ଓଡିଶା

odisha

ନବମ ଶ୍ରେଣୀ ଛାତ୍ରଙ୍କ କମାଲ, ଦୃଷ୍ଟିହୀନଙ୍କ ଲାଗି ତିଆରି କରିଛନ୍ତି ସ୍ମାର୍ଟ ଜୋତା

ଆସମରେ ନବମ ଶ୍ରେଣୀ ଛାତ୍ରଙ୍କ କରିସ୍ମା । ଦୃଷ୍ଟିହୀନ ଲୋକଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ସ୍ମାର୍ଟ ଜୋତା(smart shoe) । ଅଧିକ ପଢନ୍ତୁ

By

Published : Apr 5, 2022, 9:52 PM IST

Published : Apr 5, 2022, 9:52 PM IST

ନବମ ଶ୍ରେଣୀ ଛାତ୍ରଙ୍କ କମାଲ, ଦୃଷ୍ଟିହୀନଙ୍କ ଲାଗି ତିଆରି କରିଛନ୍ତି smart shoe
ନବମ ଶ୍ରେଣୀ ଛାତ୍ରଙ୍କ କମାଲ, ଦୃଷ୍ଟିହୀନଙ୍କ ଲାଗି ତିଆରି କରିଛନ୍ତି smart shoe

ଗୌହାଟି: ଆସାମରେ ନବମ ଶ୍ରେଣୀ ଛାତ୍ରଙ୍କ କରିସ୍ମା । ଦୃଷ୍ଟିହୀନ ଲୋକଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ସ୍ମାର୍ଟ ଜୋତା(smart shoe) । ଆସାମର କରିମଗଞ୍ଜ ଜିଲ୍ଲାର ନବମ ଶ୍ରେଣୀର ଛାତ୍ର ଅଙ୍କୁରିତ କରମାକର ଦୃଷ୍ଟିହୀନ ଲୋକଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ଏକ ସ୍ବତନ୍ତ୍ର ଜୋତା ।

ତେବେ ଦୃଷ୍ଟିହୀନ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କରିମଗଞ୍ଜ ଜିଲ୍ଲାର ରୋୱଲ୍ୟାଣ୍ଡର ମେମୋରିଆଲ୍ ହାଇସ୍କୁଲର ପଢୁଥିବା ଅଙ୍କୁରିତ କରମାକର ଏକ ସେନ୍ସର ସକ୍ଷମ ସ୍ମାର୍ଟ ଜୋତା ଡିଜାଇନ କରିଛନ୍ତି । ଫଳରେ ଦୃଷ୍ଟିହୀନ ଲୋକଙ୍କୁ ହେବାକୁ ଥିବା ବାଧାବିଘ୍ନରୁ ସୁରକ୍ଷା ପ୍ରଦାନ କରିବ ବୋଲି ସେ କହିଛନ୍ତି । ମାତ୍ର ଏହା ଆସାମ ସରକାର ଜାଣିବା ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ବିଧାୟକ କ୍ରିଷ୍ଣେନ୍ଦୁ ପଲ ଅଙ୍କୁରିତଙ୍କୁ ଭେଟିଛନ୍ତି ।

ଅନ୍ୟପଟେ ତାଙ୍କ ସରକାର ଅଙ୍କୁରିତଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରିବେ ବୋଲି କହିଛନ୍ତି । ଏଥିସହ ଅଙ୍କୁରିତ ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଚାହୁଁଥିବା ସେ କହିଛନ୍ତି । ଏଥିସହ ଆସମ ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ସମସ୍ତ ସହଯୋଗ କରିବେ ବୋଲି ବିଧାୟକ ପଲ କହିଛନ୍ତି ।

@ANI

ABOUT THE AUTHOR

...view details