ଓଡିଶା

odisha

ETV Bharat / bharat

ସରିବ ଲାଲଗଡର ଦୁଃଖ: ନକ୍ସଲ ପ୍ରବଣ ଅଞ୍ଚଳରୁ ବାହାରିବେ ଡାକ୍ତର, ଇଞ୍ଜିନିୟର - ନୀତି ଆୟୋଗ ଓ ବାୟଜୁସ ମଧ୍ୟରେ ବୁଝମଣା

ଲଲାଗଡରେ ପଡିଲା ଆଶାର ନୂଆ କିରଣ । ଝାଡଖଣ୍ଡର ନକ୍ସଲ ପ୍ରଭାବିତ ଅଞ୍ଚଳରୁ ବାହାରିବେ ଡାକ୍ତର ଓ ଇଞ୍ଜିନିୟର । ନକ୍ସଲ ପ୍ରବଣ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ନିଟ୍ ଓ ଆଇଆଇଟି ପାଇଁ ପ୍ରସ୍ତୁତ କରିବାକୁ ବାୟଜୁସ ଓ ନୀତି ଆୟୋଗ ମଧ୍ୟରେ ବୁଝାମଣା ହୋଇଛି । ଅଧିକ ପଢନ୍ତୁ

ସରିବ ଲାଲଗଡର ଦୁଃଖ: ନକ୍ସଲ ପ୍ରବଣ ଅଞ୍ଚଳରୁ ବାହାରିବେ ଡାକ୍ତର, ଇଞ୍ଜିନିୟର
ସରିବ ଲାଲଗଡର ଦୁଃଖ: ନକ୍ସଲ ପ୍ରବଣ ଅଞ୍ଚଳରୁ ବାହାରିବେ ଡାକ୍ତର, ଇଞ୍ଜିନିୟର

By

Published : Nov 12, 2022, 2:30 PM IST

ରାଞ୍ଚି: ନୂଆ ଅଧ୍ୟାୟ ଲେଖିବ ଲାଲଗଡ । ନକ୍ସଲ ମାଟିରେ ହେବ ନୂତନ ସୂର୍ଯ୍ୟୋଦୟ । ଯେଉଁ ମାଟିରେ ଶହ ଶହ କୁଖ୍ୟାତ ନକ୍ସଲଙ୍କ ଜନ୍ମ ସେହିଠାରେ ବାହାରିବେ ଡାକ୍ତର, ଇଞ୍ଜିନିୟର । କାରଣ ଝାଡଖଣ୍ଡର ଲାଲଗଡ କୁହାଯାଉଥିବା ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡିକରେ ଶିକ୍ଷାର ବିକାଶ ପାଇଁ ମହତ୍ ପଦକ୍ଷେପ ନେଇଛି ନୀତି ଆୟୋଗ ଓ ବାୟଜୁସ । ଏହି ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇ ନିଟ୍ ଓ ଆଇଆଇଟି ପାଇଁ ପ୍ରସ୍ତୁତ କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସରିବ ଲାଲଗଡର ଦୁଃଖ: ନକ୍ସଲ ପ୍ରବଣ ଅଞ୍ଚଳରୁ ବାହାରିବେ ଡାକ୍ତର, ଇଞ୍ଜିନିୟର

ଝାଡଖଣ୍ଡର ପଲାମୁ ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ ଅନ୍ୟତମ । ଏହିଠାରେ ଅନେକ କୁଖ୍ୟାତ ନକ୍ସଲଙ୍କ ଜନ୍ମ । ରାଜ୍ୟର ଏହିଭଳି କେତେକ ନକ୍ସଲ ପ୍ରବଣ ଅଞ୍ଚଳରେ ଉଚ୍ଚଶିକ୍ଷା ପାଇଁ ନୀତି ଆୟୋଗ ଓ ଏଜୁକେସନ କମ୍ପାନୀ ବାୟଜୁସ(BYJU'S) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଚୁକ୍ତି ଅନୁସାରେ ବାୟଜୁସ ପ୍ରତିବର୍ଷ କିଛି ବଛା ବଛା ଛାତ୍ରଛାତ୍ରୀଙ୍କୁ ନିଟ୍ ଓ ଆଇଆଇଟି ପାଇଁ ପ୍ରସ୍ତୁତ କରିବ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଆକାଶ ବାୟଜୁସ ପକ୍ଷରୁ ପାଠପଢା ସାମଗ୍ରୀ ଓ ଟ୍ୟାବ୍ ଯୋଗାଇ ଦିଆଯାଉଛି ।

