ଓଡିଶା

odisha

By

Published : Nov 14, 2021, 12:39 PM IST

ETV Bharat / bharat

ଜାଡରେ ଥରୁଛି ଭାରତର ଭୂସ୍ବର୍ଗ, ଶୂନ ଡିଗ୍ରୀ ତଳେ ତାପମାତ୍ରା

ଶୀତରେ ଥରୁଛି ଶ୍ରୀନଗର । ଶୂନ ଡିଗ୍ରୀ ତଳକୁ ଖସିଲା ସହରର ତାପମାତ୍ରା । ଅଧିକ ପଢନ୍ତୁ...

ଜାଡରେ ଥରୁଛି ଶ୍ରୀନଗର, ଶୂନ୍ୟ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା
ଜାଡରେ ଥରୁଛି ଶ୍ରୀନଗର, ଶୂନ୍ୟ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ଶ୍ରୀନଗର: ଜାଡରେ ଥରୁଛି ଭାରତର ଭୂ-ସ୍ବର୍ଗ । ଜାମ୍ମୁ-କାଶ୍ମୀରରେ ଚଳିତବର୍ଷର ସର୍ବନିମ୍ନ ରାତ୍ରୀକାଳୀନ ତାପମାତ୍ରା ରେକର୍ଡ ହୋଇଛି । ଶୂନ୍ୟ ଡିଗ୍ରୀ ତଳକୁ ଖସିଛି ରାଜଧାନୀ ଶ୍ରୀନଗରର ତାପମାତ୍ରା । ରବିବାର ଦିନ ଶ୍ରୀନଗର ସହରରେ ସର୍ବନିମ୍ନ ତାପମାତ୍ରା ଫ୍ରିଜିଂ ପଏଣ୍ଟରୁ ତଳକୁ ଖସିଥିବାବେଳେ ଲଦାଖର ଡ୍ରାସ ଟାଉନରେ ତାପମାତ୍ରା ମାଇନସ ୧୨.୨ ଡିଗ୍ରୀ ରେକର୍ଡ ହୋଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଆଜି ଶ୍ରୀନଗର ସହରର ତାପମାତ୍ରା ଫ୍ରିଜିଂ ପଏଣ୍ଟ ତଳେ ରହିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ମାଇନସ ୦.୯ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ପାହଲଗମରେ ମାଇନସ ୩.୫ ଡିଗ୍ରୀ ଏବଂ ଗୁଲମାର୍ଗରେ ତାପମାତ୍ରା ମାଇନସ ୧.୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଲେହ ଟାଉନରେ ସର୍ବନିମ୍ନ ତାପମାତ୍ରା ମାଇନସ ୯.୬ ଏବଂ କାର୍ଗିଲ ଠାରେ ୭.୮ ଡିଗ୍ରୀ, ଜାମ୍ମୁ ସହରରେ ୧୧.୮, କର୍ତ୍ତାର ୧୦.୮ ଡିଗ୍ରୀ, ବନିହାଲରେ ୧.୦, ଭଦରୱାରେ ୨.୭ ଡିଗ୍ରୀ ରାତି ତାପମାତ୍ରା ରହିଛି ।

ଚଳିତ ମାସ ଶେଷ ଯାଏଁ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ପାଗ ଶୁଖିଲା ରହିବ । ତେଣୁ ଏହି ସମୟରେ ମଧ୍ୟରେ କ୍ରମଶଃ ରାତି ତାପମାତ୍ରା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

@IANS

ABOUT THE AUTHOR

...view details