ଓଡିଶା

odisha

By

Published : May 15, 2023, 9:25 AM IST

ETV Bharat / bharat

Terror funding Case: ସୋପିଆନା ଜିଲ୍ଲାରେ NIAର ରେଡ୍‌

ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ସୋପିଆନାର ବୋନଗାମ ଏବଂ ବୋନ ବଜାର ଅଞ୍ଚଳରେ ଜାତୀୟ ଅନୁସନ୍ଧାନ ଏଜେନ୍ସିର ରେଡ୍‌ । ଅଧିକ ପଢନ୍ତୁ

NIA raids in Shopian district
NIA raids in Shopian district

ଶ୍ରୀନଗର:ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ଲଗାତାର ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି । ଆଜି ପୁଣି ଆତଙ୍କବାଦୀ ପାଣ୍ଠି ମାମଲାରେ ସୋପିଆନା ଜିଲ୍ଲାରେ ରେଡ କରିଛି ଏନଆଇଏ । ସୋପିଆନାର ବୋନଗାମ ଏବଂ ବୋନ ବଜାର ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଏବଂ ସିଆରପିଏଫ ମଧ୍ୟ ଏନଆଇଏକୁ ସହଯୋଗ କରୁଛି । ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଗତ ଗୁରୁବାର ଦିନ ଜମାତ-ଇ-ଇସଲାମି ସହିତ ଜଡିତ ଆତଙ୍କବାଦୀ ପାଣ୍ଠି ମାମଲାରେ ଜମ୍ମୁ କାଶ୍ମୀରର 11ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ । ବୁଡଗାମ ଓ ବାରମୁଲ୍ଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲା । କିନ୍ତୁ ଏନଆଇଏ କାହାକୁ ଗିରଫ କରିନଥିଲା । ଏହା ପୂର୍ବରୁ ଗତ 9 ତାରିଖରେ ଜମ୍ମୁ କାଶ୍ମୀରର 12ରୁ ଊର୍ଦ୍ଧ୍ବ ସ୍ଥାନରେ ଏନଆଇଏ ଚଢାଉ କରି ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । କୁପୱାରା, କୁଲଗାମ, ସୋପିଆନା, ଅନନ୍ତନାଗ, ଶ୍ରୀନଗର, ପୁଞ୍ଛ, କିସ୍ତିଓ୍ବାର ଏବଂ ରଜୌରୀ ଜିଲ୍ଲାରେ ଏନଆଇଏ ସର୍ଚ୍ଚ ଅପରେସନ କରିଥିଲା । ଅନନ୍ତନାଗରେ ଜଣେ ପୋଲିସ କର୍ମଚାରୀଙ୍କ ଘରେ ଓ ସୋପିଆନାରେ ଜଣେ ବ୍ୟବସାୟୀଙ୍କ ଘରେ ଛାପା ମାରିଥିଲା ଅନୁସନ୍ଧାନ ଏଜେନ୍ସି ।

ଏହା ମଧ୍ୟ ପଢନ୍ତୁ-ପୁଣି ବିବାଦରେ ରାଜା ସିଂ, କହିଲେ କର୍ଣ୍ଣାଟକରେ ଭୋଟ ବିକିଛନ୍ତି କନ୍ନଡ ହିନ୍ଦୁ

ମେ 4 ତାରିଖ ଦିନ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରିଥିଲା । ଜେଇଆଇ ସହିତ ଜଡିତ ଆତଙ୍କବାଦୀ ପାଣ୍ଠି ମାମଲାରେ ମୋଟ 16ଟି ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ରେଡ କରିଥିଲା । କିସ୍ତିଓ୍ବାରର 6ଟି ଓ ବାରମୁଲ୍ଲାର 11ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ଏନଆଇଏ । ସେହିପରି ଗତ 2 ତାରିଖରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜମ୍ମୁ କାଶ୍ମୀରର 12ଟି ସ୍ଥାନରେ ଚଢାଉ କରିଥିଲା ଜାତୀୟ ଅନୁସନ୍ଧାନ ଏଜେନ୍ସି । ମାର୍ଚ୍ଚ 14 ତାରିଖରେ ପୁଲୱାମା, ଅନନ୍ତନାଗ, ସୋପିଆନ ଓ କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ଘରେ ସର୍ଚ୍ଚ ଅପରେସନ କରାଯାଇଥିଲା ।

ଚଳିତ ମାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଲଗାତାର 5ଥର ଏନଆଇଏ ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ରେଡ କରିଛି । ଏହି ମାମଲାରେ ଚଢାଉ କରାଯାଇଥିଲେ ମଧ୍ୟ କାହାକୁ ଗିରଫ କରାଯାଇନାହିଁ । ଆଗକୁ ମଧ୍ୟ ଚଢାଉ ଜାରି ରହିବ ବୋଲି ଏନଆଇଏ ସୁତ୍ରରୁ ଜଣାପଡିଛି ।

ABOUT THE AUTHOR

...view details