ରାୟପୁର: ଜୀବଜଗତର ଅଭିନ୍ନ ଅଂଶ ପଶୁ । ପରିବେଶ ସୁରକ୍ଷା ଓ ମାନବ ସମାଜର ମଙ୍ଗଳସାଧନାରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ କିଛି ଗୃହପାଳିତ ପଶୁଙ୍କୁ ଛାଡିଲେ ଅନ୍ୟ ପଶୁମାନଙ୍କୁ ଅଣଦେଖା କରେ ପ୍ରାଣୀ ଜଗତ । ସହରର ରାସ୍ତା କଡରେ ଅନେକ ପଶୁ ଆହତ ରୋଗିଣା ହୋଇ ମୃତ୍ୟୁବରଣ କରିଥାନ୍ତି । ସେମାନଙ୍କ ମୃତ୍ୟୁରେ କାହାରିକୁ ଫରକ ପଡିବା ତ ଦୂରର କଥା ସେମାନଙ୍କ ବିଷୟରେ ଚିନ୍ତା କରିବା ପାଇଁ ମଧ୍ୟ କାହାରିପାଖେ ସମୟ ନଥାଏ ।
ହେଲେ ବିଳାସପୁରର ନିଧି ତିଓ୍ବାରୀ(Nidhi Tiwari of Bilaspur ) ନାମକ ଜଣେ ମହିଳା ପଶୁମାନଙ୍କ ସେବା କରିବା ପାଇଁ ଆଗକୁ ଆସିଛନ୍ତି(Animal Lover Nidhi Tiwar) । ନିଧି ପଶୁ ପକ୍ଷୀଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ଭଲ ଜୀବନ ଦେବା ପାଇଁ ପଦକ୍ଷେପ ନେଇଛନ୍ତି । ବିଲାସପୁରର କୁଦୁଦଣ୍ଡ ଶିବ ଚକ୍ରେ ରହୁଥିବା ନିଧି ତିୱାରୀ ପଶୁମାନଙ୍କୁ ନିଜ ଖର୍ଚ୍ଚରେ ଘରେ ରହିବାକୁ ବ୍ୟବସ୍ଥା କରିଛନ୍ତି (Nidhi Tiwari messiah for abandoned animals) ।
ଏହା ମଧ୍ୟ ପଢନ୍ତୁ: Interesting story: ପଶୁଙ୍କ ଦରଦୀ ବନ୍ଧୁ ରାଜେଶ, ନିତି ଖୁଆନ୍ତି ବିରିୟାନୀ
ଏନେଇ ନିଧି ତିୱାରୀ କହିଛନ୍ତି ଯେ," ପ୍ରାୟତଃ ଲୋକମାନେ ଆହତ ପଶୁମାନଙ୍କ ବିଷୟରେ ମୋତେ ସୂଚନା ଦିଅନ୍ତି । ସୂଚନା ପାଇବା ପରେ ମୁଁ ପଶୁମାନଙ୍କୁ ଉଦ୍ଧାର କରି ମୋ ଘରକୁ ଆଣିଥାଏ । ଅନେକ ମାମଲା ଏଭଳି ରହିଥାଏ ଯେଉଁଥିରେ ପୋଲିସର ସାହାଯ୍ୟ ଆବଶ୍ୟକ ହୋଇଥାଏ । ସେହି ପରିସ୍ଥିତିରେ ମୁଁ ପୋଲିସ ଏବଂ ବନବିଭାଗ ଠାରୁ ସାହାଯ୍ୟ ପାଇଁ ପଶୁମାନଙ୍କୁ ଉଦ୍ଧାରକରି ଘରକୁ ଆଣିଥାଏ । କିଛି ମାମଲାକୁ ମନେ ପକାଇ ନିଧି କହିଛନ୍ତି ଯେ, ଏକ ମନ୍ଦିରରେ ଏକ ଛୋଟ ଛେଳି ବଳି ଦିଆଯାଉଥିଲା । ତେବେ ଏହାକୁ ରୋକିବା କରିବା ପାଇଁ ପୋଲିସର ଆବଶ୍ୟକ ରହିଥିଲା। ଏହି ଘଟଣାରେ ପୋଲିସ ମଧ୍ୟ ତାଙ୍କୁ ସାହାଯ୍ୟ କରିନଥିଲା । ତାପରେ ମୁଁ ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସାହାଯ୍ୟ ମାଗିଥିଲି। ଏହା ପରେ ପୋଲିସ ସେମାନଙ୍କୁ ସାହାଯ୍ୟ କରି ବଳି ଦିଆଯାଉଥିବା ଛେଳିକୁ ଉଦ୍ଧାର କରିଥିଲା ।"