ନୀତି ଆୟୋଗ ଓ ବାୟଜୁସ ଝାଡଖଣ୍ଡର ପଲାମୁ ସମେତ ୭ଟି ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି । ଯାହାମଧ୍ୟରେ ପଲାମୁ, ରାଞ୍ଚି, ଦୁମକା, ସାହିବଗଞ୍ଜ, ଚାଇବାସା, ଗୁମଲା ଓ ସିଂହଭୂମି ଅନ୍ତର୍ଭୁକ୍ତ । ପଲାମୁ ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ୪୦ ଛାତ୍ରଛାତ୍ରୀଙ୍କୁ ନିଟ୍ ଓ ଆଇଆଇଟି ପାଇଁ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରେ ୧୪ ଜଣ ଛାତ୍ରୀ ରହିଛନ୍ତି । ତେବେ ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ ଜଣ ଅତିନକ୍ସଲ ପ୍ରଭାବିତ ଅଞ୍ଚଳ ନିବାସୀ ହୋଇଥିବା ଦେଖାଯାଇଛି ।

ସମୁଦାୟ ୪୦ ପିଲାଙ୍କ ମଧ୍ୟରୁ ୨୨ ଜଣଙ୍କୁ ଡକ୍ତରୀ ପାଠପଢା ୧୮ ଜଣଙ୍କୁ ଇଞ୍ଜିନିୟରିଂ ଆଡମିଶନ ପାଇଁ ପ୍ରସ୍ତୁତ କରାଯାଉଛି । ଏହିସବୁ ଛାତ୍ରଛାତ୍ରୀ ଘର ପଲାମୁ ଜିଲ୍ଲାର ହରିହରଗଞ୍ଜ ଓ ନୌଡିହା ବଜାର ଅଞ୍ଚଳରେ । ଯାହାକି ନକ୍ସଲ ହିଂସାକାଣ୍ଡ ଓ କ୍ୟାଡର ପାଇଁ ଜଣାଶୁଣା । ଦୁଇଟିଯାକ ଅଞ୍ଚଳରେ ନକ୍ସଲଙ୍କ ଟପ୍ କ୍ୟାଡର ରହିଛନ୍ତି । ଯାହାମଧ୍ୟରୁ ପ୍ରାୟ ୩୦ ନକ୍ସଲ ଏବେ ଜେଲ୍‌ରେ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: Rajiv Gandhi Assassination Case: ଆଜି ଜେଲରୁ ମୁକୁଳିବେ 6 ଦୋଷୀ

ନୀତି ଆୟୋଗ ସହ ବୁଝାମଣା ଭିତ୍ତିରେ ବାୟଜୁସ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରୁଛି । ଏହାପରେ ସେମାନଙ୍କର ପରୀକ୍ଷା ନିଆଯାଉଛି । ଏଥିରେ ଉତ୍ତୀର୍ଣ୍ଣ ହେଉଥିବା ପିଲଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାଦାନ ପାଇଁ ଚୟନ କରାଯାଉଛି । ସେମାନଙ୍କ ପାଇଁ ଅନଲାଇନ ପାଠପଢାର ମଧ୍ୟ ବ୍ୟବସ୍ଥା କରାଯାଉଛି । ବିଶେଷକରି ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ବାୟଜୁସ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details