ଓଡିଶା

odisha

ETV Bharat / bharat

ହିମାଚଳ ପ୍ରଦେଶରେ ବନ୍ୟା ବିତ୍ପାତ: ଭାସିଗଲେ 9, 8 ନିଖୋଜ

ହିମାଚଳ ପ୍ରଦେଶରେ ବନ୍ୟା ଯୋଗୁଁ 9 ଜଣଙ୍କ ମୃତ୍ୟୁ । 8 ଏବେବି ନିଖୋଜ । ଅଧିକ ପଢନ୍ତୁ...

By

Published : Jul 14, 2021, 7:26 AM IST

Updated : Jul 14, 2021, 7:48 AM IST

Nine dead, 8 missing due to Himachal flash-floods in last two days
ପ୍ରକୃତିର ତାଣ୍ଡବ : ବନ୍ୟାରେ ଭାସିଗଲେ 9

ସିମଲା: ମହାମାରୀ ସମୟରେ ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶରେ ବନ୍ୟା ଯୋଗୁଁ 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8 ଜଣ ନିଖୋଜ ରହିଛନ୍ତି । ଏହାସହ ରାଜ୍ୟରେ 142ଟି ରାସ୍ତା ଅବରୋଧ ହୋଇଯାଇଛି । ଏନେଇ ରାଜସ୍ବ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି ।

ଏନେଇ ସୋମବାର ରାଜ୍ୟର କୁଲୁ ଅଞ୍ଚଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିଲା । ଅତିରିକ୍ତ ଡେପୁଟି କମିଶନର ପ୍ରକାଶ ସିଂ ସୂଚନା ଦେଇଛନ୍ତି ଯେ ଜିଲ୍ଲାରେ ଅତି କମରେ 25 ଟି ରାସ୍ତା ବନ୍ଦ ରହିଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ଟିମ ରିଲିଫ୍ କାର୍ଯ୍ୟ ପାଇଁ ରାଜ୍ୟକୁ ପଠାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହାସହ ପରିସ୍ଥିତି ଉପରେ ନଜର ରଖାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ଏହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ରାଜ୍ୟ ସରକାରଙ୍କୁ ସମସ୍ତ ସହାୟତା ଯୋଗାଯାଉଛି । ପ୍ରଭାବିତ ଅଞ୍ଚଳରେ ଥିବା ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି ।

@ANI

Last Updated : Jul 14, 2021, 7:48 AM IST

ABOUT THE AUTHOR

...view details