ନୂଆଦିଲ୍ଲୀ: ଆଜି ଶେଷ ହେଲା ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟ ଜୟଶଙ୍କରଙ୍କ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ । ଆଜି ଅଗଷ୍ଟ 18 ଥିଲା ରାଜ୍ୟସଭା ସାଂସଦ ଭାବେ ଜଯଶଙ୍କରଙ୍କ ଶେଷ ଦିନ । ଜୟଶଙ୍କର ଙ୍କ ବ୍ୟତୀତ ତୃଣମୂଳ ସାଂସଦ ଡେରେକ ଓ ବ୍ରାୟନ, ଶୁଭେନ୍ଦୁ ଶେଖର ରାୟ, ଡୋଲା ସେନଙ୍କର ମଧ୍ୟ କାର୍ଯ୍ୟକାଳ ଶେଷ ହୋଇଛି । କିନ୍ତୁ କାର୍ଯ୍ୟକାଳ ଶେଷ ହେବାର ଦୁଇ ଦିନ ମଧ୍ୟରେ ଏହି ସମସ୍ତ ସାଂସଦ ପୁଣି ଥରେ ଆସନ୍ତା ସୋମବାର ଦିନ ଦ୍ବିତୀୟ ଥର ପାଇଁ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ।
ରାଜ୍ୟସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା 21 ଅଗଷ୍ଟ (ସୋମବାର) ଦିନ ମୋଟ 9 ଜଣ ସାଂସଦ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ । ସୋମବାର ଦିନ ପୂର୍ବାହ୍ନ 11 ଟାରେ ପୁନଃ ନିର୍ବାଚିତ ଓ ନବ ନିର୍ବାଚିତ ସାଂସଦ ଶପଥ ନେବେ । ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।
ଏହାବି ପଢନ୍ତୁ- ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର