ଚେନ୍ନାଇ: ଶ୍ରୀଲଙ୍କାର ତିନିଜଣ ନାଗରିକଙ୍କୁ ନକଲି ଭାରତୀୟ ଓ ସ୍ପେନ ପାସପୋର୍ଟ ସହିତ ତାମିଲନାଡୁରୁ ଗିରଫ କରାଯିବା ପରେ ଏହାର ତଦନ୍ତଭାର ନେଇଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) । ଏକ ମାମଲା ରୁଜୁ କରି ଏନଆଇଏ ଏହାର ତଦନ୍ତ ଆରମ୍ଭ କରିଛି । ନକଲି ଭାରତୀୟ ପାସପୋର୍ଟ ସହିତ ଦୁଇଜଣ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଜଣଙ୍କୁ ନକଲି ସ୍ପେନ ପାସପୋର୍ଟ ସହିତ ଗିରଫ କରାଯାଇଥିଲା ।
ଗତବର୍ଷ 2021 ମସିହା ଅକ୍ଟୋବରରେ ତାମିଲନାଡୁ ପୋଲିସ ଦ୍ୱାରା ଏହି ଗିରଫଦାରୀ କରାଯାଇଥିଲା । ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (UAPA), ପାସପୋର୍ଟ ଆକ୍ଟ, ବିଦେଶୀ ସଂଶୋଧନ ଅଧିନିୟମ ଅଧୀନରେ ମାମଲା ରୁଜୁ କରିବା ପରେ ଚଳିତମାସ ଜାନୁଆରୀ 2022 ରେ ଏହାର ତଦନ୍ତଭାର ଜାତୀୟ ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କରାଯାଇଛି ।