ଓଡିଶା

odisha

ETV Bharat / bharat

Operation Ganga: ଦିଲ୍ଲୀ ଅଭିମୁଖେ ଉଡାଣ ଭରିଲେ ଆଉ ୨୧୮ଜଣ ଭାରତୀୟ - ଭାରତୀୟ ଯାତ୍ରୀଙ୍କୁ ନେଇ ୟୁକ୍ରେନରୁ ବାହାରିଲା ବିମାନ

ୟୁକ୍ରେନରୁ ଭାରତୀଙ୍କୁ ଫେରାଇଆଣଇବା ପାଇଁ ଆରମ୍ଭ ହୋଇଛି ‘ଅପରେସନ ଗଙ୍ଗା' । ନବମ ପର୍ଯ୍ୟାୟରେ ୟୁକ୍ରେନରୁ ୨୧୮ଜଣ ଭାରତୀଙ୍କୁ ନେଇ ନୂଆଦିଲ୍ଲୀ ଅଭିମୁଖେ ବାହାରିଲା ଏୟାର ଇଣ୍ଡିଆର ବିମାନ । ଅଧିକ ପଢନ୍ତୁ

Evacuation from Ukraine:: ୟୁକ୍ରେନରୁ ୨୧୮ ଜଣ ଭାରତୀଙ୍କୁ  ନେଇ ଦିଲ୍ଲୀ ଅଭିମୁଖେ ବାହାରିଲା ବିମାନ
Evacuation from Ukraine:: ୟୁକ୍ରେନରୁ ୨୧୮ ଜଣ ଭାରତୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ବାହାରିଲା ବିମାନ

By

Published : Mar 1, 2022, 12:44 PM IST

ନୂଆଦିଲ୍ଲୀ: ‘ଅପରେସନ ଗଙ୍ଗା’ର ନବମ ପର୍ଯ୍ୟାୟରେ ୟୁକ୍ରେନର ବୁଚାରେଷ୍ଟରୁ ୨୧୮ଜଣ ଭାରତୀଙ୍କୁ ନେଇ ନୂଆଦିଲ୍ଲୀ ଅଭିମୁଖେ ବାହାରିଲା ଏୟାର ଇଣ୍ଡିଆର ବିମାନ । ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ସପ୍ତମ ପର୍ଯ୍ୟାୟରେ ଯୁକ୍ରେନରୁ ୧୮୨ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ ଏକ ବିମାନ ବାହାରିଥିବା ବେଳେ ଗତକାଲି ରାତିରେ ମୁମ୍ବାଇରେ ଅବତରଣ କରିଛି । ଗତକାଲି ୟୁକ୍ରେନ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଯେଉଁଥିରେକି ୟୁକ୍ରେନରେ ଫସିରହଥିବା ସମସ୍ତ ଭାରତୀୟଙ୍କୁ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସରକାରୀ ସ୍ତରରେ ସବୁ ବ୍ୟବସ୍ଥା ଚାଲିଛି ବୋଲି କେନ୍ଦ୍ର ବୈଦଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିିଥିଲେ ।

ୟୁକ୍ରେନରେ ଜାରି ରହଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ସୁରକ୍ଷିତ ସ୍ବେଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ଜାରି ରଖିଛନ୍ତି ‘ଅପରେସନ ଗଙ୍ଗା’। ଏହି ମିଶନ ଅଧିନରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ABOUT THE AUTHOR

...view details