ନୂଆଦିଲ୍ଲୀ:ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେଲେ ଜେଡିୟୁର ନୂଆ ଅଧ୍ୟକ୍ଷ । ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଦୁଇ ଦୁଇଟି ବଡ଼ ରାଜନୈତିକ ଘଟଣା ଘଟିଛି । ପ୍ରଥମଟି ହେଲେ ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଲଲନ ସିଂହ ଏବଂ ଦ୍ବିତୀୟଟି ହେଲା ଦଳର ନୂଆ ମଙ୍ଗୁଆଳ ହୋଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
ଜେଡିୟୁରେ ବଡ଼ ଫୈସଲା: ଜେଡିୟୁ କାର୍ଯ୍ୟକାରିଣୀରେ ନିଆଯାଇଛି ବଡ ନିଷ୍ପତ୍ତି । ଲଲନ ଆଉଟ, ନୀତିଶ ଇନ୍ । ଆଗକୁ ୨୦୨୪ ନିର୍ବାଚନ । ଏଥିପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ, ନେତୃତ୍ବକୁ ନେଇ ଜେଡିୟୁ ନେଇଛି ବଡ଼ ନିଷ୍ପତ୍ତି । ନିର୍ବାଚନ ପୂର୍ବରୁ ଦଳର ମଙ୍ଗୁଆଳ ପରିବର୍ତ୍ତନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ନୀତିଶଙ୍କ ନେତୃତ୍ବରେ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବ ଜେଡିୟୁ । ଏବେ ନୀତିଶଙ୍କ ପାଖରେ ଦୁଇ ଦୁଇଟି ବଡ଼ ପଦବୀ । ନୀତିଶ ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ଥିବା ବେଳେ, ଦଳର ଆନୁଷ୍ଠାନିକ ସୁପ୍ରିମୋ ହୋଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ : ନୀତିଶ ଜେଡିୟୁ ଅଧ୍ୟକ୍ଷ, ପଦ ଛାଡ଼ିଲେ ଲଲନ
ଲଲନ ସିଂହ ଆଜି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ରକୁ ଜାତୀୟ କାର୍ଯ୍ଯକାରିଣୀ ବୈଠକରେ ଗ୍ରହଣ କରାଯାଇଥିଲା । ଜେଡିୟୁ ସୁପ୍ରିମୋ ତଥା ତଥା ମୁଖ୍ଯମନ୍ତ୍ରୀ ନୀତିଶ କୁମାର, ଲଲନଙ୍କ ଇସ୍ତଫା ଗ୍ରହଣ କରିଥିଲେ । ପରେ ନୂଆ ଅଧ୍ୟକ୍ଷ ପଦ ପାଇଁ ନୀତିଶଙ୍କ ନାମ ପ୍ରସ୍ତାବ ଦେଇଥିଲେ ଲଲନ । କାର୍ଯ୍ଯକାରିଣୀରେ ଏହା ଉପରେ ଆଲୋଚନା ପରେ ମୋହର ଲଗାଯାଇଛି । ନୀତିଶ କୁମାର ହୋଇଛନ୍ତି ଜେଡିୟୁର ନୂଆ ଅଧ୍ୟକ୍ଷ ।
ଏହା ମଧ୍ୟ ପଢ଼ନ୍ତୁ: ଆସନ୍ତାକାଲି ଅଯୋଧ୍ୟା ଜଙ୍କସନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଭବ୍ୟ ନଗରୀ ପାଇଁ ୧୫ ହଜାର କୋଟିର ପ୍ୟାକେଜ
ଜେଡିୟୁରେ ନେତୃତ୍ବ ଚର୍ଚ୍ଚାର ଅବସାନ: ଗତ କିଛି ଦିନ ଧରି ଜେଡିୟୁ ନେତୃତ୍ବବକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଜେଡିୟୁ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେଇଛନ୍ତି । ଦିଲ୍ଲୀରେ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଲଲନ ସିଂହ ଦଳର ଜାତୀୟ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଲଲନ ଇସ୍ତଫା ଦେବାର ମାତ୍ର କେଇ ମିନିଟ ଭିତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନୂଆ ମଙ୍ଗୁଆଳ ବାଛିଥିଲା ଜେଡିୟୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