ଓଡିଶା

odisha

ETV Bharat / bharat

କର୍ଣ୍ଣାଟକରେ 3972 କୋଟିର ୫ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ - କର୍ଣ୍ଣାଟକରେ ପାଞ୍ଚଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କଲେ ନୀତିନ ଗଡ଼କରୀ

କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 2024 ସୁଦ୍ଧା ଆମେରିକା ଭଳି ହେବ ଦେଶର ସମସ୍ତ ସଡ଼କ ପଥ । ଅଧିକ ପଢ଼ନ୍ତୁ

nitin gadkri lays foundation stone for five highway project in karnataka
କର୍ଣ୍ଣାଟକରେ 3,972 କୋଟିର ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

By

Published : Mar 1, 2022, 8:45 AM IST

ବାଙ୍ଗାଲୁରୁ:କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ସଡ଼କ ପଥକୁ ଆମେରିକା ଭଳି କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ନୀତିନ ଗଡ଼କରୀ ।

କର୍ଣ୍ଣାଟକରେ 238 କିଲୋମିଟର ବିଶିଷ୍ଟ ପାଞ୍ଚଟି ବୃହତ ସଡ଼କ ପଥ ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। 3,972 କୋଟି ଟଙ୍କା ବ୍ୟୟ ଆକଳନରେ ତିଆରି ହେବାକୁ ଥିବା ଏହି ଜାତୀୟ ରାଜପଥ ପ୍ରକଳ୍ପକୁ 2014 ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। 5ଟି ସଡ଼କ ପ୍ରକଳ୍ପରେ ବେଲଗାବି- ଶଙ୍କେଶ୍ବର ବାଇପାସ, ମହାରାଷ୍ଟ୍ର ସୀମା ଯାଏ ସଙ୍କେଶ୍ବର ବାଇପାସ, ଚୋରଲା -ଜମ୍ବୋକି -ବେଲଗାବି ବାଇପାସ, ବିଜୟପୁରା-ମୁରାଗୁଣ୍ଡି(NH-548B) ଓ ସିଦ୍ଧପୁରା-ବିଜୟପୁରା(NH-561A) ଜାତୀୟ ରାଜପଥ ସାମିଲ ହୋଇଛି।

ଏହ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, 2024 ସୁଦ୍ଧା ଦେଶରେ ଆମେରିକା ଭଳି ସଡ଼କ ନେଟୱର୍କର ବିକାଶ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଦେଶର ବିକାଶ ସଡ଼କ ଏବଂ ଯୋଗାଯୋଗ ଉପରେ ନିର୍ଭରଶୀଳ। ତେଣୁ ସଡ଼କ ନେଟୱାର୍କର ମୂଳଦୁଆକୁ ମଜଭୁତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶରେ ପ୍ରଦୂଷଣ ହ୍ରାସ କରିବା ପାଇଁ ସବୁଜ ଯାନକୁ ପ୍ରତି ଦୃଷ୍ଟି ଦିଆଯିବ। କର୍ଣ୍ଣାଟକ ସରକାର ଏହି ପ୍ରକଳ୍ପ ପାଇଁ ଜମି ପ୍ରଦାନ କଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନୂତନ ସଡକ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବ ବୋଲି ସେ କହିଛନ୍ତି। ଏଥିସହ ଏହି ପ୍ରକଳ୍ପ ମାଧ୍ୟମରେ ପୁଣେ ଏବଂ ବାଙ୍ଗାଲୁରୁ ମଧ୍ୟରେ ଦୂରତାକୁ 100 କିଲୋମିଟର ହ୍ରାସ କରିବା ପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ଗଡ଼କରୀ କହିଛନ୍ତି ଯେ 'ଜଳଶକ୍ତି' କାର୍ଯ୍ୟକ୍ରମ ଅଧୀନରେ ଜାତୀୟ ରାଜପଥ କଡ଼ରେ ଜଳ ସଂରକ୍ଷଣ ମଧ୍ୟ ଏହି ପ୍ରକଳ୍ପର ଏକ ଅଂଶ ଅଟେ। କର୍ଣ୍ଣାଟକ ସରକାରଙ୍କୁ ଜଳ ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି। ରାଜପଥ ଟୋଲଗେଟରେ ନିଆଯାଉଥିବା ଟ୍ୟାକ୍ସ କୃଷିଜାତ ଦ୍ରବ୍ୟ ଉପରେ ଛାଡ଼ ଦାବିରେ ଦୃଷ୍ଟିପାତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି।

For All Latest Updates

ABOUT THE AUTHOR

...view details