ନୂଆଦିଲ୍ଲୀ: ଦିଲ୍ଲୀରୁ ଦ୍ବିତୀୟ ମଙ୍କିପକ୍ସ(monkeypox) ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ମୋଟ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ବୟସ ୩୫ ବର୍ଷ । ଆକ୍ରାନ୍ତ ଜଣଙ୍କ ଗତ ୫ଦିନ ହେଲା ଜ୍ବରରେ ପିଡିତ ଥିବାରୁ ଦିଲ୍ଲୀର LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆକ୍ରାନ୍ତ ନମୁନା ପରୀକ୍ଷା ପାଇଁ ପୁନେ NIV କୁ ପଠାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଥିବା ସୋମବାର ସୂଚନା ମିଳିଛି। ୨ଜଣ ମଙ୍କିପକ୍ସ ସନ୍ଦିଗ୍ଧଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ଜୁଲାଇ ୧୦ରେ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।