ଓଡିଶା

odisha

ETV Bharat / bharat

କାଶ୍ମୀର ଏକାଧିକ ସ୍ଥାନରେ NIA ଚଢାଉ - କାଶ୍ମୀରରେ ଏନଆଇଏ ଚଢାଉ

କାଶ୍ମୀରର ଏକାଧିକ ସ୍ଥାନରେ ଚଢାଉ ଜାରି ରଖିଛି NIA । ଆତଙ୍କୀ ପାଣ୍ଠି ଯୋଗାଡର ଚେର ଖୋଜୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଗତ ୬ ମାସ ଧରି ନଜରରେ ଥିଲେ ସନ୍ଦିଗ୍ଧ ଓ କିଛି ସଂସ୍ଥା । ଅଧିକ ପଢନ୍ତୁ

କାଶ୍ମୀର ଏକାଧିକ ସ୍ଥାନରେ NIA ଚଢାଉ ଜାରି
କାଶ୍ମୀର ଏକାଧିକ ସ୍ଥାନରେ NIA ଚଢାଉ ଜାରି

By

Published : Mar 9, 2022, 12:59 PM IST

ନୂଆଦିଲ୍ଲୀ: ଆତଙ୍କୀ ପାଣ୍ଠି ଯୋଗାଡ (terror funding) ସନ୍ଦେହରେ କାଶ୍ମୀରର ଏକାଧିକ ସ୍ଥାନରେ ଆଜି ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ମିଳିଥିବା ଇନପୁଟ ସୂଚନା ଆଧାରରେ ବିଭିନ୍ନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ସମେତ ଏକାଧିକ ସ୍ଥାନରେ NIAର ଏକାଧିକ ଟିମ ଏହା ଚଢାଉ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, କାଶ୍ମୀରର ସୋପିଆନ୍, ତୁର୍କୱାଙ୍ଗାନ୍, ପଟ୍ଟାନ୍ ଟାଉନ୍, ବାରମୁଳାର କିଛି ସ୍ଥାନ ସମେତ ଜାମିଆତ୍ ଇସଲାମିଆର ପୂର୍ବତନ ଜିଲ୍ଲା ସଭାପତିଙ୍କ ବାସଭବନରେ ମଧ୍ୟ ସର୍ଚ୍ଚ ଜାରି ରଖିଛନ୍ତି ଏନଆଇଏ ଅଧିକାରୀ । ତେବେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନଥିବା ବେଳେ ଚଢାଉ ଶେଷ ହେଲା ପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣାପଡିବ ।

ଗତ ୬ମାସ ଧରି ଏନଆଇଏର ଏକାଧିକ ୟୁନିଟ ଏପରି ସନ୍ଦେହଜନକ ବ୍ୟକ୍ତି ଓ ସଂଗଠନ ଉପରେ କଡା ନଜର ରଖିଥିଲା । ଦେଶ ବିରୋଧୀ କାର୍ଯ୍ୟକଳାପ ଓ ବିଦେଶୀ ଆତଙ୍କୀ ସଂଗଠନକୁ ଭାରତରୁ ଯାଉଥିବା ଆର୍ଥିକ ସହୟତା ସଂଗ୍ରହ ଆଦି ଉପରେ ମିଳିଥିବା ଗୁଇନ୍ଦା ତଥ୍ୟ ଆଧାରରେ ଏହି ଚଢାଉ ଆରମ୍ଭ ହୋଇଛି । ସେହିପରି ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details