍ତୁ

nitesh kumar vs kailash vijayvargiya
nitesh kumar vs kailash vijayvargiya

ହାଇଦ୍ରାବାଦ:ବିହାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି ନୀତିଶ କୁମାର । ବିଜେପି ସହ ବ୍ରେକଅପ୍‌ କରିବା ନୀତିଶଙ୍କୁ ଭାରି ପଡିଛି । ପୁଣି ଥରେ ବିଜେପି ନେତାଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ନୀତିଶ କୁମାର (Kailash Vijayvargiya Comments on nitish kumar)। ବିଦେଶ ଝିଅମାନେ ବୟପ୍ରେଣ୍ଡ ବଦଳାଉଥିବା ଭଳି ନୀତିଶ କୁମାର ସରକାର ବଦଳାଉଥିବା କହିଛନ୍ତି BJP ନେତା ତଥା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ । ଖାଲି ସେତିକି ନୁହେଁ ପ୍ରଦେଶ ରାଜନୀତି ସହ ଜଡିତ ଅନେକ ମୁଦ୍ଦା ଉପରେ ନିଜର ରାୟ ଦେଇଛନ୍ତି କୈଳାସ ।

କୈଳାସ ବିଜୟବର୍ଗୀୟ କହିଛନ୍ତି, "ବିହାରରେ ସରକାର ପରିବର୍ତ୍ତନ ଦିନ ମୁଁ ବିଦେଶରେ ଥିଲି । ସେହି ସମୟରେ କେହିଜଣେ କହିଥିଲେ ଏଠିକାର ମହିଳା ଯେକୌଣସି ସମୟରେ ବୟଫ୍ରେଣ୍ଡ ବଦଳାଇ ଦିଅନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସେହିପରି ସେ କେତେବେଳେ କାହା ହାତ ଧରୁଛନ୍ତି କାହା ହାତ ଛାଡୁଛନ୍ତି ତାହା କାହାକୁ ବା ଜଣା ବୋଲି କହିଛନ୍ତି କୈଳାସ ।''

ବିହାରରେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାକୁ ୯ ଦିନ ବିତିଲାଣି ହେଲେ ବିଜେପି ନେତାଙ୍କ ଟାର୍ଗେଟ ତାଙ୍କ ପିଛା ଛାଡୁନାହିଁ । କେତେବେଳେ ପ୍ରଧାନମନ୍ତ୍ରୀ ହେବା ପାଇଁ ତ ପୁଣି କେତେବେଳେ ଉପରାଷ୍ଟ୍ରପତି ହେବାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ନିକଟରେ ବିଜେପି ହାତ ଛାଡି ଆରଜେଡି ସହ ହାତ ମିଳାଇଛନ୍ତି ନୀତିଶ କୁମାର । ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ । ଲାଲୁଙ୍କ ପୁଅ ତେଜସ୍ଵୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ABOUT THE AUTHOR

...view details