ଓଡିଶା

odisha

ETV Bharat / bharat

ମନସୁଖ ହିରେନ ମାମଲାରେ ମହାରାଷ୍ଟ୍ର ଏଟିଏସକୁ ଝଟକା, NIA କରିବ ତଦନ୍ତ

ଆଣ୍ଟିଲିଆ ମାମଲାରେ ନୂଆ ମୋଡ । ଥାନେ କୋର୍ଟ ବୁଧବାର ମହାରାଷ୍ଟ୍ର ଏଟିଏସକୁ ଝଟକା ଦେଇ ମାମଲା ସହ ଜଡିତ ସମସ୍ତ ଦସ୍ତାବିଜ ଓ ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରିବାକୁ ଆଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Mar 24, 2021, 4:05 PM IST

ମନସୁଖ ହିରେନ ମାମଲାରେ ମହାରାଷ୍ଟ୍ର ଏଟିଏସକୁ ଝଟକା, NIA କରିବ ତଦନ୍ତ
ମନସୁଖ ହିରେନ ମାମଲାରେ ମହାରାଷ୍ଟ୍ର ଏଟିଏସକୁ ଝଟକା, NIA କରିବ ତଦନ୍ତ

ମୁମ୍ବାଇ: ଆଣ୍ଟିଲିଆ ମାମଲାରେ ନୂଆ ମୋଡ । ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମାମଲାର ଯାଞ୍ଚ କରିଆସୁଥିବା ମହାରାଷ୍ଟ୍ର ଏଟିଏସକୁ ଲାଗିଛି ବଡ ଝଟକା । ବିସ୍ଫୋରକ ଭର୍ତ୍ତି ଗାଡିର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଉପରେ ତତ୍କାଳ ରୋକ ଲଗାଇବାକୁ ଆଦେଶ ଦେଇଛନ୍ତି ଥାନେ କୋର୍ଟ ।

ମନସୁଖ ହିରେନ ମାମଲାରେ ମହାରାଷ୍ଟ୍ର ଏଟିଏସକୁ ଝଟକା, NIA କରିବ ତଦନ୍ତ

ମନସୁଖ ହିରେନଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରିଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା ମହାରାଷ୍ଟ୍ର ଏଟିଏସ । ତେବେ ଥାନେ କୋର୍ଟ ବୁଧବାର ମହାରାଷ୍ଟ୍ର ଏଟିଏସକୁ ଝଟକା ଦେଇ ମାମଲା ସହ ଜଡିତ ସମସ୍ତ ଦସ୍ତାବିଜ ଓ ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରିବାକୁ ଆଦେଶ ଦେଇଛନ୍ତି ।

ମନସୁଖ ହିରେନ ମାମଲାରେ ମହାରାଷ୍ଟ୍ର ଏଟିଏସକୁ ଝଟକା, NIA କରିବ ତଦନ୍ତ

ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରେ ମିଳିଥିଲା ବିସ୍ଫୋରକ ଜିଲେଟିନ ଭର୍ତ୍ତି ଗାଡି । ଏହି ଗାଡିର ମାଲିକ ଥିଲେ ମନସୁଖ ହିରେନ । ଘଟଣାର କିଛି ଦିନ ପରେ ମିଳିଥିଲା ମନସୁଖଙ୍କ ମୃତଦେହ । ଏହାପରେ ପରିବାର ଲୋକେ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । ଏହି ମାମଲାରେ ୱାଜେଙ୍କୁ ଗିରଫ କରାଯିବା ସହିତ ମୁମ୍ବାଇ ପୋଲିସରୁ ତାଙ୍କୁ ନିଲମ୍ବନ କରାଯାଇଥିଲା ।

ଏହାପୂର୍ବରୁ ଆଣ୍ଟିଲିଆ ବାହାରେ ବିସ୍ଫୋଟକ ଭର୍ତ୍ତି ଗାଡି ଜବତ ମାମଲାରେ ଯାଞ୍ଚ କରୁଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ନ୍ୟପକ୍ଷେ ଗାଡିର ମାଲିକ ମନସୁଖ ହିରେନର ମୃତଦେହ ମିଳିବା ଘଟଣାରେ ତାଙ୍କ ସ୍ତ୍ରୀଙ୍କ ବୟାନ ଓ ଦାଏର ହୋଇଥିବା ହତ୍ୟା ମାମଲାର ଯାଞ୍ଚ ଏବେ ବି ମହାରାଷ୍ଟ୍ର ଏଟିଏସ ପାଖରେ ରହିଥିଲା । ହେଲେ ଏବେ କୋର୍ଟଙ୍କ ଆଦେଶ ପରେ ଉଭୟ ମାମଲାର ଯାଞ୍ଚ କରିବ ଏନଆଇଏ ।

ABOUT THE AUTHOR

...view details