ଓଡିଶା

odisha

ୟୁକ୍ରେନ ଯୁଦ୍ଧରେ ଦେବଦୂତ ସାଜିଛନ୍ତି ୟୁପିର ବିଜେନ୍ଦ୍ର, ବାଣ୍ଟିଲେଣି ୪୦ କୋଟିର ଔଷଧ

ୟୁକ୍ରେନରେ ଖାଦ୍ୟ ସଂଙ୍କଟ ଠୁ ନେଇ ସବୁ କିଛି ପ୍ରଭାବିତ ହୋଇଛି । ଏହି ସମୟରେ ଉତ୍ତର ପ୍ରଦେଶର ବାଗପତ ନୀରପୁଡା ନିବାସୀ ବିଜେନ୍ଦ୍ର ରାଣା ଦେବଦୂତ ସାଜିଛନ୍ତି । ଯୁଦ୍ଧରେ ଆହତ ଓ ରୋଗାଗ୍ରସ୍ତଙ୍କୁ ପାଖାପାଖି ୪୦ କୋଟି ଔଷଧ ବିତରଣ କରିଛନ୍ତି । ଅଧିକ ପଢନ୍ତୁ

By

Published : Mar 28, 2022, 1:11 PM IST

Published : Mar 28, 2022, 1:11 PM IST

Updated : Mar 28, 2022, 1:43 PM IST

ବିଜେନ୍ଦ୍ର ରାଣା
ବିଜେନ୍ଦ୍ର ରାଣା

ଲକ୍ଷ୍ନୌ: ୟୁକ୍ରେନ ଉପରେ ୩୩ ଦିନ ଧରି ଆକ୍ରମଣ ଜାରି ରଖିଛି ଋଷ । ଯୁଦ୍ଧ ବିଭୀଷିକା ଭିତରେ ତ୍ରାହିତ୍ରାହି ଡାକୁଛି ୟୁକ୍ରେନ । ୟୁକ୍ରେନରେ ଖାଦ୍ୟ ସଂଙ୍କଟଠୁ ନେଇ ସବୁ କିଛି ପ୍ରଭାବିତ ହୋଇଛି । ଏହି ସମୟରେ ଉତ୍ତର ପ୍ରଦେଶର ବାଗପତ ନୀରପୁଡା ନିବାସୀ ବିଜେନ୍ଦ୍ର ରାଣା ଦେବଦୂତ ସାଜିଛନ୍ତି । ଯୁଦ୍ଧରେ ଆହତ ଓ ରୋଗାଗ୍ରସ୍ତଙ୍କୁ ପାଖାପାଖି ୪୦ କୋଟି ଔଷଧ ବିତରଣ କରିଛନ୍ତି । ଯୁଦ୍ଧ କ୍ଷେତ୍ରରୁ ସ୍ବଦେଶ ଫେରିବା ପାଇଁ ୟୁକ୍ରେନ ପ୍ରଶାସନ ଓ ଭାରତୀୟ ଦୂତବାସୀଙ୍କୁ ନିବେଦନ କରିଛନ୍ତି ବିଜେନ୍ଦ୍ର ।

ସମ୍ପର୍କୀୟଙ୍କ କହିବା ଅନୁସାରେ, ୧୯୯୨ରେ ବିଜେନ୍ଦ୍ର ଖାରକିଭ ଚାଲିଯାଇଥିଲେ । ସେଠାରେ ସେ ଇଞ୍ଜିନିୟରିଂ କରିଥିଲେ । ଏହା ପରେ ତାଙ୍କ ବନ୍ଧୁଙ୍କ ସହ ମିଶି ମେଡିସିନ ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କ କମ୍ପାନୀ ନାମ ଅନନ୍ତା ମେଡିକାଲ । ଅର୍ଥବ୍ୟବସ୍ଥା ଉପରେ ୟୁକ୍ରେନ ଓ ଋଷ ଯୁଦ୍ଧର ପ୍ରଭାବ ପଡିଛି । ୟୁକ୍ରେନ ମେୟର ବିଜେନ୍ଦ୍ରଙ୍କୁ ଉପଚାର ପାଇଁ ଔଷଧ ସାହାଯ୍ୟ ମାଗିଥିଲେ । ପାଖାପାଖି ୪୦୦ କୋଟିରୁ ଅଧିକ ଔଷଧର ସହାୟତା ଦେଇଛନ୍ତି ବିଜେନ୍ଦ୍ର ।

ତାଙ୍କ ସମ୍ପର୍କୀୟ ଆହୁରି କହିଛନ୍ତି ନିକଟରେ ବିଜେନ୍ଦ୍ର ରାଣା ଫୋନ ଯୋଗେ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ବର୍ତ୍ତମାନ ସେ ପଶ୍ଚିମ ୟୁକ୍ରେନରେ ରୁହୁଛନ୍ତି । ସେଠାରେ କିଛି ବିଶେଷ ଅସୁବିଧା ନାହିଁ । ସ୍ବଦେଶ ଫେରିବା ପାଇଁ ୟୁକ୍ରେନ ପ୍ରଶାସନ ଓ ଭାରତୀୟ ଦୂତବାସୀଙ୍କ ସହ ସମ୍ପର୍କରେ ଅଛନ୍ତି । ତାଙ୍କୁ ସାହାଯ୍ୟ ପାଇଁ ଆଶ୍ବସନା ଦିଆଯାଇଛି ।

Last Updated : Mar 28, 2022, 1:43 PM IST

ABOUT THE AUTHOR

...view details