ନୂଆଦିଲ୍ଲୀ:ଜାମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ଆଉ ଏହାର କାରଣ ଖୋଜିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA)କୁ ତଦନ୍ତଭାର ହସ୍ତାନ୍ତର କରାଯାଇଛି । । ଦିନକୁ ଦିନ ଜାମ୍ମୁ କାଶ୍ମୀର ସୀମାବର୍ତ୍ତୀ ଅଞ୍ଚଳରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି ଆତଙ୍କବାଦୀ । ଜନବସତି ଅଞ୍ଚଳକୁ ପ୍ରବେଶ କରି ସର୍ବ ସମ୍ମୁଖରେ ଆତଙ୍କବାଦୀଙ୍କ ହମଲା ସମସ୍ତଙ୍କୁ ଚକିତ କରିଛି ।
ଇତି ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜାମ୍ମୁ କାଶ୍ମୀରରେ ପ୍ରାୟ ୧୧ ଜଣ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ଏମାନଙ୍କ ମଧ୍ୟରେ ସବୁ ଧର୍ମରୁ ଲୋକ ରହିଛନ୍ତି । ସେହିପରି କାଶ୍ମୀରରେ ରହୁଥିବା ବାହାର ରାଜ୍ୟର କିଛି ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି । ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଆଶଙ୍କା କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ NIA କୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛି ।