ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରର ଔରଙ୍ଗାବାଦକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ - covid situation in maharastra

ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଲକ୍ଷକରି ଔରଙ୍ଗାବାଦ ସହରରେ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରାଯାଇଛି । ଅଧିକ ପଢନ୍ତୁ....

ମହାରାଷ୍ଟ୍ରର ଔରଙ୍ଗାବାଦକୁ ଫେରିଲା ରାତ୍ରୀ କାଳୀନ କର୍ଫ୍ୟୁ
ମହାରାଷ୍ଟ୍ରର ଔରଙ୍ଗାବାଦକୁ ଫେରିଲା ରାତ୍ରୀ କାଳୀନ କର୍ଫ୍ୟୁ

By

Published : Mar 12, 2021, 4:29 AM IST

Updated : Mar 12, 2021, 5:57 AM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଲକ୍ଷକରି ଔରଙ୍ଗାବାଦ ସହରରେ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରାଯାଇଛି। ରାତି 9 ରୁ ସକାଳ 6 ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଛି ସ୍ଥାନୀୟ ପ୍ରଶାସନ । ତେବେ ରାତ୍ରୀକାଳୀନ କର୍ଫ୍ୟୁର ଆଜି ହେଉଛି ପ୍ରଥମ ରାତି । ଏହା ଆଜି ଠାରୁ ଆରମ୍ଭ ହୋଇ ଏପ୍ରିଲ୍ 4 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ କେବଳ ଜରୁରୀକାଳିନ ସେବା ଜାରି ରହିବା ନେଇ ଅନୁମତି ମିଳିଛି ।

ସେହିପରି ସହରର ରେସ୍ତୋରାଁ ଗୁଡିକ ଖାଦ୍ୟ ପାର୍ସଲ ଯୋଗାଇ ପାରିବା ସହ ହୋମ ଡେଲିଭରି ସେବା ମଧ୍ୟ ଯୋଗାଇବା ପାଇଁ ଅନୁମତି ପାଇଛନ୍ତି । କିନ୍ତୁ ରେସ୍ତୋରାଁ କିମ୍ବା ହୋଟେଲ ଗୁଡିକରେ ସମୂହ ଭୋଜନକୁ କଟକଣାଭୁକ୍ତ କରାଯାଇଛି । ଗତକିଛି ଦିନରେ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ପୁଣିଥରେ କଡ ଲେଉଟାଇ ଥିବାବେଳେ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେଇଛନ୍ତି। ତେବେ ଆଗାମି ଦିନରେ ରାଜ୍ୟରେ ସଂକ୍ରମଣର ହାରରେ ହ୍ରାସ ନଘଟିଲେ ଆଉ ଅନ୍ୟାନ୍ୟ ସହରରେ ମଧ୍ୟ ଏହି କର୍ଫ୍ୟୁ ପୁଣି ଥରେ ଫେରିପାରେ ବୋଲି ଅନୁମାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାର଼ତ

Last Updated : Mar 12, 2021, 5:57 AM IST

ABOUT THE AUTHOR

...view details