ଓଡିଶା

odisha

ETV Bharat / bharat

ସଂସଦରେ ଇରାନୀଙ୍କୁ ସୋନିଆଙ୍କ ତାଗିଦ, ସୀତାରମଣ କହିଲେ କଂଗ୍ରେସ ଅଧ୍ୟକ୍ଷାଙ୍କ ବ୍ୟବହାରରେ ସଦସ୍ୟ ଭୟଭୀତ - ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନ

ରାଷ୍ଟ୍ରପତିଙ୍କୁ ବିବାଦୀୟ ବୟାନ ପରେ ସଂସଦରେ ତୀବ୍ର ଉତ୍ତେଜନା । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ କ୍ରୋଧିତ ହେଲେ ସୋନିଆ । ସୋନିଆଙ୍କ ବ୍ୟବହାରକୁ ଭୟଭୀତ କରିବା ପରି କହିଲେ ସୀତାରମଣ ।

ସଂସଦରେ ଇରାନୀଙ୍କୁ ସୋନିଆ ତାଗିଦ, ସୀତାରମଣ କହିଲେ ସୋନିଆଙ୍କ ବ୍ୟବହାରରେ ସଦସ୍ୟ ଭୟଭୀତ
ସଂସଦରେ ଇରାନୀଙ୍କୁ ସୋନିଆ ତାଗିଦ, ସୀତାରମଣ କହିଲେ ସୋନିଆଙ୍କ ବ୍ୟବହାରରେ ସଦସ୍ୟ ଭୟଭୀତ

By

Published : Jul 28, 2022, 4:15 PM IST

Updated : Jul 28, 2022, 4:27 PM IST

ନୂଆଦିଲ୍ଲୀ:ଆଜି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ବିବାଦୀୟ ବୟାନ ଦେବା ପରେ ସଂସଦରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ବିଜେପି ସଦସ୍ୟମାନେ ଦଳ ମୁଖ୍ୟ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ପ୍ରବଳ ଦାବି କରିବା ପରେ ଗୃହରେ ରାଗି ଯାଇଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କୌଣସି କାରଣ ପାଇଁ ସୋନିଆ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ତାଗିଦ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଗୃହରେ ସୋନିଆଙ୍କ ଏପରି କ୍ରୋଧିତ ବ୍ୟବହାରକୁ ନାପସନ୍ଦ କରିବା ସହ ସମାଲୋଚନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସୀତାରମଣ କହିଛନ୍ତି, କଂଗ୍ରେସର ସର୍ବୋଚ୍ଚ ନେତା ସୋନିଆ ଗାନ୍ଧୀଙ୍କର ଗୃହରେ ଏପରି କ୍ରୋଧିତ ବ୍ୟବହାର ସାଂସଦଙ୍କୁ ଭୟଭୀତ କରିଛି । ସୋନିଆ କ୍ରୋଧିତ ହୋଇ ବିଜେପି ସାସଂଦ ରମାଦେବୀଙ୍କୁ ଖୋଜୁଥିବା ବେଳେ ସ୍ମୃତି ଇରାନୀ ତାଙ୍କୁ କିଛି ପଚାରିବା ପାଇଁ ପ୍ରୟାସ କରିଥିଲେ । ତେବେ ସୋନିଆ ଅତି ଉତ୍ତଜିତ ହୋଇ ତାଙ୍କୁ “ମୋ ସହିତ କଥାବାର୍ତ୍ତା କର ନାହିଁ” ବୋଲି କହିଥିଲେ । ଗୃହରେ ସୋନିଆଙ୍କ ଏପରି ବ୍ୟବହାର ଅତି କ୍ରୋଧିତ ଆଚରଣ ବୋଲି ସୀତାରମଣ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ମଧ୍ୟ ବିଜେପି ଉପରେ ପାଲଟା ଅଭିଯୋଗ ଲଗାଇଛି । ବିଜେପି ସଦସ୍ୟମାନେ ସୋନିଆଙ୍କୁ ଗାନ୍ଧୀଙ୍କୁ ଗୃହରେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସାସଂଦ । ବିବାଦୀୟ ବୟାନ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିବାଦୀୟ ବୟାନ ଦେଇଥିବା ଅଧିର ରଞ୍ଜନ ଚୌଧୁରୀଙ୍କ ବିରୋଧରେ ବିଜେପି ସାଂସଦଙ୍କ ତୀବ୍ର ବିରୋଧ ମଧ୍ୟରେ ଲୋକସଭା ସ୍ଥଗିତ ରଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 28, 2022, 4:27 PM IST

ABOUT THE AUTHOR

...view details