ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଶିଳ୍ପ ସମ୍ବନ୍ଧୀୟ ବିଭିନ୍ନ ବିଷୟକୁ ନେଇ ବ୍ୟବସାୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି । କୋରୋନା ମହାମାରୀରେ ଶିଳ୍ପର ଗତିଶୀଳତା ଉପରେ ଏକ ସବିଶେଷ ତଥ୍ୟ ନେଇଛନ୍ତି ଅର୍ଥମନ୍ତ୍ରୀ ।
କେନ୍ଦ୍ର ସରକାର ବିଭିନ୍ନ ସ୍ତରରେ କୋଭିଡ ସ୍ଥିତି ପରିଚାଳନା କରୁଛନ୍ତି । ଜୀବନ ଓ ଜୀବିକାକୁ ବଞ୍ଚାଇବାକୁ ବିଭିନ୍ନ ରାଜ୍ୟ ସହିତ ମିଶି କାମ କରୁଛନ୍ତି କେନ୍ଦ୍ର ସରକାର ବୋଲି ଟ୍ବିଚ କରି କହିଛନ୍ତି ଅର୍ଥମନ୍ତ୍ରୀ । ପ୍ରତ୍ୟେକ ବ୍ୟବସାୟ ବିଷୟରେ ଫୋନରେ କଥା ହୁଅନ୍ତୁ । ଶିଳ୍ପ ଓ ଆସୋସିଏସନ୍ ସମ୍ବନ୍ଧୀୟ ପ୍ରସଙ୍ଗରେ ସେମାନଙ୍କର ତଥ୍ୟ ନିଅନ୍ତୁ । ଶିଳ୍ପ କ୍ଷେତ୍ରରେ ଦେଶ କିପରି ସୁଦୃଢ ହେବ ସେ ନେଇ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରତ୍ୟେକ ସ୍ତରରେ ଭାରତ ସରକାର ଅଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ।