ଗାନ୍ଧୀନଗର: କୋରୋନା ସାରା ବିଶ୍ବକୁ କବଳିତ କରିଛି । ଏହାର ପ୍ରଭାବରେ ଅନେକ ଜୀବନ ଜାବିକା ପ୍ରଭାବିତ ହୋଇଛି । କୋରେନା ସହ ମୁକାବିଲା କରିବାକୁ ଗୁଜୁରାଟର ଅହମଦାବାଦ ସହରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଥିଲା । ପରବର୍ତ୍ତୀ ନୋଟିସ ଯାଏଁ ଏହି କର୍ଫ୍ୟୁକୁ ବୃଦ୍ଧି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସରକାରୀ ଆକଳନ ଅନୁଯାୟୀ ଅହମ୍ମଦାବାଦରେ ସୋମବାର 306 ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଗୁଜୁରାଟରେ ସଂକ୍ରମଣ ସଂଖ୍ୟା 52,030 ରେ ପହଞ୍ଚିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ବର 23ରେ ସହରରେ ରାତ୍ରି କର୍ଫ୍ୟୁ ଲାଗୁ ହୋଇଥିଲା ଏବଂ ଏହାକୁ ଡିସେମ୍ବର 7 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ସୋମବାର ସକାଳେ ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ନଗର ପୋଲିସ କମିଶନର ସଞ୍ଜୟ ଶ୍ରୀବାସ୍ତବ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାତିର କର୍ଫ୍ୟୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଡିସେମ୍ବର 7 ରୁ ରାତି 9 ଟାରୁ ସକାଳ 6 ଟା ଯାଏଁ କର୍ଫ୍ୟୁ ହେବ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ "ଏହି ସମୟ ମଧ୍ୟରେ ଲୋକମାନେ ଘର ଭିତରେ ରହିବା ଆବଶ୍ୟକ। ସେମାନେ ରାସ୍ତା, ରାସ୍ତାରେ କିମ୍ବା ସର୍ବସାଧାରଣ ସ୍ଥାନରେ ଠିଆ ନହେବା ସହ ଯାନବାହାନରେ ଯାତାୟତ କରିପାରିବେ ନାହିଁ ।