ଓଡିଶା

odisha

By ETV Bharat Odisha Team

Published : Jan 12, 2024, 8:43 PM IST

ETV Bharat / bharat

7 ବର୍ଷ ପରେ ମିଳିଲା ନିଖୋଜ ଏୟାରକ୍ରାଫ୍ଟ AN32ର ଭଗ୍ନାବଶେଷ, ଥିଲେ 29ଜଣ

IAFs AN32 aircraft debris: ଦୀର୍ଘ 7 ବର୍ଷ ପରେ ଗଭୀର ସମୁଦ୍ର ମଧ୍ୟରୁ ମିଳିଲା ବାୟୁସେନାର ନିଖୋଜ ଏୟାରକ୍ରାଫ୍ଟ AN32ର ଭଗ୍ନାବଶେଷ । ଅଧିକ ପଢନ୍ତୁ

IAFs AN32 aircraft debris
IAFs AN32 aircraft debris

ଚେନ୍ନାଇ: ଦୀର୍ଘ 7 ବର୍ଷ ପରେ ବଙ୍ଗୋପ ସାଗରରୁ ମିଳିଲା ଭାରତୀୟ ବାୟୁସେନାର ନିଖୋଜ ଏୟାରକ୍ରାଫ୍ଟ AN32ର ଭଗ୍ନାବଶେଷ । ଚେନ୍ନାଇ ଉପକୂଳରୁ ପ୍ରାୟ 310କିମି ଦୂରରେ ଗଭୀର ସମୁଦ୍ର ମଧ୍ୟରୁ ଏୟାରକ୍ରାଫ୍ଟର ଆଜି (ଶୁକ୍ରବାର) ଭଗ୍ନାବଶେଷ ମିଳିଛି । 2016 ଜୁଲାଇ 22 ତାରିଖରେ 29 ଜଣଙ୍କୁ ନେଇ ପୋର୍ଟ ବ୍ଲେୟାର ଯାଉଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା ଏହି ବିମାନ ।

ଏହା ବି ପଢନ୍ତୁ- AN-32 ବିମାନ ନିଖୋଜ ଘଟଣାର ସତ୍ୟାସତ୍ୟ ଜାଣିବାକୁ ସମୟ ଲାଗିବ

ଏହାପରେ ଜୋରସୋରରେ ରେସ୍କ୍ୟୁ ଅପରେସନ ହୋଇଥିବା ବେଳେ କାହାର ପତ୍ତା ମିଳିନଥିଲା । ଭାରତୀୟ ବାୟୁସେନାର ସୂଚନା ଅନୁସାରେ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଅଧୀନସ୍ଥ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଓସେନ ଟେକ୍ନୋଲୋଜିର ସ୍ବୟଂଚାଳିତ ଅଣ୍ଡରୱାଟର ଯାନ (AUV) ନିକଟରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏୟାରକ୍ରାଫ୍ଟ ଶେଷ ଲୋକେସନ ଆଧାରରେ ଗଭୀର ସମୁଦ୍ର ମଧ୍ୟକୁ ଅନୁସନ୍ଧାନରେ ବାହାରିଥିଲା AUV । ଏକାଧିକ ପେଲୋଡ ଓ ହାଇ ରିଜୋଲ୍ୟୁସନ ଥିବା କ୍ୟାମେରାର ବ୍ୟବହାର ହୋଇଥିଲା । ପ୍ରାୟ 3400 ମିଟର ଗଭୀର ମଧ୍ୟରେ ଅନୁସନ୍ଧାନ ଚାଲିଥିବା ବେଳେ ଏକ କ୍ରାସ ଏୟାରକ୍ରାଫ୍ଟର ଭଗ୍ନାବଶେଷ ମିଳିଛି ।

ଏହା ବି ପଢନ୍ତୁ- ଏଏନ-32 ବିମାନ ନିଖୋଜ ଘଟଣା: ବାୟୁସେନା ପକ୍ଷରୁ ଉଦ୍ଧାର ଅଭିଯାନ ଜାରି

ଅନୁସନ୍ଧାନ ବେଳେ ଏହା ନିଖୋଜ ଏୟାରକ୍ରାଫ୍ଟ AN32ର ଭଗ୍ନାବଶେଷ ବୋଲି ଜଣାପଡିଛି । ଯେଉଁ ସ୍ଥାନରେ ଏହି ଭଗ୍ନାବଶେଷ ମିଳିଛି ସେଠାରେ ପୂର୍ବରୁ କୌଣସି ଏୟାରକ୍ରାଫ୍ଟ କ୍ରାସ ହୋଇନାହିଁ । ଏଣୁ ଏହା ନିଖୋଜ ଏୟାରକ୍ରାଫ୍ଟ AN32ର ଭଗ୍ନାବଶେଷ ବୋଲି କୁହାଯାଉଛି ।

କେମିତି ନିଖୋଜ ହୋଇଥିଲା ? :-ଭାରତୀୟ ବାୟୁସେନାର AN-32 ବିମାନ 2016 ଜୁଲାଇ 22 ତାରିଖରେ ଚେନ୍ନାଇର ତାମ୍ବାରାମ ଏୟାରଫୋର୍ସ ଷ୍ଟେସନରୁ ବାହାରିଥିଲା । ଏଥିରେ କ୍ରୁ ମେମ୍ବରଙ୍କ ସମେତ ମୋଟ 29 ଜଣ ଯାତ୍ରା କରୁଥିଲେ । ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ପୋର୍ଟ ବ୍ଲେୟାରକୁ ସାପ୍ତାହିକ ଯାତ୍ରା କରୁଥିଲା । ଚେନ୍ନାଇରୁ ବିମାନଟି ସକାଳ 8ଟାରେ ବାହାରିଥିବା ବେଳେ ପୋର୍ଟ ବ୍ଲେୟାର ସ୍ଥିତ ଭାରତୀୟ ନାଭାଲ ଏୟାର ଷ୍ଟେସନ ଆଇଏନଏସ ଉତକର୍ଶରେ ଅବତରଣ କରିଥାନ୍ତା ।

ଉଡାଣର କିଛି ସମୟ ପରେ ହଠାତ ବିମାନର ସହିତ ସମସ୍ତ ଯୋଗାଯୋଗ ବିଚ୍ଛିନ ହୋଇଥିଲା । ଏହା ବଙ୍ଗୋପସାଗର ଉପରେ ସମ୍ପୂର୍ଣ୍ଣ ରାଡାର ବାହାରକୁ ଚାଲିଯାଇଥିଲା । ଏହାପରେ ନିଖୋଜ ବିମାନକୁ ଖୋଜିବା ଲାଗି ଭାରତୀୟ ବାୟୁସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ମାତ୍ର କୌଣସି ସୁଫଳ ମିଳିନଥିଲା । ଶେଷରେ ସେପ୍ଟେମ୍ବର 15 ତାରିଖରେ ବିମାନରେ ଥିବା 29 ଜଣଙ୍କ ପରିବାରକୁ ଚିଠି ଲେଖି ସେମାନଙ୍କୁ ମୃତ ଘୋଷଣା କରିଥିଲା ଭାରତୀୟ ବାୟୁସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details