ଓଡିଶା

odisha

By

Published : Jul 2, 2022, 3:18 PM IST

ETV Bharat / bharat

ରାଜସ୍ଥାନ ପରେ ମହାରାଷ୍ଟ୍ର: ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ ପାଇଁ ମେଡିସିନ ଦୋକାନୀଙ୍କୁ ହତ୍ୟା !

ନୂପୁର ଶର୍ମାଙ୍କ ବୟାନଙ୍କୁ ସମର୍ଥନ କରିବାରୁ ମହାରାଷ୍ଟ୍ର ଅମରାବତୀରେ ମେଡିସିନ ଦୋକାନୀଙ୍କୁ ହତ୍ୟା । ଉଦୟପୁର ହତ୍ୟା ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ ପାଇଁ ମହାରାଷ୍ଟ୍ରରେ କେମିଷ୍ଟଙ୍କୁ ହତ୍ୟା
ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ ପାଇଁ ମହାରାଷ୍ଟ୍ରରେ କେମିଷ୍ଟଙ୍କୁ ହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରରେ ଜଣେ ୫୪ ବର୍ଷୀୟ କେମିଷ୍ଟ (ମେଡିସିନ୍ ଦୋକାନୀ)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସୋସିଆଲ ମିଡିଆରେ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ପ୍ରଫେଟ ମହମ୍ମଦ ବୟାନକୁ ସମର୍ଥନ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଉଦୟପୁରରେ ଦରଜୀ କହ୍ଲେୟାଲାଲଙ୍କ ହତ୍ୟାର ଠିକ୍ ସପ୍ତାହ ପୂର୍ବରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ଉମେଶ ପ୍ରହଲାଦରାଓ କୋହ୍ଲେ (Chemist Umesh Prahladrao Kolhe) ।

ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ମେଡିସିନ ଦୋକାନୀ କୋହ୍ଲେଙ୍କୁ ହତ୍ୟା କରାଯାଇଛି । ସେ ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ କରିଥିଲେ । ଏହାର ପ୍ରତିଶୋଧ ପୂର୍ବକ ତାଙ୍କୁ ହତ୍ୟା କରାଯାଇଥିବା ଜଣେ ସ୍ଥାନୀୟ ବିଜେପି ନେତା ଥାନାରେ ଅଭିଯୋଗ କରିଛନ୍ତି । ଏହି ହତ୍ୟା ଘଟଣାରେ ଏବେସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଏନଆଇଏ ଟିମ୍ ମାମଲାର ତଦନ୍ତ ପାଇଁ ଅମରାବତୀରେ ପହଞ୍ଚିଛି । ଏନଆଇଏକୁ ଏହି ମାମଲା ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ପ୍ରକାଶ ଯେ, ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ ପାଇଁ ରାଜସ୍ଥାନ ଉଦୟପୁରରେ ଦରଜୀ କହ୍ଲେୟାଲାଲଙ୍କ ହତ୍ୟା କରାଯାଇଥିଲା । ଏହି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତଦନ୍ତ ଭାର ମଧ୍ୟ ଏନଆଇଏ ନେଇଛି ।

ABOUT THE AUTHOR

...view details