ଓଡିଶା

odisha

ETV Bharat / bharat

ହାଇଡ୍ରୋଜେନ କାରରେ ସଂସଦ ପହଞ୍ଚିଲେ ଗଡକରୀ - ଗଡକରୀଙ୍କ ହାଇଡ୍ରୋଜେନ କାର

ହାଇଡ୍ରୋଜେନ କାରରେ ସଂସଦ ଆସିଲେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡକରୀ । ଟ୍ବିଟରରେ ସେୟାର କଲେ ଭିଡିଓ । ଅଧିକ ପଢନ୍ତୁ

ହାଇଡ୍ରୋଜେନ କାରରେ ସଂସଦ ପହଞ୍ଚିଲେ ଗଡକରୀ
ହାଇଡ୍ରୋଜେନ କାରରେ ସଂସଦ ପହଞ୍ଚିଲେ ଗଡକରୀ

By

Published : Mar 30, 2022, 9:09 PM IST

Updated : Mar 30, 2022, 9:40 PM IST

ନୂଆଦିଲ୍ଲୀ:ବଢୁଥିବା ତୈଳଦର ନେଇ ସାରା ଦେଶରେ ଅସନ୍ତୋଷ ସାମ୍ନାକୁ ଆସୁଥିବାବେଳେ ଆଜି ହାଇଡ୍ରୋଜେନ କାରରେ ସଂସଦ ପହଞ୍ଚିଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ ଆଜି ଆଣିଥିବା ଗ୍ରୀନ ହାଇଡ୍ରୋଜେନ ପାଓ୍ବର କାର ଭାରତରେ ପ୍ରଥମ ବୋଲି ମଧ୍ୟ କୁହଯାଉଛି । ସର୍ବଦା ନବୀକରଣ ଯୋଗ୍ୟ ଓ ସବୁଜ ଶକ୍ତିର ବ୍ୟବହାର ନେଇ ଏକାଧିକ ଯୋଜନା ପାଇଁ ଚର୍ଚ୍ଚାରେ ଥିବା ଗଡକରୀ ଆଜି ଏହି କାରରେ ଜରିଆରେ ନିଜ ସରକାରୀ ବାସଭବନରୁ ସଂସଦ ଅଭିମୁଖେ ଆସିଥିଲେ ।

ତେବେ ଏହି କାରକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏହାର ବୈଷୟିକ ଫିଚର ଜାଣିବା ପାଇଁ ମଧ୍ୟ ବେସ ଉତ୍ସୁକତା ସୃଷ୍ଟି ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ, ସବୁଜ ଇନ୍ଧନରେ ଚାଲୁଥିବା ଏହି କାର ବେଶ୍ ପରିବେଶ ଅନୁକୂଳ ସହ କମ ଖର୍ଚ୍ଚ ସାପେକ୍ଷ ମଧ୍ୟ । ଏହା ପୂର୍ଣ୍ଣ କ୍ଷମତାରେ ଇନ୍ଧନ ଭରିବା ପରେ ଏକକାଳୀନ 6ଶହ କି.ମି ପର୍ଯ୍ୟନ୍ତ ଯାତ୍ରା କରିପାରିବ ।

ତେବେ ଅଙ୍ଗାରକାମ୍ଳ ନର୍ଗତ ନହେବା କାରଣରୁ ଏହା କେବଳ ପରିବେଶ ଅନୁକୂଳ ତାହା ନୁହେଁ ବରଂ ଏହା ସାଧାରଣ କାର ପରିବର୍ତ୍ତେ ବେଶ୍ କମ ଖର୍ଚ୍ଚ ସାପେକ୍ଷ ମଧ୍ୟ । ଏଥିରେ ଏକ କି.ମି ଯାତ୍ରା ପାଇଁ ମାତ୍ର ପାଖାପାଖି 2ଟଙ୍କା ଖର୍ଚ୍ଚ ଲାଗିଥାଏ ବୋଲି ଆନୁପାତିକ ସର୍ବେକ୍ଷଣରୁ ଜଣାପଡିଛି । ଏହାର ଅନ୍ୟ ଏକ ଅତ୍ୟାଧୁନିକ ବୈଶିଷ୍ଟ ହେଉଛି ଏହା ମାତ୍ର 5 ମିନିଟରେ ନିଜର ପୂର୍ଣ୍ଣ କ୍ଷମତାର ଇନ୍ଧନ ମଧ୍ୟ ଭରିପାରେ ।


ଆଜି ଗଡକରୀ ଆଣିଥିବା ଏହି ଅତ୍ୟାଧୁନିକ ସ୍ମାର୍ଟ କାରର ରଙ୍ଗ ଧଳା ହୋଇଥିବା ବେଳେ ସେ ନିଜେ ଆଗ ସିଟରେ ବସିଥିବା ନଜର ଆସିଥିଲେ । ଦେଶରେ ବୈଦୁତିକ ଯାନ ବର୍ଗ ପାଇଁ ବ୍ୟବହାର ହେଉଥିବା ନମ୍ବର ପ୍ଲେଟ ଏହି କାର ପାଇଁ ବ୍ୟବହାର ହୋଇଥିଲା । ଗଡକରୀ ଚଳିତମାସ ଆରମ୍ଭରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ଆଧାରିତ ଉନ୍ନତ ଇନ୍ଧନ ସେଲ୍ ଇଲେକ୍ଟ୍ରିକ୍ ଯାନ (FCEV) ଟୟୋଟା ମିରାଇ (Toyota Mirai) ଲଞ୍ଚ କରିଥିଲେ ।

ସେତେବେଳେ ସବୁଜ ହାଇଡ୍ରୋଜେନ ଏକ କାରକୁ କିପରି ଶକ୍ତି ଦେଇପାରେ ସେ ବିଷୟରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ ଗଡକରୀ । ଉନ୍ମୋଚନ ଉତ୍ସବରେ ସେ କହିଥଲେ, ସବୁଜ ହାଇଡ୍ରୋଜେନ ହେଉଛି ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ଦକ୍ଷ, ପରିବେଶ ଅନୁକୂଳ ଏବଂ ନିରନ୍ତର ଶକ୍ତି ମାର୍ଗ । ଆଜି ସେ ନିଜେ ଏହି କାର ଚଢି ସଂସଦ ଆସିବା ତାଙ୍କୁ ବେସ ଚର୍ଚ୍ଚା ପରିସରକୁ ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 30, 2022, 9:40 PM IST

ABOUT THE AUTHOR

...view details