ଓଡିଶା

odisha

ETV Bharat / bharat

ନୀରବ ମୋଦିଙ୍କୁ ଲଣ୍ଡନ କୋର୍ଟରୁ ଝଟକା, ଆଉ ପାଦେ ଆଗେଇଲା ପ୍ରତ୍ୟର୍ପଣ ପ୍ରକ୍ରିୟା

ନୀରବ ମୋଦିଙ୍କୁ ଲଣ୍ଡନ କୋର୍ଟରୁ ଝଟକା (Nirav Modi Loses Appeal In UK Court)। ପ୍ରତ୍ୟର୍ପଣ ସପକ୍ଷରେ ମତ ଦେଲେ କୋର୍ଟ । 2018 ରୁ ପଳାୟନ କରିଛନ୍ତି ନୀରବ । ରହିଛି ବିଭିନ୍ନ ବ୍ୟାଙ୍କରେ ପ୍ରାୟ 11ହଜାର କୋଟିରୁ ଅଧିକ ଋଣ । ଅଧିକ ପଢନ୍ତୁ

By

Published : Nov 9, 2022, 9:16 PM IST

ନୀରବ ମୋଦିଙ୍କୁ ଲଣ୍ଡନ କୋର୍ଟରୁ ଝଟକା, ସୁଗମ ହେବ ପ୍ରତ୍ୟାର୍ପଣ ପ୍ରକ୍ରିୟା
ନୀରବ ମୋଦିଙ୍କୁ ଲଣ୍ଡନ କୋର୍ଟରୁ ଝଟକା, ସୁଗମ ହେବ ପ୍ରତ୍ୟାର୍ପଣ ପ୍ରକ୍ରିୟା

ନୂଆଦିଲ୍ଲୀ/ଲଣ୍ଡନ: ପ୍ରାୟ 11ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ପରେ ଦେଶ ଛାଡି ବ୍ରିଟେନ ପଳାୟନ କରିଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ବଡ ଝଟକା ଲାଗିଛି (Nirav Modi Loses Appeal In UK Court)। ଭାରତର ପ୍ରତ୍ୟର୍ପଣ ଆବେଦନ ବିରୋଧରେ ଲଣ୍ଡନ କୋର୍ଟରେ ନୀରବ ମୋଦି କରିଥିବା ମାମଲାରେ ତାଙ୍କୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ କୋର୍ଟ ମନା କରି ଦେଇଛନ୍ତି । ପ୍ରତ୍ୟର୍ପଣ ସପକ୍ଷରେ ମତ ଦେଇଛନ୍ତି ଲଣ୍ଡନ କୋର୍ଟ । ଫଳରେ ନୀରବଙ୍କର ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ଆଉ ପାଦେ ଆଗେଇଛି ।

ଭାରତରେ ପଳାତକ ଘୋଷିତ ହୋଇଥିବା ହୀରା ବ୍ୟବସାୟୀ ନୀରବଙ୍କ ନାମରେ ଏକାଧିକ ବ୍ୟାଙ୍କରେ ପ୍ରାୟ 11ହଜାର କୋଟିରୁ ଅଧିକ ଟଙ୍କାର ଋଣ ରହିଛି । ସେ କାର୍ଯ୍ୟାନୁଷ୍ଠାନ ଭୟରେ ବ୍ରିଟେନ ପଳାୟନ କରିଥିବା ବେଳେ ଭାରତ ତାଙ୍କର ପ୍ରତ୍ୟର୍ପଣ ନେଇ ପ୍ରକ୍ରିୟା ଜାରିରଖିଛି । ତେବେ ଭାରତ ସରକାରଙ୍କ ଆବେଦନ ବିରୋଧରେ ଲଣ୍ଡନ କୋର୍ଟରେ ଆବେଦନ କରିଥିଲେ 51 ବର୍ଷୀୟ ନୀରବ ମୋଦି । ଯାହାର ଶୁଣାଣି ଆଜି ହୋଇଥିବା ବେଳେ କୋର୍ଟ ମୋଦିଙ୍କ ମାମଲା ଖାରଜ କରିବା ସହ ଭାରତ ପ୍ରତ୍ୟର୍ପଣ ସପକ୍ଷରେ ନିର୍ଦ୍ଦେଶ ଦେଇଛନ୍ତି (Nirav Modi Loses Appeal In UK Court) ।

2018 ମସିହା ପ୍ରାରମ୍ଭରେ ଦେଶ ଛାଡି ପଳାୟନ କରିଥିଲେ ନୀରବ ମୋଦି । ପରେ ସେ ଲଣ୍ଡନରେ ଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ଭାରତ ଫେରାଇ ଆଣିବା ନେଇ କୂଟନୈତିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ ଓ୍ବାଣ୍ଟେଡ ତାଲିକାରେ ଅଛନ୍ତି ଏହି କୋଟିପତି ପଳାତକ ହୀରା ବ୍ୟବସାୟୀ । ତେବେ ଆଜି ଲଣ୍ଡନ କୋର୍ଟଙ୍କ ରାୟ ପରେ ନୀରବଙ୍କ ଭାରତ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସୁଗମ ହେବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details